ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି

କ୍ଲଷ୍ଟର ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଗୋଡ଼ଭଞ୍ଜା କ୍ଲଷ୍ଟର ଅଧିନସ୍ତ ଛୀଲିପା ଓ ଗୋଡ଼ଭଞ୍ଜା ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇ ଯାଇଛି। ଏଥିରେ ସିଆରସିସି ରାଜକୁମାରୀ ନାଏକ ଙ୍କ ନେତୃତ୍ୱରେ ଛୀଲିପା ପଞ୍ଚାୟତ ହାଇସ୍କୁଲ ରୁ ସାଇକେଲ ରେଲି କରିଥିବା ବେଳେ ଗୋଡ଼ଭଞ୍ଜା ଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା ହୋଇ ବାଳିକା ମାନଙ୍କ ଉତ୍ତମ ଯତ୍ନ ନେବା ସେମାନଙ୍କ ର ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣ କିପରି ଭାବେ କରାଯାଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା। ଏବଂ ଆଜିର ସମୟରେ ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ନାମ ପ୍ରସିଦ୍ଧ କରୁଛନ୍ତି। କିନ୍ତୁ ଆଜି ବି ଲୋକ ଭାରତରେ ଝିଅ ଜନ୍ମକୁ ନେଇ ଦୁଃଖିତ ହୁଅନ୍ତି। ଆଜି ମଧ୍ୟ ଆମ ସମାଜରେ ଝିଅ ଏବଂ ପୁଅଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳେ।ଆମ ଦେଶର ସ୍ବାଧୀନତା ପରଠାରୁ ଭାରତ ସରକାର ଝିଅମାନଙ୍କୁ ଦେଶର ପ୍ରଥମ ସ୍ଥିତିକୁ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଏଥିପାଇଁ ଜାତୀୟ ବାଳିକା ଶିଶୁ ଦିବସ ପାଳନ ଆରମ୍ଭ ହୋଇଥିଲା ବୋଲି ସିଆର ସିସି ରାଜକୁମାରୀ ନାଏକ ଅଭିଭାଷଣ ରଖିଥିଲେ।ଏଥିରେ କ୍ଲଷ୍ଟର ର ମଥୁରାମ ସା, ଆଦିତ୍ୟ ନାରାୟଣ ପଣ୍ଡା, ଗଗନ ବିହାରୀ ସା, ସୁରେନ୍ଦ୍ର କୁମାର ପଣ୍ଡା, ଲଳିତା ଜାଲ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ : ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ;୮୭ ଟି ଅଭିଯୋଗ ଶୁଣିଲେ ତ୍ୱରିତ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

ଆଜି ଆସିବେ ମା ଅସ୍ଥାୟୀ ମନ୍ଦିରରେ ନଅ ଦିନ ପାଇବେ ପୂଜା 

masiha

Leave a Comment

error: Content is protected !!