ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଥୀ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା

ସାଥୀ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା

ରାଉରକେଲା: ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ଏକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ କୋଏଲ ନଗର ବି ବ୍ଲକ ସ୍ଥିତ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଆବାହକ ଧୃବଚରଣ ସିଂହଙ୍କ ସଂଯୋଜନା ଓ ସଭାପତି ମିତା ଗୈ।ଡ଼ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ବିବେକାନନ୍ଦ ସାହୁ, ପ୍ରକାଶ ମହାକୁଡ ପ୍ରମୁଖ ଯୋଗଦେଇଥିଲେ। ସଭାପତି ଶ୍ରୀମତୀ ଗୈ।ଡ ସ୍ବାଗତ ଭାଷଣରେ ଏହି ଅନୁଷ୍ଠାନ ୨୦୦୮ ମସିହାରୁ ଆରମ୍ଭ ହୋଇ ଏଯାବତ ବିଭିନ୍ନ କାର୍ଯ୍ୟକ୍ରମ ତଥା ଏଥିରେ ୧୧୧ ଜଣ ସଦସ୍ୟ ଥିବା ସମ୍ପର୍କରେ ସୂଚନା ଦେଇ ଥିଲେ ଓ ଆବାହକ ଶ୍ରୀ ସିଂହ ଅନୁଷ୍ଠାନର କାର୍ଯ୍ୟକ୍ରମ ଯଥା ମହିଳା ସଶକ୍ତିକରଣ, ଦାହ ସଂସ୍କାରରେ ସହାୟତା, ବସ୍ତି ଓ ଅବହେଳିତ ଅଞ୍ଚଳରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର, ଅସହାୟ ବ୍ୟକ୍ତିଙ୍କୁ ସହାୟତା,ବୁଲା ପଶୁଙ୍କୁ ଖାଦ୍ୟ ଓ ଚିକିତ୍ସା ସହ ମୃତଦେହ ବାହାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ରାଉତ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରାତ୍ତୋର ଉନ୍ନତି କାମନା କରି ଉପସ୍ଥିତ ଜନସାଧାରଣଙ୍କୁ ଏଭଳି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ସର୍ବସମ୍ମତିକ୍ରମେ ଗୈ।ତମ ଆଚାର୍ଯ୍ୟଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ଏହି କ୍ରମରେ ସମାଜସେବା ପାଇଁ ଆଗେଇ ଆସିଥିବା ନୂତନ ପିଢ଼ି ମଧୁଲିତା ଗୈ।ଡ, ଆଶୁତୋଷ ଗୈ।ଡ଼,ପଲକ ସିଂ,ସିଦ୍ଧି ସିଂ,ସ୍ବାଗତିକା ଧର,ଦେବ ସିଂ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସର୍ବଶ୍ରୀ ସନ୍ତୋଷ ଗୈ।ଡ଼, ଧିରେନ ମହାନ୍ତି,ପରମଜିତ ସାହା, ପ୍ରମୋଦ ପଣ୍ଡା, ରଞ୍ଜନ ବେହେରା, ଅଶୋକ ରଥ, ସତ୍ୟଜିତ ମଲ୍ଲିକ, ବନବିହାରୀ ମହାରଣା, ସଞ୍ଜୀବ ଧର, ବିଭୁତି ଭୁଷଣ ମହାନ୍ତି, ସୁମନ୍ତ ଜେନା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରଜ୍ଞା ସିଂହ ମଞ୍ଚାସୀନ ଥିବା ବେଳେ ଶେଷରେ ଶ୍ରୀ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅନ୍ତେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସଡ଼କ ବିଜୁଳିରୁ ବଞ୍ଚୁତ ନିୟମଗିରିର ଡଙ୍ଗରିଆ

Sunil Chandra Nayak

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!