ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ର ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ 

ରାଉରକେଲା/ ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ । ନାଟକର ବାର୍ତ୍ତା ମାନବଧର୍ମୀ ହେବା ଆବଶ୍ୟକ ବୋଲି ଅତିଥିମାନେ ଏକତ୍ରର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମତ ରଖିଛନ୍ତି । ରାଉରକେଲାର ୨୪ ଗୋଟି ନାଟ୍ଯାନୁଷ୍ଠାନ କୁ ନେଇ ଗଠିତ ଏକତ୍ର ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଥିବା ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ ରେ ଉପରୋକ୍ତ ମନ୍ତବ୍ଯ ପ୍ରକାଶ ପାଇଥିଲା । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ଓ ସଂଯୋଜନା ତଥା ସଂପାଦକ ସୁଦେଶ ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ରଂଜନ କୁମାର ଦାଶ, ଓଡିଶା ସଂଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ କୁମାର ରଥ, ଓଡିଶା ନାଟ୍ଯସଂଘର ସଂପାଦକ ଶୁଭକାନ୍ତ ପାଢୀ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ର ସଭାପତି ପଦ୍ମଶ୍ରୀ ଡଃ ଅରୁଣା ମହାନ୍ତି ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ଆଦର୍ଶ ପାଠାଗାର, ପ୍ରଗତି ଉତ୍କଳ ସଂଘ, ବାସନ୍ତୀ ପାଠାଗାର,କଳିଙ୍ଗ କଳା ପରିଷଦ, ଗୋପବନ୍ଧୁ ପାଠାଗାର, ନାୟିକା ରାଉରକେଲା ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ଦାଶ ତାଙ୍କ ବକ୍ତବ୍ଯରେ କହିଲେ ଯେ ଇସ୍ପାତ ସହର ହେଉଛି ଇପ୍ସିତ ସହର। ଭଲ ନାଟକ ତିଆରି କଲେ ହେବନାହିଁ ତାକୁ ବିଜ୍ଞପିତ କରିବାର ଆବଶ୍ୟକତା ଓ ସଂଶୋଧନ ପ୍ରକ୍ରିୟା ନିଜ ପାଖରୁ ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଅତିଥି ଶ୍ରୀ ରଥ କହିଲେଯେ ନାଟକ ସଂସ୍କୃତି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡିଶା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ର ନାମ ସର୍ବାଗ୍ରେ ରହିଛି । ଏହା ସହ ସମନ୍ବୟ ଓ ନାଟକର ଗୁଣାତ୍ମକମାନ କୁ ବଢାଇବାକୁ ଗୁରୁତ୍ବାରୋପ କରିଥିବା ବେଳେ ନାଟକର ବାର୍ତ୍ତା ସବୁବେଳେ ମାନବଧର୍ମୀ ହେବା ଆବଶ୍ୟକ ବୋଲି କହିଥିଲେ । ପଦ୍ମଶ୍ରୀ ଡଃ ମହାନ୍ତି ଏକାଡ଼େମୀର ନୃତ୍ୟ ନାଟକ କ୍ଷେତ୍ରରେ ପ୍ରତିବଦ୍ଧତା ଓ କଳା କୁ ତପସ୍ୟା ଓ ସାଧନା ମାଧ୍ୟମରେ ଆଗେଇ ନେବା ପାଇଁ ଆହ୍ବାନ ଦେଇଥିଲେ । ଶ୍ରୀ ପାଢୀ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଏକତ୍ର ଅନ୍ୟ ସହରର ଅନୁଷ୍ଠାନଙ୍କ ପାଇଁ ଉଦାହରଣ ସହ ଓଡିଶା ନାଟ୍ଯ ସଂଘର କାର୍ଯ୍ୟକ୍ରମ ସଂପର୍କରେ ମତ ରଖିଥିଲେ । ଏହି ଅବସରରେ ଏକତ୍ର ର ଉପଦେଷ୍ଟା ଡା କୃପାସିନ୍ଧୁ ନାୟକ,ନଳିନୀ ନିହାର ନାୟକ,ସୁଦେଶ ନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ବକ୍ତବ୍ଯ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଜୟ ପାଣି ମନ୍ତ୍ରୋଚାରଣ ଓ କ୍ଷଣପ୍ରଭା ଷଡଙ୍ଗୀ ସ୍ବାଗତ ସଂଗୀତ ଓ ଶେଷରେ ଆଲୋକ ରଂଜନ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ୨୪ଟି ନାଟ୍ଯାନୁଷ୍ଠାନର କର୍ମକର୍ତ୍ତା ଙ୍କ ସହ ବହୁ ବୁଦ୍ଧିଜୀବୀ ଓ ନାଟ୍ଯପ୍ରେମୀ ମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଗାଁ ସାଥୀ ମାନଙ୍କ ସମସ୍ୟା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

masiha

Leave a Comment

error: Content is protected !!