ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

ରାଉରକେଲା: ସିନିଅର ସୋସିଆଲ ସୋସାଇଟି, ସେକ୍ଟର ୧୭ ଓ ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଚେସ୍ ସଂଯୋଜକ ପ୍ରକାଶ କୁମାର ସାହୁ ଓ କାର୍ଯ୍ୟକ୍ରମର ଆବାହକ ଗୈ।ରାଙ୍ଗ ଚରଣ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ସଭାପତିତ୍ବ କରିଥିଲେ। ସମାଜସେବୀ କମଲ ଅଗ୍ରୱାଲ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଆରଏସପି ର ପ୍ରାକ୍ତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ପ୍ରଫେସର ଡ଼ଃ କଲ୍ୟାଣୀ ମିଶ୍ର, ସମାଜସେବୀ ଅନିତା ଅଗ୍ରୱାଲ, ଶିକ୍ଷାବିତ ଗ୍ରେସି ଡେଭିଡ, ରାଉରକେଲା ବାର ଆସୋସିଏସନର ସଭାପତି ସଦାନନ୍ଦ ସାହୁ, ଆରଏସପି କ୍ରୀଡା ଅଧିକାରୀ ରଘୁନନ୍ଦନ ପାଢ଼ୀ ପ୍ରମୁଖ ଯୋଗଦେଇ ଶିଶୁ ଦିବସର ଆଭିମୁଖ୍ୟ ଓ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ ଶୃଙ୍ଖଳା, ପ୍ରତିବଦ୍ଧତା ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲା ବେଳେ ଅନ୍ୟ ଅତିଥି ମାନେ ଶିକ୍ଷା, କ୍ରୀଡା, ସଂସ୍କାର, ପ୍ରତିଭା ର ବିକାଶ, ଅଭିଭାବକଙ୍କ ଦାୟିତ୍ଵବୋଧ, ଆଭ୍ୟନ୍ତରୀଣ ଶକ୍ତିର ବିକାଶ ଓ ଦେଶ ଗଠନରେ ଯୁବ ବର୍ଗଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ରାଉତ ମଞ୍ଚ ସଂଯୋଜନା କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ରାଉରକେଲା ରାପିଡ ସ୍କୁଲ ଚେସ୍ ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ହାସଲ କରିଥିବା, ଡ୍ରଇଂ,କୈ।ତୁକ ପୋଷାକ ରେ ଭାଗନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରମେଶ ଚନ୍ଦ୍ର ପାତ୍ର, ରଘୁନାଥ ପ୍ରଧାନ, ସତ୍ୟପ୍ରିୟ ସାହୁ, ସୁଶାନ୍ତ ପ୍ରଧାନ,ରିୟା ଠାକୁର, ଗୁରୁନାଥ ପ୍ରଧାନ ଓ ଶ୍ରୀଧର ଖଟୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ ବିଶୋଇ, ଦିନେଶ ବେହେରା,ସୁଦାମ ବେହେରା, ପ୍ରବୀର କୁମାର ମିଶ୍ର,ସୂରୁପା ଦାସ, ବିଷ୍ଣୁପ୍ରିୟା ସାମଲ, ମୀନାକ୍ଷୀ ଓଝା, ଉର୍ମିଳା ଡାଳୁଆ, ସବିତା ରାଉଳ,ପ୍ରଶ୍ମିତା ସାହୁ,ସୁବାସିନୀ ବିଶ୍ବାଳ, ବେବିନା ପଟ୍ଟନାୟକ,ସୁକୁମତୀ ସୋରେନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆବାହକ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଦେଲେ ଦଶ ଦଫା ଦାବି 

Sunil Chandra Nayak

କାଳ ବୈଶାଖୀର ତାଣ୍ଡବ , ଉଡ଼ିଲା ଚାଳ ଛପର,ଭାଙ୍ଗିଲା ଆଜବେଷ୍ଟସ ଘର,ଉପୁଡ଼ିଲା ଗଛ,୧୦ ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ 

ବ୍ଲକ ସ୍ତରୀୟ ସ୍ଥାୟୀ ଦରମା ଦାବିରେ ଜିପିଏଲଏଫ କର୍ମୀଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!