ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରି ଘଟଣା କୁ ନେଇ ପ୍ରେସ ମିଟ୍ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇ ଥିବା ନେଇ ତାହା ଉପରେ ନବରଙ୍ଗପୁର ସ୍ଥିତ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରେସ ମିଟ୍ କଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ l ସୁଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ଚାଟିଗୁଡା ଗ୍ରାମର ଅଭୟ ଦତ୍ତ ଙ୍କ ମୋବାଇଲ ଦୋକାନରୁ ଗତ 6 ତାରିଖ ରାତିରେ ଚୋରି ଯାଇଥିଲା l ଦୋକାନ ଭିତରେ ପଶି ଦେଖିଲେ, ଦୋକାନରେ ଥିବା 20 ହଜାର ଟଙ୍କା, 12 ଟି ମୋବାଇଲ, 8 ଟି ବ୍ୟବହୃତ ମୋବାଇଲ, ଗୋଟିଏ ଲାମିନେସନ ମେସିନ, ଗୋଟିଏ ମନିଟର,4 ଟା ପାୱାର ବେଙ୍କ ସମେତ ଅନ୍ୟାନ୍ୟ ଦୋକାନ ସମାଗ୍ରୀ ଚୋରି ଯାଇଛି l ଦୋକାନ ଚୋରିକୁ ଭିତ୍ତି କରି ଅଭୟ ଦତ୍ତ ଅନ୍ ଲାଇନ୍ ରେ ଓ ଡାବୁଗାଁ ଥାନା ରେ ଏକ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତିକରି ଡାବୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ରେ ସେହି ଅଞ୍ଚଳର 4 ଜଣ ନାବାଳକ ଯୁବକଙ୍କୁ ପୋଲିସ ଧରିବା ସହ ସେମାନଙ୍କ ଠାରୁ ଚୋରି ସମାଗ୍ରୀ ଜବତ କରିବା ସହ 4 ଜଣ ନାବାଳକ ଙ୍କୁ ଥାନାରେ ଅଟକ ରଖି ଏହାର ମାଷ୍ଟର ମାଇଣ୍ଡ କିଏ ତାର ତଲାସି ଚାଲିଛି ବୋଲି ଏସ୍ ପି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଚାରି ଜଣ ଙ୍କ ମଧ୍ୟରୁ ଦୁଇ ଜଣ ଙ୍କୁ ଉମରକୋଟ ଓ ଅନ୍ୟ ଦୁଇ ଜଣଙ୍କୁ ଭବାନୀପାଟଣା ପଠା ଯାଇଛି lମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଡାବୁଗାଁ ପୋଲିସ ଚେଷ୍ଟା ଜାରି ରଖିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

Sunil Chandra Nayak

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

୧ ବର୍ଷ ରେ ଟଙ୍କା ୨ ଗୁଣା ହେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡ଼ପ ନେଇ ଥାନା ରେ ଏତଲା 

Sunil Chandra Nayak

Leave a Comment

error: Content is protected !!