ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୪ ବର୍ଷ ଚାକିରୀ କଲାପରେ ହେଇପାରିଲାନି ନିୟମିତତା , ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଚାଲିଗଲେ ଶିକ୍ଷକ

୧୪ ବର୍ଷ ଚାକିରୀ କଲାପରେ ହେଇପାରିଲାନି ନିୟମିତତା , ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଚାଲିଗଲେ ଶିକ୍ଷକ

ନୂଆପଡା, ଦୀର୍ଘ ୧୩ ବର୍ଷ ଚାକିରୀ କଲାପରେ ମଧ୍ୟ ନିୟମିତ ହେଇପାରିଲେନି ହିନ୍ଦୀ ଶିକ୍ଷକ। ଶେଷରେ ବ୍ରେନହେମରେଜ ରେ ଚାଲିଗଲା ତାଙ୍କ ଜୀବନ। ପରିବାରକୁ ଏକାକି ଛାଡି ଚାଲିଗଲେ ଆରପାରିକୁ ଶିକ୍ଷକ ମୋହନ ନାଏକ। ପଛରେ ଛାଡ଼ିଗଲେ ତିନି ଝିଅ ଓ ଗୋଟିଏ ପୁଅ। ସ୍ତ୍ରୀ ଦ୍ରୌପଦୀ ବର୍ତ୍ତମାନ ଅନ୍ଧାରରେ ବାଉଳି ହେଉଛନ୍ତି କେମିତି ପ୍ରତିପାଳିତ କରିବେ ତାଙ୍କର ପରିବାରକୁ। ମୋହନ ଜଣେ ଗରିବ ପରିବାରରୁ ଆସି ୧୪ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏକଲବ୍ୟ ବିଦ୍ୟାଳୟରେ ଜଣେ ହିନ୍ଦୀ ଶିକ୍ଷକ ହିସାବରେ ଶିକ୍ଷକତା କରି ଆସୁଥିଲେ। ମନରେ ଅନେକ ସ୍ୱପ୍ନ ତଥା ଆକାଂକ୍ଷା ନେଇ ନିଜ ପରିବାର ଗଢ଼ିଥିଲେ। ସରକାର ଛଅ ବର୍ଷରେ ନିୟମିତ କରିବାର ଡେଙ୍ଗୁରା ପିଟୁଥିବାବେଳେ ୧୪ ବର୍ଷ ଚାକିରିକାଳ ହେଲାପରେ ବି ନିୟମିତ ହେଇପରିଲେନି ମୋହନ। ମାନସିକ ଦୁଶ୍ଚିନ୍ତାରେ ଚାପଗ୍ରସ୍ତ ହୋଇ ପଖ୍ୟାଗତ ହୋଇ ପଡି ଚିକିତ୍ସିତ ହେଉଥିଲେ। ଅନେକ ଚେଷ୍ଟା ପରେ ସେ ନିଜ ପରିବାରର କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି। ପରିବାରକୁ ସାହା ହେବାକୁ କେହି ନାହାନ୍ତି। ନା ଅଛି ପେନସନ ର ଭରଷା ନା ଅଛି କୌଣସି ପ୍ରକାରର ସହଯୋଗର ହାତ। ତାଙ୍କୁ ସରକାର କିଭଳି ସହଯୋଗ କରିପାରିବେ ସେହି ଆଶାରେ ତାଙ୍କ ପରିବାର ଚାତକ ସଦୃଶ ଅପେକ୍ଷାକୃତ ରେ ଅଛନ୍ତି। ସେହିପରି ଅନେକ ଟିଜିଟି ଶିକ୍ଷକ ମଧ୍ୟ ଏହି ଘଟଣାରେ ମ୍ରିୟମାଣ ହୋଇପଡିଛନ୍ତି। ତାଙ୍କ ପରିବାର ମଧ୍ୟ ଏପରି ପରିସ୍ଥିତିରେ ନ ପଡୁ ସେଥିପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସରକାର ଙ୍କୁ ଅନୁରୋଧ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂତନ ବର୍ଷର ଅଭିନନ୍ଦନ ୨୦୨୫

masiha

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

masiha

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

masiha

Leave a Comment

error: Content is protected !!