ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର ଠାରେ ପାଣି ପଞ୍ଚାୟତ ପକ୍ଷ ଉତ୍ସବ ପାଳନ

କଲମପୁର ଠାରେ ପାଣି ପଞ୍ଚାୟତ ପକ୍ଷ ଉତ୍ସବ ପାଳନ

ଜୁନାଗଡ଼ ୨୪/୧୨(ମ ନି ସ)କଲମପୁର, ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନଂ-୧ ମୁଖିଗୁଡ଼ାଙ୍କ ଦ୍ବାରା ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଗୁମାବହାଲ ସ୍ଥିତ କଲମପୁର ବିଭାଜନ ନଂ -୧ ପରିସର ମଧ୍ୟରେ ସମାରୋହରେ ପାଳିତ ହୋଇଯାଇଛି। ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା, କୃଷକ ନେତା ଦୀପ୍ତି ନାରାୟଣ ପ୍ରହରାଜ, ପ୍ରଶାନ୍ତ ପାଟ୍ଟଯୋଶୀ, କଲମପୁର ପେକ୍ସ ସଭାପତି ତଥା ସାମ୍ୱାଦିକ ଶଙ୍କର୍ଷଣ ବେହେରା, ସମାଜସେବୀ ସୁଶାନ୍ତ ରାଉତ, ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପାଣିପଞ୍ଚାୟତ ଏକ କୃଷକ ସଂଗଠନ। ସ୍ଥଳ ବିଶେଷରେ ଏହା ତ୍ରିସ୍ତରୀୟ, ଚର୍ତୁସ୍ତରୀୟ ଓ ଏକକ ସ୍ତରୀୟ ଅଟେ। ଜଳସେଚନ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ, ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ତ ଚାଷୀଙ୍କୁ ସୁଷମ ତଥା ନିର୍ଭର ଯୋଗ୍ୟ ଜଳ ଯୋଗାଣ, ସମଗ୍ର ସେଚାଞ୍ଚଳ ରେ ମିତବ୍ୟୟୀ ଜଳ ବ୍ୟବହାର ବ୍ୟବସ୍ଥାରେ ପାଣି ପଞ୍ଚାଯତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତା ମାନେ ମତ ରଖିଥିଲେ । ଏହି ଅବସରରେ କଳାକାର ମାନଂକ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଚିତ୍ତ ରଞ୍ଜନ ଦଳପତି ମଞ୍ଚକୁ ପରିଚାଳନା କରିଥିବାବେଳେ ଆରସିଡ଼ି ୧ ଅଧିନରେ ଥିବା ସମସ୍ତ ପାଣି ପଞ୍ଚାଯତର କର୍ମକର୍ତ୍ତା ସମେତ ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ଥିଲେ। ଶେଷରେ ସଫଳ ଚାଷୀ ଏବଂ କଳାକାର ମାନଂକୁ ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବେହେରା ତଥା କର୍ମଚାରୀ , ଚାଷୀ ପ୍ରମୁଖ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

Sunil Chandra Nayak

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

Sunil Chandra Nayak

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

Leave a Comment

error: Content is protected !!