ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପ ଛେଉଣ୍ଡ ,ଭିନ୍ନକ୍ଷମ ତଥାପି ନା ରାସନ ପାଉଛନ୍ତି ନା ଭତ୍ତା

ତେନ୍ତୁଳିଖୁଣ୍ଟି ୧୯/୦୬/୨୩  // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଂଚାୟତ ରେ ଭିନ୍ନକ୍ଷମ ,ବିଧବା ବୃଦ୍ଧ ବୃଦ୍ଧା ଅଛନ୍ତି ଯେଉଁମାନେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ତଥା କେନ୍ଦ୍ରିୟ ଇନ୍ଦିରା ଗାନ୍ଧି ଜାତୀୟ ପେନସନ ଯୋଜନାରେ ଭତ୍ତା ପାଇଁ ଆବେଦନ କରି ପାଇ ନାହାନ୍ତି ତ ଦିବ୍ୟାଙ୍ଗ ଭିନ୍ନକ୍ଷମ ପ୍ରମାଣ ପତ୍ର ଆଧାର କାର୍ଡ ନଥିବାରୁ ଆବେଦନ କରି ବି ପାରୁନାହାନ୍ତି। ଏଭଳି ଏକ ପରିବାର ପଞ୍ଚାୟତ ର ପୋଡ଼ାଗଡ଼ ଗ୍ରାମ ରେ ବାସ କରନ୍ତି। ଝିଅ ସସ୍ମିତା ହରିଜନ ମାନସିକ ଭିନ୍ନକ୍ଷମ । ବାପା ସୁବାସ ହରିଜନ ପ୍ରକଳ୍ପ ରେ ଶ୍ରମିକ ଭାବେ କାମ କରୁଥିଲେ,ମଦ୍ୟପ ହୋଇଥିବା ରୁ ତାର ଦରମା ର ସିଂହ ଭାଗ ମଦରେ ସାରି ଦେଉଥିଲା। କିଛି ମାସ ହେବ ସେହି ସ୍ୱଳ୍ପ ଦରମା ମଧ୍ୟ ବନ୍ଦ ହୋଇଗଲା କାରଣ ସୁବାସ ର ମୃତ୍ୟୁ ହୋଇଗଲା। ପରିବାର ପ୍ରତିପୋଷଣ ପାଇଁ ବିକଳ୍ପ ଆୟ ର ପନ୍ଥା ନାହିଁ। ବାପା। ସୁବାସ ମା ଗୀତା ଓ ଦୁଇ ଭାଇ ଗୋଟିଏ ଭଉଣୀ । ଭଉଣୀ ବିବାହିତା। ସୁବାସ ଓ ଗୀତା ନାମରେ ରାସନ କାର୍ଡ ମିଳିଥିଲା, ଦଶ କେଜି ଚାଉଳ ମାସିକ ମିଳୁଥିଲା। ବାପା ସୁବାସ ର ମୃତ୍ୟୁ ପରେ କେବଳ ପାଞ୍ଚ କେଜି ଚାଉଳ ମିଳୁଛି। ଭାଇ ମାନସ କୁଲି କାମ କରି।ଯାହା ଆଣୁଛି ସେଥିରେ ବିଧବା ମା ,ଭିନ୍ନକ୍ଷମ ଭଉଣୀ ର ପେଟ ପୁରେ।  

 ଆଧାର କାର୍ଡ ଭିନ୍ନକ୍ଷମ ହୋଇଥିବାରୁ କରି ପାରିନଥିବା ହେତୁ ଦିବ୍ୟା ଙ୍ଗ ପ୍ରମାଣ ପତ୍ର ଆବେଦନ କରି ପାରିନି ସସ୍ମିତା । ସେଥିପାଇଁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପାଉନି ସେ। ମା ଗୀତା ବିଧବା ହୋଇ ମଧ୍ୟ ବିଧବା ଭତ୍ତା ପାଉନି। ରାସନ କାର୍ଡ ରେ ପରିବାର ସମସ୍ତ ସଦସ୍ୟଙ୍କ ନାମ ନଥିବା ରୁ ମାତ୍ର ୫ କେଜି ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ପାଉଛନ୍ତି। ବିଡ଼ିଓ ମନୋଜ ପାଣିଗ୍ରାହୀ ଗାଁ କୁ ଆସି ଦିବ୍ୟା ଙ୍ଗ ଗୋପାଳ ହରିଜନ କୁ 21 ମାସର ଭତ୍ତା ନଦେଇଥିବାରୁ ,ଏହି ପରିବାର ଆଶା ବାଦୀ ସରକାର ଙ୍କ ଆସ ଖୋଜିବା ଯୋଜନାରେ ପରିବାର ସମସ୍ତ ସଦସ୍ୟଙ୍କ ନାମ ରାସନ କାର୍ଡ ରେ ସଂଶ୍ଲିଷ୍ଟ ହୋଇଯିବ। ଭିନ୍ନକ୍ଷମ ସସ୍ମିତା କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ତଥା ଭତ୍ତା ଓ ପେନ୍ସନ ମା ଗୀତା ବିଧବା ଭତ୍ତା ବ୍ୟବସ୍ଥା କରିଦେବେ। ଉକ୍ତ ଗ୍ରାମ ରେ ମଧ୍ୟ ସାଧାରଣରେ ବିଡ଼ିଓ ଏହି ପରିବାର କୁ ନ୍ୟାୟ ଦେବେ ବୋଲି ଆଶାବାଦୀ। ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କୁ ପଚାରିବାରୁ କହିଲେ ଭିନ୍ନକ୍ଷମ ର ଆଧାର କାର୍ଡ କରି ଆଣିଲେ ଭତ୍ତା ବ୍ୟବସ୍ଥା କରିଦିଆଯିବ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଓରମାସ ସି ଇ ଓ ଙ୍କ ଅନ୍ତଃଚାଷ ପ୍ରଣାଳୀରେ ହୋଇଥିବା ମକା ଓ କାନ୍ଦୁଲ କ୍ଷେତ୍ର ପରିଦର୍ଶନ

masiha

କଳାହାଣ୍ଡି ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୫। ୧୮୪୧ ଟି ମାମଲା ଫଇସଲା….

Sunil Chandra Nayak

ଅନୁଷ୍ଠିତ ହେଲା ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

masiha

Leave a Comment

error: Content is protected !!