ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ତ୍ରୀ ଗର୍ଭ ନଷ୍ଟ କରିଥିବାକୁ ନେଇ ସ୍ଵାମି ଥାନାରେ ଦେଲା ଏତେଲା

ବନ୍ଧୁଗାଁ.୦୩।୦୩୨୩ //  ଗର୍ଭ ନଷ୍ଟ କରିଥିବାକୁ ନେଇ ନିଜ ସ୍ତ୍ରୀ ନାମରେ ବନ୍ଧୁଗାଁ ଥାନାରେ ଜଣେ ସ୍ଵାମି ଏତେଲା ଦେବା ଘଟଣା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ନେବାରେ ଜଣା ପଡିଛିକି ବନ୍ଧୁଗାଁ ବ୍କକ ସଦରରେ ରହୁଥିବା ବିନୋଦ କୁମାର ଶୁଣ୍ଢି ୨୦୧୩ ମସିହାରେ ବିଏସଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇ ଜାମୁ ଜାଶ୍ମୀର୍ ରେ କାମ କରୁଥିଲେ। ବେଳେ ବେଳେ ଛୁଟିରେ ଆସି କୁମ୍ଭାରିପୁଟ ଗ୍ରାମର ନିଜ ମାମୁଁ କୋଦଣ୍ଡା ପିନିଁଣ୍ଟି ଙ୍କ ଝିଅ ସୁନିତା ପିନିଣ୍ଟି (ମିନି ଅଙ୍ଗନୱାଡି)ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ ବର୍ଷ ଯୁବକ ଜଣକ ଏକ ମାସ ପାଇଁ ଛୁଟି କାଟି ଆସି ଜାନୁଆରି ମାସ ଆଠ ତାରିଖରେ ଦୁହେଁ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ସେହି ସମୟରେ ଦୁହେଁ ୨୫ ଦିନ ଧରି ନିଜ ବାପା ରହୁଥିବା ଭଡ଼ା ଘରେ ଏକାଠି ରହିବା ପରେ ବିନୋଦ ସୁଣ୍ଡୀ ଜାମୁ କାଶ୍ମୀର୍ ଫେରି ଆସିଥିଲେ । ଏହାର କିଛି ଦିନ ପରେ ସୁନିତା ନିଜ ବାପ ଘରକୁ ଯାଇ ଗର୍ଭବତୀ ହୋଇ ଥିବା ଖବର ନିଜ ସ୍ଵାମୀ ବିନୋଦଙ୍କୁ ଜଣାଇଥିଲେ । ଏହା ଶୁଣିବାର ସାତ ମାସ ପରେ ବିନୋଦ ଛୁଟି କାଟି ବନ୍ଧୁଗାଁ ଆସି ସୁନିତାକୁ ପୁଣି ଥରେ ନିଜ ବାପା ମାଆ ରହୁଥିବା ଭଡା ଘରକୁ ନେଇ ଆସିଥିଲେ । ପରେ ସୁନିତାର ବାପା କୋଦଣ୍ଡା ପିନିଣ୍ଟ , ମାଆ କୁମାରୀ ପିନିନ୍ତି ଓ ମାମୁ ମୋହନ ଶୁଣ୍ଢି, ଭଉଣି ସନ୍ତୋଷିନୀ ବିଡିକା ଓ ଭିଣୋଇ ରାଜେନ୍ଦ୍ର ବିଡିକା ମିସି ଡେଲିଭେରି ପାଇଁ ନିଜ ଘରକୁ ଡାକି ନେଇଥିଲେ । କୁମ୍ଭାରିପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏଏନଏମ ଶ୍ରୀମତୀ ଲିମ ମିଣ୍ୟାକାଙ୍କୁ ଗର୍ଭବତୀ ଥିବା ଜଣାଇ ତା ୦୫/୦୬/୨୦୧୯ ଓ ତା ୦୩/୦୭/୨୦୧୯ ରେ ଟିଟି ନେଇ ମାଆ ଶିଶୁର ସୁରକ୍ଷା କାର୍ଡ କରାଇ ଥିଲେ। ତାପରେ ବିନୋଦ ନିଜ କାର୍ଯ୍ୟ ସ୍ଥଳକୁ ଫେରି ଆସିଥିଲେ । ଏହା ମଧ୍ୟରେ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଫୋନ ମାଧ୍ୟମରେ ସବୁ ଦିନ କଥାବାର୍ତ୍ତା ଚାଲୁ ରହିଥିଲା । ହେଲେ ତା ପର ମୁହୁର୍ତ୍ତରେ ଦୁହିଁଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହେଇ ନପାରିବାରୁ ବିନୋଦ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ନିଜ ସ୍ତ୍ରୀ ସୁନିତାର ନମ୍ବରକୁ ଯେତେ ଥର ଡାଇଲ କଲେ ମଧ୍ୟ ଫୋନ ସୁଇଜ ଅଫ୍ ଥିବା ସୁଣିବାକୁ ମିଳୁଥିଲା । ଶେଷରେ କୌଣସି ଉପାୟ ନପାଇ ମାମୁ ଶ୍ଵଶୁରଙ୍କୁ ଫୋନ କରି ପଚାରିବାରୁ ସେ  ବି କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ଓ ସେହି ସମୟରେ ନିଜ ସ୍ତ୍ରୀ ୮ ମାସ ଗର୍ଭବତୀ ଚାଲୁ ଥିଲା । ଶେଷରେ ପୁଣି ଥରେ ଛୁଟି କାଟି ବନ୍ଦୁଗାଁ ଆସି ସୁନିତାଙ୍କ ବାପ ଘରକୁ ଯାଇ ସିଏ ଗର୍ଭବତୀ ହୋଇଥିବାର କୌଣସି ଲକ୍ଷଣ ନଥିବା ଜାଣିବାକୁ ପାଇଥିଲେ । କେଉଁ କାରଣରୁ ଗର୍ଭପାତ ନଷ୍ଟ କଲ ପଚାରିବା ପରେ ବାପ ଘର ଲୋକେ ଯୁବକକୁ ଗଳାରେ ଧକା ଦେଇ ଘରୁ ବାହାର କରିଦେଇଥିଲେ । ତାର ଦୁଇଦିନ ପରେ ସୁନିତା ବାପ ଘର ଲୋକେ ଗର୍ଭ ନଷ୍ଟ କରି ଦେଇଥିବା ଜାଣିବାକୁ ପାଇ ବିନୋଦ ବନ୍ଧୁଗାଁ ଥାନାର ଦ୍ଵାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି।ମୋ ସ୍ତ୍ରୀର ଗର୍ଭ ନଷ୍ଟ ସହ ଭୃଣ ହତ୍ୟାରେ କେଉଁ ମାନେ ସମ୍ପୃକ୍ତ ତଦନ୍ତ କରି ସେମାନଙ୍କୁ ଉଚିତ ଦଣ୍ଡ ଦିଆ ଯିବା ସହିତ ମୁଁ ମୋ ସ୍ତ୍ରୀକୁ ଦେଇକି ଯାଇଥିବା ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ମତେ ଫେରସ୍ତ କରାଯାଉ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଯୁବକଙ୍କ ଲିଖିତ ଅଭିଯୋଗ ଅନୁଯାଇ ବନ୍ଧୁଗାଁ ଥାନାରେ ୧୭/୨୩ ରେ ୫ ଜଣ ସୁନୀତା ଙ୍କ ମାଆ ପି କୁମାରୀ, ବାପା ପି କୋଦଣ୍ଡା , ମାମୁଁ ମୋହନ ସୁଣ୍ଡି , ତାଙ୍କ ଜୁହିଁ ରାଜେନ୍ଦ୍ର ବିଡିକା ଓ ବଡ ଭଉଣୀ ସନ୍ତୋଷସନି ବିଡ଼ିକା ଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ଯୁବକଙ୍କ ଲିଖିତ ଅଭିଯୋଗ ପାଇବା ପରେ ଆଇଆଇସି ବିଜୟ ରାଜ ମାଝୀ ଅଧିକ ତଦନ୍ତ କରିବା ପାଇଁ ଏସ୍ଆଇ ବିଜୟ କୁମାର ମୂରୁମୁ ଙ୍କୁ ଏହା କେତେ ଦୂର ସତ୍ୟତା ରହିଛି ଅଧିକ ତଦନ୍ତ କରିବା ପାଇଁ ଆଦେଶ ଦେଇଥିବା ଜାଣିବାକୁ ମିଳିଛି । ପୁଅ ଝିଅ ବିବାହ କରିବା ପରେ ସ୍ତ୍ରୀ ଗର୍ଭବତୀ ରହି ନିଜ ଗର୍ଭରେ ୮ ମାସ ଶିଶୁ ର ଭ୍ରୁଣ ନଷ୍ଟ ନିଜ ସ୍ୱାମୀର ଅଜାଣତରେ କରିବା ଆଇନ୍ ଅନୁଯାୟୀ କୋଠାର ଦଣ୍ଡ ରହିଛି । ଭ୍ରୁଣ ନଷ୍ଟ କିଏ କଲା, କାହିଁକି କଲା, କେଉଁ ମାନେ ଭ୍ରୁଣ ନଷ୍ଟ କରିବାକୁ ବାଧ୍ୟ କଲେ ତାହା ଜାଣିବା ପାଇଁ ଅଧିକ ତଦନ୍ତ କରିବା ଆବଶ୍ୟକ ଥିବା ଯୁବକ ଅନୁରୋଧ କରିଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ

Related posts

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

masiha

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

Sunil Chandra Nayak

FURTHER UPDATES ON SEARCHES ASSOCIATED WITH SRI ASIT KUMAR PATTANAYAK, DY.RANGER, BISRA FOREST RANGE, ROURKELA FOREST DIVISION, DIST- SUNDARGARH FOLLOWING HIS TRAP

masiha

Leave a Comment

error: Content is protected !!