ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

ମୟୂରଭଞ୍ଜ ୦୩/୦୩/୨୦୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଜନୈକ କୟଦୀଙ୍କ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ହନୁମାନ ମୁଦ୍ରା କାରବାରରେ ଜେଲ ଭୋଗୁଥିବା ତିରିଂ ଥାନା ଅଂଚଳର ଜାଣି ଗ୍ରାମର ଗୋବିନ୍ଦ ବିନ୍ଧାଣି ଆଜି ସକାଳ ୧୦ ଟା ପାଖାପାଖି ସମୟରେ ଛାତି ଯନ୍ତ୍ରଣା ଯୋଗୁଁ ଅସୁସ୍ଥତା ହୋଇଥିଲେ ।ତାଙ୍କୁ ସଙ୍ଗେ ସଂଙ୍ଗେ ଜେଲ କତୃପକ୍ଷ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଦିନ ୧ଟାଏ ପାଖାପାଖି ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ସଂନ୍ଧ୍ଯା ପର୍ଯ୍ୟନ୍ତ ଗୋବିନ୍ଦଙ୍କ ନାବାଳିକା ଝିଅ ଉପସ୍ଥିତ ଥିଲାଵେଳେ ପତ୍ନୀ ପହଞ୍ଚି ପାରି ନଥିବାରୁ ଆସନ୍ତାକାଲି ରିପୋର୍ଟ ପରେ ଶବ ବ୍ୟବଛେଦ କରାଯିବ । ଶଵ ରଖା ଗୃହ ଥିବା ସତ୍ବେ ଗୋବିନ୍ଦଙ୍କ ମୃତଦେହକୁ ପୁରୁଷ ଓ୍ବାର୍ଡ ରେ ଦିନ ୧ଟାଏରୁ ରାତି ୮ଟା ପର୍ଯ୍ୟନ୍ତ ମାନେ ନିଉଜ ଲେଖିଲା ପର୍ଯ୍ୟନ୍ତ ସ୍ଥାନାନ୍ତର କରା ଯାଇନଥିବାରୁ ପୁରୁଷ ଓ୍ବାର୍ଡର ରୋଗୀ ଏବଂ ତାଙ୍କର ଆଟେଣ୍ଡାଣ୍ଟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।ଜେଲ କର୍ମଚାରୀ , ପୋଲିସ କର୍ମଚାରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବାଧ୍ୟ ବାଦ୍ଧକତାରେ ମୃତଦେହକୁ ଜଗି ରହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରଶ୍ମିପ୍ରଭା ପତ୍ରିକା ପକ୍ଷରୁ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ 

Sunil Chandra Nayak

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ପଥଦୁର୍ଗା ସଂସ୍କୃତ ମହାବିଦ୍ଯାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ଯକ୍ରମ ଉଦଯାପିତ

masiha

Leave a Comment

error: Content is protected !!