ଢେଙ୍କାନାଳ ଜିଲ୍ଲା ଭୁବନ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଗୋଟିଏ ଘରେ ଏସି ଲଗାଇ ଘରର ସମସ୍ତେ ଶୋଇଥିଲେ । ଏହାର ସୁଯୋଗରେ ଲୁଟେରାମାନେ ରାତ୍ରି ପ୍ରାୟ ଦୁଇଟାରୁ ୩ଟା ମଧ୍ୟରେ ଲୁଟ୍ କରିଛନ୍ତି । ଘରର ଦୁଇଟି ଘର ଝରକା ଗ୍ରୀଲ୍ ତାଡି ଘରେ ପଶିଥିଲେ । ଘର ଆଲମିରା ଲାକର ଭାଙ୍ଗି ୬ଲକ୍ଷ ଟଙ୍କା ଓ ଦେଢ଼ ଶହ ଗ୍ରାମରୁ ଉର୍ଦ୍ଧ୍ବ ଓଜନର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ସୁନା ଗହଣାର ମୂଲ୍ୟ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
previous post