ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ଭୋକର କରାମତି

ସୃଷ୍ଟି : ଏକ ଗପ ଗଣ୍ଠିଲିର

     ଭୋକର କରାମତି 

                  କବିସୌରଭ କୈଳାଶଚନ୍ଦ୍ର ବେହେରା

    ସୁନ୍ଦରା ପଲ୍ଲୀ ଗୋଟାଏ ମଫସଲ  ଗାଁ । ସେହି ଗାଆଁରେ ବିଭିନ୍ନ ଜାତିର ଲୋକ ବାସ କରନ୍ତି । ଗାଆଁର ଶେଷ ମୁଣ୍ଡରେ ଗୋଟାଏ ଚାଳ ଛପର ଘରେ ମାଆ ପୁଅ ଦୁଇଜଣ ବାସ କରନ୍ତି । ପୁଅଟିର ନାମ ମକରା । ଆଜକୁ ପ୍ରାୟ ୧୦ ବର୍ଷ ହେଲା ବାପା ଆର ପାରିକୁ ଚାଲି ଗଲେଣି । ମକରା ଗାଆଁ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛି । ଟଙ୍କା ପଇସା ଅଭାବ ହେତୁ ଆଉ ଅଧିକ ପଢ଼ି ପାରିଲା ନାହିଁ । ମାଆ ପୁଅ ଦୁହେଁ ମୁଲ ଲାଗି ଦୁଃଖ କଷ୍ଟେ ଚଳନ୍ତି ।  

      ପୁଅର ବୟସ ହୋଇ ଯିବାରୁ ମାଆ ମକରା ପାଇଁ କନ୍ୟାଟିଏ ଲାଗି ଅନୁସନ୍ଧାନ କରୁଥାଏ । ଶେଷରେ ଗାଆଁ ମୁଖିଆଙ୍କ ଜରିଆରେ ମଦନ ପୁରର ସୁଦାମ ପ୍ରଧାନଙ୍କ ଘରେ କନ୍ୟା ଠିକ୍ ହେଲା । ଝିଅଟିର ନାମ ସୁମତି । ବଡ଼ ଝିଅ ସୁନୀତି ନିକଟ ଗାଆଁରେ ବାହା ହୋଇଛି । ସୁମତି ବାପା ମାଆଙ୍କର ଦ୍ବିତୀୟ ଝିଅ । ବାହାଘର ଦିନ ଧାର୍ଯ୍ୟ ହେଲେ ସୁଦାମ ପ୍ରଧାନ ସୁମତିକୁ ବିଵାହ ଦେଇ ଶାଶୁଘରକୁ ବିଦା କରିଦେଵା ପାଇଁ ବ୍ୟସ୍ତ ହେଉଥାନ୍ତି । କିନ୍ତୁ ଜୋଇଁ ପୁଅ ମକରା ବାହାଘର ପାଇଁ ଟଙ୍କା ପଇସା ଯୋଗାଡ଼ କରି ପାରି ନ ଥିବାରୁ ଅପେକ୍ଷା କରିଥାନ୍ତି । 

      କିଛି ଦିନ ପରେ ମକରା ଟଙ୍କା ପଇସା ସଞ୍ଚୟ କରି ଦିନ ଧାର୍ଯ୍ୟ କରିବା ଲାଗି ଶ୍ବଶର ଘରକୁ ଯିବାକୁ ବାହାରିଲା । ଗଲାବେଳେ ମାଆ ପୁଅକୁ ତାଗିଦ୍ କରି କହିଲା – 

” ପୁଅରେ ! ଶ୍ବଶୁର ଘରେ ଜଗିରଖି ଚଳିବୁ । ସମସ୍ତଙ୍କୁ ସ୍ନେହ ଆଦରରେ କଥାବାର୍ତ୍ତା କରିବୁ । ଖାଇବାକୁ ଯାହା ଦେବେ ସବୁ ନ ଖାଇ ଥାଳିରେ କିଛି ଛାଡୁଥିବୁ । ନ ହେଲେ ସେମାନେ ତୋତେ ଖାଦ୍ୟଲୋଭୀ ପେଟୁ ବୋଲି ଭାବିବେ । ” ପୁଅ ମାଆର କଥାକୁ ଭଲ ଭାବରେ ମନେରଖି ଶ୍ବଶୁର ଘରକୁ ଯିବାକୁ ବାହାରିଲା । ବସ୍ ଷ୍ଟାଣ୍ଡ୍ ରେ ଟିକଟ କାଟି ବସ୍ ରେ ବସି ମଦନପୁର ଗାଆଁ ନିକଟ ବସ୍ ଷ୍ଟାଣ୍ଡ୍ ରେ ପହଞ୍ଚିଲା । ସେଠାରୁ ଚାଲି ଚାଲି ଉପର ଓଳି ପ୍ରାୟ ୪ଟା ବେଳେ ମକରା ଶ୍ବଶୁର ଘରେ ପହଞ୍ଚିଲା । ଶାଶୁ ଶ୍ବଶୁରଙ୍କୁ ପ୍ରଣାମ କରି ଆସିବାର ଉଦ୍ଦେଶ୍ୟ କହିଲା । ଶ୍ବଶୁର ଖୁସି ହୋଇ କହିଲେ – ” ହଉ , ତୁମେ ଏବେ ତ ଆସିଲ , ଗୋଡ଼ ହାତ ଧୋଇ ଲୁଗା ପାଲଟି ବସ । ମୁଁ ପୁଅ ହାତରେ ଗୋସେଇଁଙ୍କୁ ଡକାଇବି । ସେ ପାଞ୍ଜି ଦେଖି ଦିନ ବାର ଠିକ୍ କରି କହିବେ । 

       ଶ୍ବଶୁରଙ୍କ କହିବା ଅନୁସାରେ ମକରା ଗୋଡ଼ ହାତ ଧୋଇ କାନ୍ଥକୁ ଲାଗି ପଡ଼ି ଥିବା ବେଞ୍ଚ୍ ରେ ଯାଇ ବସିଲା । ଶାଶୁ ଗୋଟିଏ ଥାଳିରେ କିଛି ଜଳଖିଆ ଆଣି ମକରାକୁ ଖାଇବାକୁ ଦେଲେ । ଜଳଖିଆ ଦେଖି ମକରାର ମାଆ କଥା ମନେ ପଡ଼ି ଗଲା । ମାଆ ତ କହିଥିଲା ଯାହା ଦେବେ ସବୁ ନ ଖାଇ ଥାଳିରେ କିଛି ଛାଡ଼ି ଦେବୁ । ତେଣୁ ମକରା ଜଳଖିଆରୁ କିଛି ଅ°ଶ ଖାଇ ବାକିତକ ଥାଳିରେ ଛାଡ଼ି ଦେଇ ହାତ ଧୋଇ ବସିଲା । ଶ୍ବଶୁର ଗାଆଁ ପୁରୋହିତଙ୍କୁ ଡାକିବାକୁ ବଡ଼ ପୁଅକୁ ପଠାଇଲେ । କିଛି ସମୟ ପରେ ବଡ଼ ପୁଅ ଆସି କହିଲା – ” ବାପା! ଗୋସାଇଁ ଦୂର ଗାଆଁକୁ ଗୋଟିଏ ଯଜ୍ଞ କାର୍ଯ୍ୟରେ ଯାଇଛନ୍ତି । ତିନିଦିନ ପରେ ଗାଆଁକୁ ଫେରିବେ । ” ଶ୍ବଶୁର ମକରାକୁ କହିଲେ – ” ତୁମେ ଆଉ ଗାଆଁକୁ ଯିବାକୁ ବ୍ୟସ୍ତ ହୁଅ ନାହିଁ । ଗାଆଁ ପୁରୋହିତ ତ ତିନିଦିନ ପରେ ଯଜ୍ଞ କାର୍ଯ୍ୟ ସାରି ଗାଆଁକୁ ଫେରିବେ। ସେ ଆସିଲେ ବାହାଘର ପାଇଁ ଶୁଭ ଦିନ ଦେଖିବା । ” ମକରା ବାଧ୍ୟ ହୋଇ ଶ୍ବଶୁର ଘରେ ରହିଲା । ଦିନ ଯାଇ ରାତି ହେଲା । ରାତିରେ ଖାଇଲା ବେଳେ ମଧ୍ୟ ଶାଶୁ ଥାଳିରେ ଭାତ ଓ ଗିନାରେ ଡାଲି , ତରକାରୀ ,ଭଜା ଇତ୍ୟାଦି ଦେଇଥିଲେ । ମକରା ମାଆ କହିବା ଅନୁସାରେ ସବୁଥିରୁ କିଛି କିଛି ଛାଡ଼ି ବାକିତକ ଖାଇଲା । ସମସ୍ତଙ୍କ ଖାଇବା ନ ସରୁଣୁ ମକରାର ଖାଇବା ସରିଯିବା ଦେଖି ଶାଶୁ ଭାବିଲେ ଜୋଇଁ ପୁଅ ବୋଧ ହୁଏ କମ୍ ଖାଆନ୍ତି । ତା’ ପରଦିନ ମଧ୍ୟ ଜଳଖିଆ ଖାଇବା ବେଳେ ଆଉ ଦୁଇଓଳିଯାକ ଭାତ ଖାଇବା ଵେଳେ ମକରା ଥାଳି ଓ ଗିନାରେ କିଛି କିଛି ଛାଡ଼ି ହାତ ଧୋଇବା ପାଇଁ ଉଠିଯାଏ । କିନ୍ତୁ ପେଟରେ ଯେ ଭୋକ ଏକଥା ମକରା ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଏଣେ ଶାଶୁ ଜୋଇଁ ପୁଅ କମ୍ ଖାଉଛନ୍ତି ବୋଲି ବେଳକୁ ବେଳ କମେଇ କମେଇ ଭାତ ତରକାରୀ ଦେଉଥାନ୍ତି । ଏହିପରି କଷ୍ଟେ ମଷ୍ଟେ ମକରା ଶ୍ବଶୁର ଘରେ ଦୁଇଦିନ କଟେଇ ଦେଲା ।

ତୃତୀୟ ଦିନ ତା ଅବସ୍ଥା ଅସମ୍ଭାଳ ହେଲା । ଖାଇସାରିଲା ପରେ ପରେ ମଧ୍ୟ ପେଟ ଭୋକରେ ଆଉଟୁ ପାଉଟୁ ହେଉଥାଏ । ରାତିରେ ଭୋକ ଦାଉରୁ ନିଦ ମଧ୍ୟ ହେଲା ନାହିଁ । ଶେଯରୁ ଉଠି ଅଗଣା ଆଡ଼କୁ ଗଲା ।ସବୁଆଡେ ନଜର ପକାଇଲା । କିଛି ଖାଇବା ଜିନିଷ ଥିବକି କେହି ନ ଜାଣୁନୁ ଚୁପ୍ କରି ଖାଇଦେବ । କିନ୍ତୁ କୋଉଠି ହେଲେ ଖାଇବା ଜିନିଷ ଦେଖିଲା ନାହିଁ । କବାଟ ଖୋଲି  ବାଡ଼ି ପଟକୁ ଗଲା । ଦେଖିଲା ଗୋଟେ କୁକୁଡ଼ା ଘର ଅଛି । ଜାଲିବାଟ ଦେଇ ଅଣ୍ଡାସବୁ ଦେଖାଯାଉଛି । ମକରା ଭାବିଲା ୨/୪ ଟା କୁକୁଡ଼ା ଅଣ୍ଡା ଆଣି ଅଗଣାରେ ପଡ଼ିଥିବା ଚୁଲିରେ ସିଝାଇ ଖାଇଦେଲେ  ହୁଏ ତ ଭୋକ ଦାଉରୁ ରକ୍ଷା ମିଳିଯିବ ।ଏହାଭାବି ଜାଲିକବାଟ ଖୋଲି ଯେମିତି ଅଣ୍ଡା ଉପରେ ହାତ ପକାଇଛି କୁକୁଡ଼ା ଗୁଡ଼ିକ ଫଡ଼୍ ଫାଡ଼୍ ହେଇ ଏପଟେ ସେପଟେ ଧାଇଁବାକୁ ଲାଗିଲେ । ଶବ୍ଦଶୁଣି ମକରାର ସାନ ଶଳାର ନିଦ ଭାଙ୍ଗି ଗଲା ସେ କ’ଣ ହେଲା ଜାଣିବା ପାଇଁ ବାଡ଼ି ପଟକୁ ଦୌଡ଼ି ଆସିଲା । ସାନଶଳା ଆସୁଥିବାର ଜାଣିପାରି ମକରା ତରତର ହୋଇ ଅଣ୍ଡାଟାକୁ ପାଟିରେ ପୂରେଇ ଦେଇ କୁକୁଡ଼ା ଘରର ଜାଲି କବାଟଟା ବନ୍ଦ  କରିଦେଇ ନ ଜାଣିଲା ଭଳି ପାଟି ବନ୍ଦ କରି ବାଡ଼ିପଟ ପିଣ୍ଡାରେ ବସି ପଡ଼ିଲା । 

        ସାନଶଳା ଆସି ଦେଖେ ତ ଭିଣେଇଭାଈ ଚୁପ୍ ହେଇ ବାଡ଼ିପଟ ପିଣ୍ଡାରେ ବସିଛନ୍ତି । ଶାନ ଶଳା ପଚାରିଲା – ” ଭାଇ ! କ’ଣ ହେଲା ଯେ କୁକୁଡ଼ା ଗୁଡ଼ିକ ଶବ୍ଦକରି ଦୌଡା ଦୌଡି କରୁଥିଲେ ?” ମକରା ଶଳାର କଥାଶୁଣି ପାଟିରେ ଅଣ୍ଡାଟା ପୂରେଇଥିବାରୁ କିଛି କହି ପାରୁ ନଥାଏ । କେବଳ ହାତରେ ଠାରି କିଛି ହୋଇ ନାହିଁ ବୋଲି ଉତ୍ତର ଦେବାକୁ ଚେଷ୍ଟା କଲା । ଭିଣେଇ କିଛି ନ କହି କେବଳ ହାତରେ ଠାରିବାରୁ ସାନ ଶଳାର ମନରେ ସନ୍ଦେହ ହେଲା ।ସେ ପାଖକୁ ଆସି ଦେଖିଲା ଭିଣେଇଙ୍କର ଗାଲଟା ଖୁବ୍ ଫୁଲି ଯାଇଛି । ହାତରେ ଚିପି ଦେଖିଲା ଖୁବ୍ ଟାଣ ଲାଗୁଛି । ଭିଣେଇଙ୍କର ହଠାତ୍ କ’ଣ ହେଲା ଯେ ଗାଲଟା ଫୁଲିଗଲା , କଥା କହି ପାରୁନାହାନ୍ତି । ସାନଶଳା କିଛି ବୁଝି ପାରିଲାନାହିଁ । ମକରା ଲାଜରେ ଅଣ୍ଡାଟାକୁ ପାଟିରୁ ବାହାର କରି ନ ପାରି ସେମିତି ଚୁପ୍ ହେଇ ବସିଥାଏ । ଶବ୍ଦଶୁଣି ସାନଶଳା ପଛେ ପଛେ ବଡ଼ଶଳା ଓ ଶ୍ବଶୁର ଆସି ପହଞ୍ଚିଗଲେ । 

    ସାନଶଳାକୁ ପଚାରିବାରୁ ସେ କହିଲା – “ଭିଣେଇଙ୍କର ଗାଲରେ ବୋଧହୁଏ ଗୋଟିଏ ବଥ ବାହାରି ଥିଲା ଏଇ ଦୁଇଦିନ ଭିତରେ ବଥଟା ପାଚି ଫୁଲି ଯାଇଛି । ” ଏହାଶୁଣି ଗାଆଁ ବଇଦକୁ ଡାକି ଆଣିବାକୁ ଶ୍ବଶୁର ବଡ଼ ଶଳାକୁ ପଠେଇଲେ । ମକରା ପାଖରେ ଶ୍ବଶୁର ଓ ସାନଶଳା ଜଗି ରହିଲେ । ଏଣେ ମକରା କିଛି ଉପାୟ ନ ପାଇ ଅଣ୍ଡାଟାକୁ ସେମିତି କଳରେ ଯାକି ଧରିଥାଏ । ଗାଲରେ ବଥ ହେଇଥିବା କଥା ଶୁଣି ଗାଆଁ ଵଇଦ ଛୁରୀ , ତୂଳା , ବେଣ୍ଡିଜ୍ କନା , ମଲମ ପ୍ରଭୃତି ଧରି ବଡ଼ ଶଳା ପଛେ ପଛେ ମକରାର ଶ୍ବଶୁର ଘରେ ପହଞ୍ଚିଲେ । ମକରାର ଗାଲକୁ ହାତରେ ଚିପି ଜାଣି ପାରିଲେ ଯେ ବଥଟା ପାଚିଯାଇ ଥିବାରୁ ଗାଲଟା ଫୁଲି ଯାଇଛି । ମକରାକୁ ଖଟରେ ଶୁଆଇଦେଇ ମାଡ଼ି ବସିବାକୁ ସେ ଶଳା ଓ ଶ୍ବଶୁରଙ୍କୁ କହିଲେ । ତିନିଜଣଯାକ ମକରାକୁ ଟେକିନେଇ ଖଟରେ ଶୁଆଇଦେଇ ମାଡ଼ିବସି ଧରିଲେ ଯେପରି ସେ ହଲଚଲ ହେଇପାରିବ ନାହିଁ ।  ଗାଆଁ ବଇଦ ଔଷଧ ପେଡିରୁ ଛୁରୀ କାଢି ଗାଲକୁ କାଟି କଣା କରିଦେଇ ଯେମିତି ଦୁଇହାତରେ ଚିପି ଦେଇଛନ୍ତି ଅଣ୍ଡା ଭିତରେ ଥିଵା ଲାଳ ଓ କେଶର ସବୁ ପଦାକୁ ବାହାରି ଆସିଲା ଗାଆଁ ବଇଦ କହିଲେ- ” ଦେଖିଲ ବଥ ଭିତରେ କିପରି ପୂଜସବୁ ଭରି ହୋଇ ରହିଥିଲା । ମତେ ଡାକି ନ ଆଣିଥିଲେ ଅବସ୍ଥା ଯେ କ’ଣ ହେଇଥାନ୍ତା ଭାବି ପାରୁଛ ? ” 

ଜୋଇଁଙ୍କର ଗାଲରେ ଥିବା ବଥରୁ ପୂଜରକ୍ତ ବାହାରି ଯାଇ ସ୍ବାଭାବିକ ଅବସ୍ଥାକୁ ଆସିଥିବା ଦେଖି ଶ୍ବଶୁର ଓ ଶଳାମାନେ ଖୁସିହେଲେ । ଗାଆଁ ଵଇଦ ଗାଲ କାଟିଥିବା ଜାଗାରେ ମଲମ ଲଗାଇ ଓ ତୂଳାଦେଇ ବେଣ୍ଡିଜ୍  କରିଦେଲେ । ନିଜର ପାଉଣା ନେଇ ସେ ଚାଲିଗଲେ ।

       ମକରା ଲାଜ ଭୟରେ ସବୁକଷ୍ଟ ସହି ସେମିତି ଖଟରେ ପଡ଼ି ରହିଲା ।ସକାଳୁ ଉଠି ସମସ୍ତଙ୍କ ଅଜାଣତରେ କଳରେ ଥିବା ଅଣ୍ଡାଖୋଳ କାଢ଼ି ବାହାରେ ପକାଇଦେଲା । କିଛିଦିନ ପରେ ଗାଲର କଣା ଧୀରେ ଧୀରେ ବନ୍ଦହୋଇ ଭଲ ହେଇଗଲା । ଖାଇବା ପିଇବାରେ ଅସୁବିଧା ହେତୁ ମକରା ଖୁବ୍ ଦୁର୍ବଳ ହେଇପଡିଲା ।

        ଟିକିଏ ସୁସ୍ଥ ହେବାରୁ ଶ୍ବଶୁରଙ୍କୁ ବିଦାୟ ମାଗି ନିଜ ଘରକୁ ଚାଲିଆସିଲା । ମାଆକୁ ଶ୍ବଶୁରଘରେ ଘଟିଥିବା ସବୁ ଘଟଣା ଟିକିନିଖି କହିଲା । ମାଆ ମକରା ଦେହର ଅବସ୍ଥା ଦେଖି କହିଲେ – ” ଆଉ କୋଉ ଗାଆଁରେ ତୋ ପାଇଁ କନ୍ୟା  ଦେଖିବି ସିନା ଆଉ ସେହିଗାଆଁ ଝିଅକୁ ମୋ ଘରକୁ ବୋହୁକରି ଆଣିବି ନାହିଁ ।”

ନୀତିବାଣୀ :- 

ନିଦ କି ଜାଣେ ଲଟା ବୁଦା , 
         ଭୋକ କି ଜାଣେ କଞ୍ଚା ଓଦା ।

ଅର୍ଥାତ୍ – ଭୋକିଲା ଲୋକକୁ ଯେ କୌଣସି

ଖାଦ୍ୟ ସ୍ବାଦିଷ୍ଟ ଲାଗେ । 

 

ବାଲିଗୁଡ଼ା, କନ୍ଧମାଳ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ ନିଃସଙ୍ଗ ଅଶିଣ

Sunil Chandra Nayak

କାମ ସରୁନି ଲୋକେ ହେଉଛନ୍ତି ହନ୍ତ ସନ୍ତ:ପ୍ରଶାସନର ଦୃଷ୍ଟି ପଡୁ 

masiha

ଚିତ୍ରା ରାଣୀ ପାତ୍ର ଙ୍କ ଗଳ୍ପ = ଶ୍ରୀଲେଖାର ଦୁଃଖ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort