ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରାଗୁଡା ବାଲିଯାତ୍ରା ଉଦଯାପିତ, ଯୋଗଦେଲେ ଜିଲ୍ଲା ପରିଷଦ ଅଧକ୍ଷ ସହ ସ୍ଥାନୀୟ ଅଞ୍ଚଳବାସୀ 

ସରାଗୁଡା ବାଲିଯାତ୍ରା ଉଦଯାପିତ, ଯୋଗଦେଲେ ଜିଲ୍ଲା ପରିଷଦ ଅଧକ୍ଷ ସହ ସ୍ଥାନୀୟ ଅଞ୍ଚଳବାସୀ 

ନବରଙ୍ଗପୁର:(୨୦|୫)(ରବିନାରାୟଣ ମହାନ୍ତି)ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ସରାଗୁଡା ଠାରେ ଚାଲିଥିବା ପାଟବାଲିଯାତ୍ରା ଉଦ‌ଯାପିତ ହୋଇଛି | ବାଲିଯାତ୍ରା ଦେଖିବାକୁ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା | ପ୍ରତି ୧୨ ବର୍ଷକୁ ଥରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗତ ୩ ମାସ ଧରି ଯାତ୍ରା ଚାଲିଥିଲା | ବାଲିଯାତ୍ରାରେ ଅଞ୍ଚଳର ଲାଠି, କୁରୁଚି, ଗାଦି ଓ କାଳିସୀ ମାନଙ୍କର ସମାଗମ ହୋଇଥିଲା | ଅପରାହ୍ନରେ ଏକ ଶୋଭାଯାତ୍ରା ବାହାରି ବାଲି ପଡିଆରେ ପହଁଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା | ଛେଳି, କୁକୁଡ଼ା ଆଦି ବଳି ପଡିଥିଲା | ବାଲି ପଡିଆରେ ସ୍ଥାନୀୟ ଅଞ୍ଚଳର ବଜାରରେ ଲୋକେ କିଣା ବିକା କରିଥିଲେ | ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଙ୍କ ସହ ବହୁ ଜନ ପ୍ରତିନିଧୂ ବାଲିଯାତ୍ରାରେ ଯୋଗଦେଇଥିଲେ | ବାଲିଯାତ୍ରା ଲାଗି ସରାଗୁଡାରେ ପ୍ରବଳ ଜନ ସମାଗମ ହୋଇଛି | ରାତିରେ ଲୋକଙ୍କ ମନୋରଞ୍ଜନ ଲାଗି ଦେଶିଆ ନାଟର ଆୟୋଜନ କରାଯାଇଛି | ରୈନୁ ଭତରା ସଭାପତି ,ସନ୍ଧର ଭତରା ,କୁଶୋ ଭତରା ,ଦେବଗନ ଭତରା, ସୁବାଷ ଭତରା ,ଗଙ୍ଗାଧର ଭତରା ,ରମେଶ ଭତରା ,ରାଜି ଭତରା ,ପୂରଣ ଭତରା ,ହରି ଭତରା ,କେମରାଜ ଭତ୍ରା, ଗୋବର୍ଧନ ଭତରା ପ୍ରମୁଖ ସହଯୋଗ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ରାୟଗଡ଼ ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଆଡ଼ମ୍ବର ସହକାରେ ପାଳିତ

Sunil Chandra Nayak

ତିରିଂ ଥାନା ! ଅଂଶୁଘାତରେ ଯୁବକ ମୃତ

Leave a Comment

error: Content is protected !!