ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ

ନର୍ଲା (ମନିସ) ଆଗାମୀ ଦିନରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା ପାଇଁ ନର୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ନେଇ ନର୍ଲା ଠାରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହା ପୂର୍ବରୁ ଟେବୁଲ୍ ଟପ୍ ପ୍ରସ୍ତୁତି ବୈଠକ ହୋଇଥିଲା। ନର୍ଲା ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ତ୍ରୀନାଥ ଭୋଇଙ୍କ ନେତୃତ୍ବରେ ଉପସ୍ଥିତ କର୍ମଚାରୀଗଣ ବନ୍ୟାରେ ଜଳବନ୍ଦୀ ଘେରରେ ଥିବା ବ୍ୟକ୍ତିଙ୍କୁ କିଭଳି ଭାବେ ଉଦ୍ଧାର କରାଯାଇ ପାରିବ ଏହାର ଉଦାହରଣ ସକାଶେ ଜଳବନ୍ଦୀକୁ ଲାଇଫ ଜ୍ୟାକେଟ ପିନ୍ଧାଇ ବୋଟ ମାଧ୍ୟମରେ ଉଦ୍ଧାର କାର୍ଯ୍ୟକୁ ଫାୟାର ମ୍ୟାନ ପୂର୍ଣ୍ଣଚନ୍ଦ୍ର ସେଠ, ଶେଷଦେବ ମାଝୀ, ବୈଷ୍ଣବ ନାଏକ ଓ ଉପସ୍ଥିତ କର୍ମଚାରୀଗଣ ପ୍ରଦର୍ଶନ କରିଥିଲେ। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ନର୍ଲା ତହସିଲଦାର ଶଙ୍କର ବାଗ, ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ଲିଲି ଦୀପ, ନମ୍ରତା ସାହୁ, ନର୍ଲା ସିଡିପିଓ ନିବାସିନୀ ବିଶ୍ଵାଳ, ନର୍ଲା ଜିପିଇଓ କ୍ଷିତୀଶ ଚନ୍ଦ୍ର ନାଏକ, ନର୍ଲା ସରପଂଚ ତନୁଜା ହରପାଳ, ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ, ନର୍ଲା ସହକାରୀ କୃଷି ଅଧିକାରିଣୀ ସୁଜାତା ନାଏକ ଓ ବିଦ୍ୟୁତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାର ଉଦଘାଟିତ

masiha

Leave a Comment

error: Content is protected !!