ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

 ମୟୂରଭଂଜ – ୩/୦୯ — ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଦେଓଗାଁର ଜଣେ ମହିଳା ୨୨/୦୮/୨୫ ତାରିଖ ରାତି ୭.୩୦ ଟା ପାଖାପାଖି ସମୟରେ ରୋଷେଇ କରୁଥିବା ଅବସ୍ଥାରେ ଜନୈକ ଦୁବୃର୍ତ୍ତ କଟୁରିରେ ବିଭତ୍ସ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ଯାହାକି ପୋଲିସର‌ ନିଦ ହଜାଇ ଦେଇଥିଲା । ହତ୍ୟା ସମୟରେ ହାତରେ ରୋଷେଇ ଖସୁଣି ଥିଲା ।ଯାହାକି ଏକ ଭୟଙ୍କର କରୁଣ ଓ ଛାତିଥରା ଦୃଶ୍ୟ ଥିଲା।ଅପରପକ୍ଷରେ ସେହି ଘରର ଅନ୍ୟ କୋଠରୀରେ ମୃତୁ୍କର ପୁଅ ବୋହୂ ଶୋଇଥିଲେ କିନ୍ତୁ ଘଟଣା କ’ଣ ଜାଣି ପାରି ନ ଥିବା ପୋଲିସକୁ ତଦନ୍ତ ସମୟରେ କହିଥିଲେ ।ଯାହାକି ତଦନ୍ତ ପାଇଁ ପୋଲିସର ମୁଣ଼ଡ ବ୍ୟଥା ବଢି ଯାଇଥିଲା । ୨୩ ତାରିଖ ଦିନ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା,ଏସଡିପିଓ ଗୋକୁଳାନନ୍ଦ ସାହୁ,ତିରିଂ ଥାନାଧିକାରୀ ପ୍ରଶାନ୍ତ ଯେନା, ଏବଂ ଵାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ କେଶ ମାମଲା ୧୨୫/୨୫ ରୁଜୁ କରି ତଦନ୍ତକୁ ଜୋରଦାର କରିଥିଲେ । ତିରିଂ‌ ଥାନାଧିକାରୀ ପ୍ରଶାନ୍ତ ଯେନା ଘଟଣାକୁ ସହଜ ଭାବରେ ଗ୍ରହଣ କରି ନ ଥିଲେ ।ଅନ୍ୟ ପକ୍ଷରେ ମୃତ ମହିଳା ସୁହାଗି ଗଇପାଇ ଙ୍କ ସ୍ବାମୀ ମଠାଇ ଗୋଇପାଇ ଅପରାହ୍ନରେ ଗାଁ ପାଖ ମଘୁଆ ଗ୍ରାମରେ ଫୁଟବଲ ଖେଳ ଦେଖିବାକୁ ଯାଇଥିବା ପୋଲିସକୁ କହିଥିଲା ।

   ପୋଲିସ ଦିର୍ଘ ୧୩ଦିନ ପରେ ତଦନ୍ତ କରି ଘଟଣାର ମୁଖ୍ୟ ଆସାମୀ ମୃତକ ସୁହାଗି ଗଇପାଇର ସ୍ବାମୀ ମଠାଇ ଗଇପାଇ କୁ ଗିରଫ କରିଛି ।ପୋଲିସ ପାଖରେ ମଠାଇ ଗୋଇପାଇ ତାର ପତ୍ନୀକୁ ହତ୍ୟା କରିଥିବା ସ୍ଵିକାର କରିଛି । ସୂଚନାଯୋଗ୍ୟ ମଠାଇ ଗଇପାଇର ଚତୁର୍ଥ ପତ୍ନୀ ହେଲା ସୁହାଗି ଗଇପାଇ ।ସେ ଜଣେ ନିଶାଗ୍ରସ୍ତ ବ୍ୟକ୍ତି । ନିଶାସକ୍ତ ଥିବା ଅବସ୍ଥାରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା ।ମଠାଇ ଉତ୍ୟକ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇଥିଲା ।ତେଣୁ ମଠାଇ ପ୍ରତିଶୋଧ ନେବାପାଇଁ ମିଛ ନାଟକ କରି ପ୍ରଥମେ ଅପରାହ୍ନରେ ମାଘୁଆ ଗ୍ରାମକୁ ଫୁଟବଲ ଖେଳ‌ ଦେଖିବାକୁ ଯାଇଥିଲା ।କିଛି ସମୟ ପରେ ଘରକୁ ଫେରି ତାର ପତ୍ନୀକୁ ରୋଷେଇ କରୁଥିବା ସମୟରେ ହତ୍ୟା କରି ପୁଣି ଖେଳ ଦେଖିବାକୁ ପଳାଇଥିବଲା । ଲୋକେ ଯେମିତି ତା’କୁ ସନ୍ଦେହ କରିବେ ନାହିଁ ଯେ ଘଟଣାର ମୁଖ୍ୟ ନାୟକ ସିଏ ।ଲୋକଙ୍କ ଏବଂ ପୋଲିସର ସନ୍ଦେହ ଦୃଷ୍ଟି ଯେପରି ତା ‘ ଉପରେ ନ ପଡେ ।କିନ୍ତୁ ପାପ କେବେ ଲୁଚି ରହିବ ନାହିଁ ।ପୋଲିସର ମାରାଥନ ଜେରାରେ ଘାଇଲା ହୋଇ ମଠାଇ ଗଇପାଇ ସତକଥା ଓଗାଳି ଥିଲା । ପୋଲିସ ଆଜି ମଠାଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୧୩ ଦିନ ମଧ୍ୟରେ ତିରିଂ ପୋଲିସକୁ ଏକ ବିଶାଳ ସଫଳତା ମିଳିଛି ।ତିରିଂପୋଲିସର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

 ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ 

masiha

*POLICE CRACKDOWN: 2 ACCUSED ARRESTED, 10 STOLEN MCs RECOVERED IN RAYAGADA*

masiha

ମଦ ପିଇ ଗାଡି ଚଳେଇବା ମାହାଙ୍ଗା ପଡିଲା ,୨ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!