ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଭାବେ ପିଡିଏସ ଚାଉଳ ଚାଲାଣ ବେଳେ ପୋଲିସ ଦ୍ୱାରା ଜବତ କିନ୍ତୁ ମଧ୍ୟରାତ୍ରରେ ୩ ଟି ଟ୍ରକ ଛାଡ଼ି ଦେଲେ !!

ବନ୍ଧୁଗାଁ ତା ୬/୪/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଠାରୁ ପି ଡି ଏସ ଚାଉଳ ଚାଲାଣ ହେଉଥିବା ୩ ଟ୍ରକ ପୋଲିସ୍ ଦ୍ୱାରା ଜବତ ପରେ ରାତ୍ର ପ୍ରାୟ ୧୨ ଘଣ୍ଟାରେ ଛାଡ଼ି ଦେଇଛନ୍ତି। ବନ୍ଧୁଗାଁ ବ୍ଲକର କିଛି  ଦଲାଲି ବେପାରୀ , ବ୍ଲକ ଓ ଜିଲ୍ଲା ସ୍ତରୀୟ ଯୋଗାଣ ବିଭାଗ ଅଧିକାରୀ ଙ୍କ  ମଧୁ ଚନ୍ଦ୍ରିକାରେ  ଅଭିନବ କୌଶଳ ପ୍ରୟୋଗ କରି ଚାଉଳ ଚାଲାଣ କରୁଥିବା ଅଭିଯୋଗ ହେଉଛି । ପି ଡି ଏସ ଜେନ୍ଦ୍ର ଗୁଡିକରେ ଚାଉଳ ଗୁଡ଼ିକ ପ୍ରତି ବସ୍ତା  ୭୦୦ ରୁ ୯୦୦ ଟଙ୍କା ମଧ୍ୟରେ କିଣି ଦଲାଲି ବେପାରୀ ମାନେ ନିଜ  ଗୋଦାମ ଗୁଡିକରେ ନେଇ ସଙ୍ଗେ ସଙ୍ଗେ ଅନ୍ଦ୍ରରୁ ଆଣିଥିବା ପ୍ଲାଷ୍ଟିକ ବସ୍ତା ଠାରେ ଭର୍ତ୍ତି କରି ସିଲ କରିଦେଉଛନ୍ତି। ଏହି ପରି ଚାଉଳ ରଖିଲେ ଉକ୍ତ ଚାଉଳ କିଏ ଧରିଲେ କିମ୍ୱା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ମାନେ ପହଞ୍ଚି ଜବତ କଲେ ମଧ୍ୟ ତାହା ପ୍ରମାଣ ନ ଥିବାରୁ ଛାଡି ଦେଇଥାନ୍ତି। ବିଶେଷ ସୂତ୍ରରୁ ଜଣାପଡିଛି ବ୍ଲକ ଯୋଗାଣ ଅଧିକାରୀ (ଏମ୍ ଆଇ ) ସମସ୍ତ ପଞ୍ଚାୟତର ଯୋଗାଣ ସହାୟକ ଓ କିଛି ଚାଉଳ ବିକ୍ରି କରୁଥିବା ଏସଏଚ ଜି ଙ୍କ ଠାରୁ ପ୍ରତିମାସରେ ମୁଟା ଅଙ୍କର ଲାଞ୍ଚ ନେଉଥିବା ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ହେଉଛି । ପି ଡି ଏସ ଚାଉଳ ଚାଲାଣ ବେଳେ ପୋଲିସ ଦ୍ୱାରା ଜବତ ଚାଉଳକୁ ଜିଲ୍ଲା ଓ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଏହି ଚାଉଳ ଆମର ନୁହେଁ କହି ଚାଲିଯିବା ବହୁତ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ପୋଲିସ୍ ଚାହିଁ ଥିଲେ ପ୍ଲାଷ୍ଟିକ ବସ୍ତା ଖୋଲି ଭିତରେ ଥିବା ଭିଟାମିନ ମିଶା ଚାଉଳ ଦେଖି ଚିହ୍ନଟ କରିଥାନ୍ତା। ଓଡ଼ିଶା ର ବନ୍ଧୁଗାଁ ଓ ଆଲମଣ୍ଡା ମଧ୍ୟରେେ କୌଣସି  ଚାଉଳ ମିଲ ନାହିଁ ଓ ଓଡିଶାର ଚାଉଳ ଆନ୍ଧ୍ର ପ୍ରଦେଶ କୁ କେମିତି ଟ୍ରକ ଟ୍ରକ ଚାଉଳ ଯିବା କେବେ ଦେଖି ନ ଥିବେ । ପୋଲିସ ଦ୍ୱାରା ୩ ଟି ପି ଡି ଏସ ଚାଉଳ ପ୍ରାୟ ୬୦ ଟନ ଜବତ ହେବା ପରେ ମଧ୍ୟରାତ୍ରରେ ଟ୍ରକ ଗୁଡିକୁ ଛାଡି ଦେବା ପରେ ସ୍ଥାନୀୟ ବୁଦ୍ଧି ଯିବି ଓ ଅନେକ ଲୋକଙ୍କ ପ୍ରଶ୍ନ ସ୍ଥାନୀୟ ସକ୍ରିୟ ଦଲାଲ ବେପାରୀ ମାନେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ, ବ୍ଲକ୍ ଯୋଗାଣ ବିଭାଗ ଅଧିକାରୀ ଏବଂ ପୋଲିସ କୁ ଭିତରି କାରବାର ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ପି ଡି ଏସ ଚାଉଳ ଚାଲାଣ ର ସତ୍ୟା ସତ୍ୟ ବାହାର କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ଙ୍କୁ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

masiha

ରାଜନଗର ପୋଲିସ କବ୍ଜାରେ ଦୁଇ ବାଇକ୍ ଚୋର, ଦୋକାନରୁ ଵାସନ ଚୋରକୁ ଧରିବେ କେଵେ ?

Sunil Chandra Nayak

ଅବକାରୀ ଚଢାଉ ୧ ଗିରଫ 

masiha

Leave a Comment

error: Content is protected !!