ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛାତ୍ରୀଙ୍କୁ ଅସଦାଚରଣ କରିବା ପ୍ରସଙ୍ଗ, ପ୍ରଧାନଶିକ୍ଷକ ଗିରଫ ପରେ ନିଲମ୍ବିତ

ଛାତ୍ରୀଙ୍କୁ ଅସଦାଚରଣ କରିବା ପ୍ରସଙ୍ଗ, ପ୍ରଧାନଶିକ୍ଷକ ଗିରଫ ପରେ ନିଲମ୍ବିତ

ଜୁନାଗଡ଼ ,୩।୯(ମନୀ ସ)-କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ଆଳରେ ସ୍ପର୍ଶ କରୁଥିବା ନେଇଁ ମଙ୍ଗଳବାର ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇଁ ପୋଲିସ ଏକ ମାମଲା ନଂ(୫୭୭/୨୫) ରୁଜୁ କରି ଘଟଣା ର ତଦନ୍ତ କରିଥିଲା। ତେବେ ତଦନ୍ତ ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋକସୋ ଆକ୍ଟରେ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇଁ ଜୁନାଗଡ଼ ଆଇ ଆଇ ସି ଶେଷଦେଵ ବେହେରା ସୂଚନା ଦେଇଛନ୍ତି।ଅନ୍ୟପଟେ, ଏହି ଘଟଣା ପରେ ଶିକ୍ଷା ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ବୁଧବାର ଅପରାହ୍ନରେ ପ୍ରଧାନ ଶିକ୍ଷକ ମେହେରଙ୍କୁ ନିଲମ୍ବିତ କରିଛନ୍ତି। ଜୁନାଗଡ଼ ବିଇଓଙ୍କ ପତ୍ରସଂଖ୍ୟା ୩୨୪୦ ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇଁ ଜୁନାଗଡ଼ ବିଇଓ ତପନ ମାଝୀ ସୂଚନା ଦେଇଛନ୍ତି। ପ୍ରଧାନ ଶିକ୍ଷକ ଙ୍କ ଧର୍ମ ପତ୍ନୀ ଜୁନାଗଡ ଥାନା ରେ ବୁଧୁବାର ସକାଳ ରୁ ପାଲଟା କେଶ୍ ଦେବା ପାଇଁ ଥାନା ରେ ରହିଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ କେସ ପଞ୍ଜୀକରଣ ହୋଇନଥିବା ଅଭିଯୋଗ କରିଛନ୍ତି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ 

Sunil Chandra Nayak

ସେଲ୍‌ କଲୋନୀରେ ଘର ଖାଲି ଦେଖି କବାଟ ଭାଙ୍ଗି ଲୁଟ୍‌ ଚୋରି ମାମଲାରେ ଯୁବକ ଗିରଫ, ସୁନା-ରୁପା ଗହଣା ସହ ୩ ମୋବାଇଲ ଜବତ

Sunil Chandra Nayak

ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା !!

Sunil Chandra Nayak

Leave a Comment

error: Content is protected !!