ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

ମୟୂରଭଂଜ – ତା :- ୨୮/୧୦/୨୦୨୫ ରିଖ — ଭଂଜପୁର ଠାରେ ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କମିଟି ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଆଜି ସ୍ଥାନୀୟ ଭଂଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ ସଂଗୀତ ପ୍ରତିଯୋଗିତାରେ ମୋଟ ୬୮ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବିଚାରକ ଭାବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଶାନ୍ତନୁ ସିଂହ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗୀତିକାର ସୁନୀଲ ଜେନା ସହଯୋଗ କରିଥିଲେ I ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବରିଷ୍ଠ ସଦସ୍ୟ ପ୍ରବୀର ପାଣିଗ୍ରାହୀ, ଜଗଦିଶ ପାଣି, ଆଲୋକ ବାରିକ, ଆନିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁରୋଜ ବେହେରା ଓ ସୋନୁ ରଣା ସହଯୋଗ କରିଥିଲେ I ସମସ୍ତ କୃତୀ ପ୍ରତିଯୋଗୀଙ୍କୁ କମିଟି ତରଫରୁ ଅତିଥିଙ୍କ ହାତରେ ସାଂସ୍କୃତିକ ମଞ୍ଚରେ ନଭେମ୍ବର ୩ ରୁ ୧୪ ମଧ୍ୟରେ ପୁରସ୍କୃତ କରାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ନବୋଦୟ ଡେଣ୍ଟାଲ ଏବଂ ମେକ୍ସିଲୋଫେସିଆଲ୍ କେୟାର୍ କ୍ଲିନିକ୍ ଶୁଭା ଆରମ୍ଭ

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

Leave a Comment

error: Content is protected !!