ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ସହିତ ପ୍ରବଳ ବେଗରେ ପବନ ଆସି ଉଡାଇଲା ଆଜବେଷ୍ଟ ନଷ୍ଟ ହୋଇଗଲା ଖାଦ୍ଯସଶ୍ଯ

ଥୁଆମୂଳ ରାମପୁର:୨୬/୦୫ – (ମନିସ) ମନୁଷ୍ୟ କୃତ ଯୋଗୁଁ ପ୍ରକୃତିର ପ୍ରକୋପ ମନୁଷ୍ୟ ଉପରେ ପ୍ରଭାବ ପକାଉଛି। ଦିନକୁ ଦିନ ପ୍ରାକୃତିକ ସମ୍ପଦ କୁ ମନୁଷ୍ୟ ଅବାଧରେ ନଷ୍ଟ କରିବସିଲାଣି। ଯାହାଫଳରେ ଅନେକ କ୍ଷତି ସହିବାକୁ ପଡୁଛି। ପ୍ରାକୃତିକ ସମ୍ପଦ ନଷ୍ଟ ଓ ଜଙ୍ଗଲ କାଟିବା ଦ୍ବାର ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଆସି କାଳବୈଶାଖି ର ରୂପ ନେଇ ଭୟଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଯାହାଫଳରେ ଏଥିରେ ମନୁଷ୍ୟ ପ୍ରଭାବିତ ହେଉଅଛି। ଏପରି କେତେ ସ୍ଥାନରେ ନିତିଦିନିଆ ଘଟଣା ଘଟୁଥିବା ବେଳେ ଆଜି ଯଥା ତା ୨୬/୦୫/୨୦୨୩ ରିଖ ଶୁକ୍ରବାର ଦିନ ଅପରାହ୍ନ ୧.୪୦ ମିନିଟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର କିଛି ସ୍ଥାନରେ ଅଦିନିଆ ବର୍ଷା ଓ ପ୍ରବଳ ବେଗରେ ପବନ ଆସି କାଳବୈଶାଖି ରୂପନେଇ ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ନିକଟରେ ଥିବା ଟିକ୍ରାଗୁଡା ଗ୍ରାମର ବିଦେଶୀ ନାଏକ ପିତା ଚାଚେରୀ ନାଏକଙ୍କ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ଆସି ତାଙ୍କର ଘରର ଆଜବେଷ୍ଟ ଛାତ ଉଡାଇ ଦେବା ସହିତ ନିତ୍ଯବ୍ଯବହାର୍ଯ୍ଯ ଜିନିଷପତ୍ର ଯଥା ଧାନ ୧୧୦ କ୍ଯୁଣ୍ଟାଲ ଧାନ, ୧୧୦ କେଜି ଚାଉଳ କ୍ଷୟକ୍ଷତି ହୋଇଯାଇଛି। ଏଠାରେ ପ୍ରକାଶ ଥାଉକି ଏହି ଗୋଟିଏ ଘରେ ୪ ଟି ପରିବାର ବସବାସ କରିଆସୁଥିଲେ। ସେହିପରି ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଡେଲଗୁଡା ଗ୍ରାମର ଚମାର ନାଏକ, ଅକ୍ଷୟ ନାଏକ, ଶାନ୍ତ ନାଏକ ଏହି ତିନି ପରିବାର ଘରର ସାମ୍ମାପଟର ଆଜବେଷ୍ଟ ଗୁଡିକ କୁ ପବନ ଉଡାଇ ଦେଇଛି। ଏହାଦ୍ବାରା ଏବେ ଉକ୍ତ ଦୁଇ ଗ୍ରାମର ପରିବାର ଲୋକମାନେ ଦୁଃଖରେ ଜୀବନ ଯାପନ କରୁଛନ୍ତି। ଏହି ଘଟଣା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

Sunil Chandra Nayak

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!