ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

ଭୁବନେଶ୍ୱର, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍‌.ଏସ୍‌. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ । ସ୍ୱତନ୍ତ୍ର ସଘନ ସଂଶୋଧନର ମହତ ଉଦ୍ଦେଶ୍ୟ ଓ ସମୟୋଚିତ ଆବଶ୍ୟକତା, ମତଦାତାଙ୍କ ଯୋଗ୍ୟତା, ବିଭ୍ରାନ୍ତକାରୀ ସୂଚନାର ମୁକାବିଲା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ବିଷଦ ସୂଚନା ଦେବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଅନେକ ବର୍ଷ ଧରି ନିଷ୍ଠାପର ଓ ନିରପେକ୍ଷ ଭାବରେ କାର୍ଯ୍ୟକରି ନିର୍ବାଚନ ଆୟୋଗ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରତିଷ୍ଠା କରିପାରିଛନ୍ତି । ସେହି ସମ୍ମାନକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ଭ୍ରମାତ୍ମକ ତଥା ବିଭ୍ରାନ୍ତକାରୀ ସୂଚନାର ସଠିକ ମୁକାବିଲା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭୋଟର ତାଲିକାରୁ ଜଣେବି ଯୋଗ୍ୟମତଦାତା ନାମ ନ କଟିବା ଏବଂ ଜଣେ ବି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସଂଯୁକ୍ତ ନ ହେବା ଉପରେ ଭାରତ ନିର୍ବାଚନ ଆୟୋଗ ସର୍ବାଧିକ ଗୁରୁତ୍ୱ ଦେବା ସହ ସେହି ଅନୁସାରେ ଓଡିଶାରେ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ସାହୁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସବିଶେଷ ତଥ୍ୟ ପିପିଟି ମାଧ୍ୟମରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ତା’ସହିତ ବିହାର ନିର୍ବାଚନ ପରିପ୍ରେକ୍ଷୀରେ ଭାରତ ନିର୍ବାଚନ କମିଶନ ନେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । 

ଭ୍ରମାତ୍ମକ ସୂଚନା ଯଥା-ଗୁଡ଼ାଏ ଲୋକଙ୍କ ନାମ ଏକା ସହିତ କଟିଯିବ, ବୁଥ୍‌ ଲେବୁଲ୍‌ ଅଧିକାରୀମାନେ ଭୁଲ ତଥ୍ୟ ଦେଉଛନ୍ତି, ଘର ନମ୍ବର ନଥିବା ଘର, ଗୋଟିଏ ଠିକଣାରେ ଅନେକ ଲୋକଙ୍କ ପଞ୍ଜିକରଣ ଭଳି ଭ୍ରମାତ୍ମକ ତଥ୍ୟ ବିଷୟରେ ଜାଣିବା ପରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ସଠିକ୍‌ ତଥ୍ୟ ଲୋକଲୋଚନକୁ ଆଣି ଭୁଲ ତଥ୍ୟର ତ୍ୱରିତ ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶଭିକରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିୟମିତ ପ୍ରେରିତ ପ୍ରେସ ବିଜ୍ଞପ୍ତି ଓ ସୂଚନାକୁ ସାମାଜିକ ଓ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ତୃଣମୂଳସ୍ତରର ଜନସାଧାରଣଙ୍କ ଅବଗତି ନିମନ୍ତେ ନିରବଛିନ୍ନ ଭାବେ ପ୍ରେରଣ କରିବା ସହିତ ସୃଜନାତ୍ମକ ମତାମତ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ :ବିଡ଼ିଓ ଙ୍କ ଅନୁପସ୍ଥିତି ଓ ଅସହଯୋଗ ନେଇ ବିଗିଡିଲେ

Sunil Chandra Nayak

ଧର୍ମପରାୟଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ମହାନ୍ତଙ୍କ ଦେହାନ୍ତ ରେ ରାଇରଙ୍ଗପୁରରେ ଶୋକର ଛାୟା

masiha

Leave a Comment

error: Content is protected !!