ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମରାରେ ଯାଦବ ମହାସଭାର ବୈଠକ

ନବରଙ୍ଗପୁର ୬/୪/୨୩ (ମସିହା)- କୋରାପୁଟ ଜିଲ୍ଲା ଯାଦବ ମହାସଭାର ଏକ ବୈଠକ ଆଜି ବୋରିଗୁମ୍ମା ବ୍ଲକ କାମରା ଠାରେ ଅନୁଷ୍ଠିତ ହୋଇଯାଇଛି । ଫଗୁଲାଲ ଗୌଡ଼ଙ୍କ ପୌରୋହିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମଦନ ମୋହନ ନାୟକ, ମୁଖ୍ୟବକ୍ତା ଭାବେ ମନୋଜ ମହାଙ୍କୁଡ଼, ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସୀମାଞ୍ଚଳ ମହାଙ୍କୁଡ଼, ପର୍ଶୁରାମ ନାୟକ, ଶ୍ରୀଚନ୍ଦନ ନାୟକ, ଶ୍ରୀଧର ନାୟକ, ଦିବାକର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଏପ୍ରିଲ ୧୬ ଜୟପୁରରେ ଆୟୋଜିତ ହେଉଥିବା “ଗୌଡ଼ ଅଧିକାର ସମାବେଶ”କୁ ସଫଳ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିରେ ବିଦ୍ୟାଧର ନାୟକ, ହରି ବେହେରା, ସଦାଶିବ ଚାଲାଣ, ଲଳିତ, ଜଗବନ୍ଧୁ, ସଦନ, ଦୁର୍ଯ୍ୟୋଧନ, ଧନ, ପଦ୍ମନ, ପ୍ରଭୁ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନକୁଳ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ଗାଁ ମଙ୍ଗଳ ପାଇଁ ଆଦିବାସୀଙ୍କ ଧନ ଲଷ୍ମୀ ପୂଜା ପାଳନ ହୋଇଯାଇଛି 

Sunil Chandra Nayak

ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍‌ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ 

Sunil Chandra Nayak

Leave a Comment

error: Content is protected !!