ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ଅବ୍ୟବସ୍ଥା ନେଇ ରୋଗୀଙ୍କ ଧାରଣା

ମୟୂରଭଞ୍ଜ ୩/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ଅବ୍ୟବସ୍ଥା ନେଇ ଜନୈକ ରୋଗୀ ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରତ । ସୂଚନାଯୋଗ୍ୟ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତାହାର ସୁଫଳ ତଳ ସ୍ତରର ରୋଗୀକେହି ପାଇଁ ପାରୁନାହାନ୍ତି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ଥାଇ ନ ଥିଲା ଭଳି ।ଏଠାରେ ସ୍ଥାୟୀ ରେଡିଓଲୋଜିଷ୍ଟ ନାହାନ୍ତି । କେବଳ ସପ୍ତାହରେ ଥରେ ଗର୍ଭବତୀ ମହିଳାଙ୍କ ପାଇଁ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଏ । ନହେଲେ ଡାକ୍ତର ମାନେ ବାହାରେ ଅଲଟ୍ରାସାଉଣ୍ଡ ପାଇଁ ରେଫର କରନ୍ତି ।ଏହି ଉପଖଣ୍ଡରେ ୭ ଟି ବ୍ଳକ ସହ ପଡୋଶୀ ଝାଡଖଣ୍ଡ ରାଜ୍ୟର ଲୋକେ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରକରନ୍ତି । ସୂଚନାଯୋଗ୍ୟ କାର୍ତ୍ତିକ ମହାନ୍ତ ନାମକ ଜନୈକ ରୋଗୀ ନିଜ ପେଟରେ ବାମ ଡାହାଣ ଉଭୟ ପାର୍ଶ୍ଵରେ କଠିନ ଅଂଶ ଅନୁଭବ କରିବାରୁ ରାଇରଙ୍ଗପୁର ହସ୍ପିଟାଲ ଆସି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ସେଠାରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ବାହାରକୁ ଯାଇ ଅଲଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ ।ବାମନଘାଟୀ ଉପଖଣ୍ଡରେ ୭ ଟି ବ୍ଳକର ଶିଶୁ,ମହିଳା, ବୟସ୍କ ଗରୀବ ଲୋକେ କିଭଳି ସପ୍ତାହରେ ଥରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ପାରୁଥିଲେ ତାହା ସହଜରେ ସମସ୍ତଙ୍କୁ ଜଣା । ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଯୋଗାଯୋଗ କଲାରୁ ସେ ଅସହାୟ ହୋଇପଡ଼ିଥିଲେ । ସରକାର ରେଡିଓଲୋଜିଷ୍ଟ ଦେଲେ ତାହା ସବୁଦିନିଆ ରୋଗୀଙ୍କ ପାଇଁ ସେବା ଯୋଗାଇ ଦିଆଯିବ । ଏହାକୁ ନେଇ ଆମ୍ଭେ ଉପରସ୍ଥ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ ।ଗରୀବ ଗୁରୁବା, ଅସହାୟ ଲୋକେ କିଭଳି ସ୍ଥାୟୀ ଅଲଟ୍ରାସାଉଣ୍ଡର ସେବା ପାଇଁ ପାରିବେ ସେଥିପାଇଁ ସରକାରଙ୍କ ନଜରକୁ ଆଣିବା ପାଇଁ ସେ ଆଜି ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ 

masiha

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!