ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ପାଇଁ ପ୍ରସ୍ତୁତ ବୈଠକ 

ରଥଯାତ୍ରା ପାଇଁ ପ୍ରସ୍ତୁତ ବୈଠକ 

ନବରଙ୍ଗପୁର:(ତା ୦୯/୦୬)( ରବିନାରାୟଣମହାନ୍ତି)– ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ମନ୍ଦିର କମିଟି ସଭାପତି ଶ୍ରୀ ପ୍ରିୟ ରଞ୍ଜନ ଦାସଙ୍କ ସଭାପତିତ୍ବରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା |ଉକ୍ତ ବୈଠକରେ ମନ୍ଦିର ପରିଚାଳନା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ ଓ ଗ୍ରାମର ଭଦ୍ରବ୍ୟକ୍ତିମାନେ ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ |ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ହୋମଯଜ୍ଞ ସହ ପୂଜାର୍ଚନା କରାଯାଇଥିଲା |ଉକ୍ତ ପୂଜାକାର୍ଯ୍ୟରେ ଝରୀଗାଁର ସୂର୍ଯ୍ୟ ପଟ୍ଟନାୟକ ସପତ୍ନୀକ ଯୋଗ ଦେଇ ପୁରୋଧା କାର୍ଯ୍ୟ ତୁଲେଇଥିଲେ |ଉକ୍ତ ବୈଠକରେ ରଥ ନିର୍ମାଣ କରିବା ନିମନ୍ତେ ମହାରଣାମାନେ କମିଟିକୁ ପ୍ରସ୍ତାବ ଦେଇଥିବା ବେଳେ ନୂତନ ଭାବେ ୪ଟି ଚକ ନିର୍ମାଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା |ଚଳିତ ମାସ ୧୨ତାରିଖରୁ ରଥକାର୍ଯ୍ୟ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା |ଉକ୍ତ ଦିନରେ ପ୍ରତିବର୍ଷ ଯେଉଁ ଦାତାମାନେ ରଥଯାତ୍ରା ପାଇଁ ଅନୁଦାନ କରି ଆସିଛନ୍ତି ସେମାନଙ୍କ ସହ ଯୋଗାଯୋଗ କରି ଅର୍ଥ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା |ଉକ୍ତ ବୈଠକରେ କୋଷାଧକ୍ଷ ଭାବେ ଶ୍ରୀ ବଳବୀର ପ୍ରସାଦ ଶର୍ମା ଓ ଶ୍ରୀ ରବୀନ୍ଦ୍ର ନାରାୟଣ ଦାସଙ୍କୁ ଯୁଗ୍ମ ଦାୟିତ୍ୱ ଅର୍ପଣ କରାଯାଇଥିଲା |ଏମାନଙ୍କୁ ସହଯୋଗ କରିବା ନିମନ୍ତେ ପିଙ୍କୁ କାହାଲିଆ,କେଶବ କୁଦୁମି,ଜୟା ରାଓ,କାନ୍ତ ନାୟକ,ବାବୁଲା ପ୍ରସାଦଙ୍କୁ ଦାୟିତ୍ୱ ଅର୍ପଣ କରାଗଲା |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା କିପରି ଶାନ୍ତି, ଶୃଙ୍ଖଳା ଓ ଆଡମ୍ବର ସହକାରେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା lପରିଶେଷରେ ମନ୍ଦିର କମିଟି ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ |

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍

Related posts

ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

masiha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!