ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲରାପତ୍ରିୟା ବାଘ ଛାଲ ଜବତ, ଦୁଇ ଗିରଫ

କଲରାପତ୍ରିୟା ବାଘ ଛାଲ ଜବତ, ଦୁଇ ଗିରଫ

ରାୟଗଡ଼ା // ,ରାୟଗଡ଼ା ଜିଲା ଚାନ୍ଦିଲି ଥାନା ତାମ୍ପରାବିଦୁଣି ଛକରୁ ଏସଟିଏଫ୍‌ ଦୁଇଟି କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝି ଏବଂ ରାଜା ମାଝି । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏଷ୍ଟିଏଫ୍‌ ଏହି ଚଢ଼ାଉ କରିଥିବା ନେଇ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏ ନେଇ ଏଷ୍ଟିଏଫ୍‌ କେସ ନମ୍ବର ୨୭/୨୩ରେ ଏକ ମାମଲା ରୁଜୁ କରିଛି |କିଛି ଦିନ ଧରି ରାୟଗଡା ବନାଞ୍ଚଳ ରେ ଏମିତି ଅନେକ ବନ୍ୟଜନ୍ତୁ ଶିକାର ହେଉଥିବା ନଜର କୁ ଆସିଛି, ଏମିତି ବନ୍ୟଜନ୍ତୁ ଙ୍କ ଶିକାର ହେଲେ ଆଗାମୀ ଦିନରେ ଜଙ୍ଗଲ ରେ ଆଉ ହାତୀ, ବାଘ, ହରିଣ, କୁଟୁରା ଭଳି ବୋହୁମୂଲ୍ୟ ଜନ୍ତୁ ଶୂନ୍ୟ ହେବାର ସମ୍ଭାବନା ଅଛି, ରାୟଗଡା ବନାଞ୍ଚଳ ରେ ହାତୀ ଓ ବାଘ ଗାୟବ ହୋଇଥିବା ନେଇ ଖବର ଅଛି |ଏଥିରେ ବନାଞ୍ଚଳ ଅଧିକାରୀଙ୍କ କାର୍ଯଶହଳି ପ୍ରତି ପ୍ରଶ୍ନ ଉଠୁଛି | ସମୟ ଥାଉ ଥାଉ ଯଦି ଉଚିତ ପଦକ୍ଷେପ ନ ନିଆ ଯାଏ, ତାହାହେଲେ ଅନେକ ମୂଲ୍ୟବାନ ବନ୍ୟଜନ୍ତୁ ଗାୟବ ହେବାର ସମ୍ଭାବନା ରହିଛି |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି

Sunil Chandra Nayak

ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ମହଙ୍ଗା ପଡ଼ିଲା

Sunil Chandra Nayak

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅତିରିକ୍ତ ରାଜସ୍ଵ ନିରୀକ୍ଷକ

Sunil Chandra Nayak

Leave a Comment

error: Content is protected !!