ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରାଗୁଡା ବାଲିଯାତ୍ରା ଉଦଯାପିତ, ଯୋଗଦେଲେ ଜିଲ୍ଲା ପରିଷଦ ଅଧକ୍ଷ ସହ ସ୍ଥାନୀୟ ଅଞ୍ଚଳବାସୀ 

ସରାଗୁଡା ବାଲିଯାତ୍ରା ଉଦଯାପିତ, ଯୋଗଦେଲେ ଜିଲ୍ଲା ପରିଷଦ ଅଧକ୍ଷ ସହ ସ୍ଥାନୀୟ ଅଞ୍ଚଳବାସୀ 

ନବରଙ୍ଗପୁର:(୨୦|୫)(ରବିନାରାୟଣ ମହାନ୍ତି)ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ସରାଗୁଡା ଠାରେ ଚାଲିଥିବା ପାଟବାଲିଯାତ୍ରା ଉଦ‌ଯାପିତ ହୋଇଛି | ବାଲିଯାତ୍ରା ଦେଖିବାକୁ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା | ପ୍ରତି ୧୨ ବର୍ଷକୁ ଥରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗତ ୩ ମାସ ଧରି ଯାତ୍ରା ଚାଲିଥିଲା | ବାଲିଯାତ୍ରାରେ ଅଞ୍ଚଳର ଲାଠି, କୁରୁଚି, ଗାଦି ଓ କାଳିସୀ ମାନଙ୍କର ସମାଗମ ହୋଇଥିଲା | ଅପରାହ୍ନରେ ଏକ ଶୋଭାଯାତ୍ରା ବାହାରି ବାଲି ପଡିଆରେ ପହଁଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା | ଛେଳି, କୁକୁଡ଼ା ଆଦି ବଳି ପଡିଥିଲା | ବାଲି ପଡିଆରେ ସ୍ଥାନୀୟ ଅଞ୍ଚଳର ବଜାରରେ ଲୋକେ କିଣା ବିକା କରିଥିଲେ | ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଙ୍କ ସହ ବହୁ ଜନ ପ୍ରତିନିଧୂ ବାଲିଯାତ୍ରାରେ ଯୋଗଦେଇଥିଲେ | ବାଲିଯାତ୍ରା ଲାଗି ସରାଗୁଡାରେ ପ୍ରବଳ ଜନ ସମାଗମ ହୋଇଛି | ରାତିରେ ଲୋକଙ୍କ ମନୋରଞ୍ଜନ ଲାଗି ଦେଶିଆ ନାଟର ଆୟୋଜନ କରାଯାଇଛି | ରୈନୁ ଭତରା ସଭାପତି ,ସନ୍ଧର ଭତରା ,କୁଶୋ ଭତରା ,ଦେବଗନ ଭତରା, ସୁବାଷ ଭତରା ,ଗଙ୍ଗାଧର ଭତରା ,ରମେଶ ଭତରା ,ରାଜି ଭତରା ,ପୂରଣ ଭତରା ,ହରି ଭତରା ,କେମରାଜ ଭତ୍ରା, ଗୋବର୍ଧନ ଭତରା ପ୍ରମୁଖ ସହଯୋଗ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ଙ୍କୁ କାର୍ଯ୍ୟରତ ଏସ,ଇଏମ କର୍ମଚାରୀ ଙ୍କ ଦାବୀ ପତ୍ର ପ୍ରଦାନ

ବିକାଶ ମେଳା ୨୦୨୫ ଉପଲକ୍ଷେ ଗଣ ଦୌଡ଼ ଅନୁଷ୍ଠିତ

masiha

ମହିଳାମାନଙ୍କ ଦ୍ଵାରା ରାଜନଗରରେ ଘରେଘରେ ସୁଭଦ୍ରା ସଚେତନତା ରାଲି ଅନୁଷ୍ଠିତ

masiha

Leave a Comment

error: Content is protected !!