ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

ସର୍ବେଶ୍ଵର ଭୋଇ ଙ୍କ ଲିକିରି ଝିକ୍ରି ରେ ଖୁମିଲେ ଦର୍ଶକ 

ଧର୍ମଗଡ ଠାରେ ଅନୁଷ୍ଠିତ ହେଉ ଥିବା କଳାହାଣ୍ଡି ଉତ୍ସବ ଘୁମରା-୨୦୨୩ର ସୋମବାର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ରେ ଉତ୍ସବ ପଡିଆ ଫାଟି ପଡ଼ିଥିଲା । ଭିଡ଼ ଏତେ ଅଧିକା ଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କୁ ନାକେଦମ୍ ହେବାକୁ ପଡ଼ିଥିଲା । ଆଜି ସାଂସ୍କୃତିକ ସନ୍ଧ୍ୟା ରେ ମୂଖ୍ୟ ଆକର୍ଷଣ ଥିଲେ ସର୍ବେଶ୍ୱର ଭୋଇ ।କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ବିଭାଗ କମିଶନର ଡା ଅରବିନ୍ଦ ପାଢୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ଯଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାଏକ, କଳାହାଣ୍ଡି ଜିଲ୍ଲା ପାଳ ପି ଅନ୍ୱେଷା ରେଡ୍ଡୀ, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି,ଧର୍ମଗଡ ବ୍ଳକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ଜୁନାଗଡ଼ ବ୍ଳକ ଅଧ୍ୟକ୍ଷା ସବିତା ମେହେର, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଏନଏସି ଉପା ଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ବେଦଭୂଷଣ ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାକାର୍ଯ୍ୟ କୁ ଲିଙ୍ଗରାଜ ପାତ୍ର ପରିଚାଳନା କରିଥିବାବେଳେ ତହସିଲଦାର ହରେକୃଷ୍ଣ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

 ସାଂସ୍କୃତିକ ସଂଧ୍ୟାରେ ମୋଟେର ଘୁମୁରା ଦଳ, ଭବାନୀପାଟଣା ସୁରସଙ୍ଗମ, ନୁପୁର,ପ୍ରତିଭା ଓ ମୃଣ୍ମୟୀ, ମଧ୍ୟପ୍ରଦେଶର ବଢେଇ, ମହାରାଷ୍ଟ୍ରର ଲବାନୀ ଅମ୍ରାପାଲି, ବରଗଡ଼ର କଳାଜୀବୀ, ଧର୍ମଗଡ଼ ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସର୍ବେଶ୍ଵର ଭୋଇଙ୍କ ଦ୍ଵାରା “ଲିକରି ଝୀକରୀ ଡାଲ କୁରିଆ’ ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିଥିଲା। ସାଂସ୍କୃତିକ ସନ୍ଧ୍ୟାକୁ ରାଜେନ୍ଦ୍ର ମୁନି, ସଂଜୀବ ମୁଣ୍ଡ,ମାନସ ରଞ୍ଜନ ମୁଣ୍ଡ, ପ୍ରାଞ୍ଜଳ ଠାକୁର, ପ୍ରଶାନ୍ତ ପଣ୍ଡା, ଗୋପାଳ ମେହେର ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Agriculturist Debi Prasad Pati nominated the member of IMC of ICAR-CIFA

Sunil Chandra Nayak

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମୁଲ୍ୟ ମହାନ୍ତି ଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!