ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ! ବଡଡାଳିମାରେ ଟ୍ରକ ଏବଂ ବୋଲେରୋ ଧକ୍କା ; ବୋଲେରୋ ଡ଼୍ରାଇଭର ମୃତ

ତିରିଂ ଥାନା ! ବଡଡାଳିମାରେ ଟ୍ରକ ଏବଂ ବୋଲେରୋ ଧକ୍କା ; ବୋଲେରୋ ଡ଼୍ରାଇଭର ମୃତ

ମୟୂରଭଂଜ – ୩/୦୯ —  ମୟୂରଭଂଜ ଜିଲ୍ଲାର ୨୨୦ ନମ୍ବର ଜାତୀୟ ରାଜପଥ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଠାରେ ମଙ୍ଗଳବାର ରାତି ୧୦ ଟା ପାଖାପାଖି ସମୟରେ ଏକ ବୋଲେରୋ ଗାଡ଼ିକୁ ତିରିଂ ଆଡୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଉଥିଲା । ଘଟଣାସ୍ଥଳର ଟ୍ରକ ଧକ୍କାରେ ବୋଲେରୋ ଡ଼୍ରାଇଭର ମୃତ୍ୟୁ ହୋଇଥିଲା ।ଅପରପକ୍ଷରେ ଟ୍ରକଟି ଦୃତଗତିରେ ଖସି ପଳାଉଥିବା ସମୟରେ ସ୍ଥାନୀୟ ଲୋକ ଓ ପୋଲିସ ପିଛା କରି ବହଳଦା ପୋଲ ପାଖରେ ଟ୍ରକଟିକୁ ଜବତ କରିଥିଲେ । ମୃତକ ହେଲେ ତିରିଂ ପଞ୍ଚାୟତର ନୂଆଗାଁ ଗ୍ରାମର ସଞ୍ଜିଵ ସି (୨୨) ।ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ଆଜି ବୁଧବାର ଦିନ ଏକ କେଶ ମାମଲା ୧୨୮/୨୫ ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ବୋଲେରୋ ଗାଡ଼ିଟି ଭଡ଼ାରେ ଟିପିଏନଓଡିଏଲର କାମ କରୁଥିଲା ।ସଞ୍ଜିଵ ସି ଜଣେ ମେଳାପି, ଯୁବ ସମାଜସେବୀ ଥିଲେ ।ତାଙ୍କ ମୃତ୍ୟୁରେ ତିରିଂ ରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ ୧୦୦ ଲିଟର ଦେଶୀମଦ ସମେତ ଦୁଇ ବାଇକ୍ ଜବତ !!!

Sunil Chandra Nayak

ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି ! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ

masiha

Leave a Comment

error: Content is protected !!