ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଦ୍ମପୁର :ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ଏନ ଭାସ୍କର ରାଓଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର ୧୯/୭ :- ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ସ୍ଥାନୀୟ ମୁଚୁକି ପଦର ଛକ ନିକଟରେ ରାଜ୍ୟ ଉପ ସଭାପତି ଏନ. ଭାସ୍କର ରାଓଙ୍କୁ ପଦ୍ମପୁର ବ୍ଲକ୍ ବିଜୁ ପରିବାର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରି ସମସ୍ତ ବିଜୁ ଜନତା ଦଳର ନେତା ଓ କର୍ମି ମାନେ ଫୁଲଦୋଡା ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ ।ପରେ ଶ୍ରୀ ରାଓଙ୍କୁ ପାଛୋଟି ନେଇ ସ୍ଥାନୀୟ ମୁଚୁକି ପଦର ଛକରେ ଥିବା ତ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।ତତପରେ ମୁଚୁକି ପଦର ଛକରେ ଥିବା ସ୍ଥାନୀୟ ଶ୍ରିକନ୍ୟା ହୋଟେଲ ଠାରେ ର୍ପୂର୍ବତନ ରାଜ୍ୟ ସଭା ସାଂସଦ ତଥାରାଜ୍ୟ ଉପ ସଭାପତି ଏନ ଭାସ୍କର ରାଓଙ୍କ ସହ ବିଜୁ ପରିବାର ର ସମସ୍ତ କର୍ମୀଙ୍କ ସହ ଆଲୋଚନା କରିଥିଲେ । ରାୟଗଡ଼ା ଜିଲ୍ଲାର ଜନତା ଦଳ ଓ ବିଜୁ ଜନତା ଦଳର ପ୍ରାଣ ପ୍ରତିଷ୍ଠାତା ଯାହାଙ୍କୁ ନେଇ ରାୟଗଡ଼ା ଜିଲ୍ଲା ତଥା ଅଭିଭକତ କୋରାପୁଟ ଗର୍ବିତ ତାଙ୍କରି ଆନ୍ତରିକ ଉଦ୍ୟମରେ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଆଜି ବିଜୁ ଜନତା ଦଳ ରାୟଗଡ଼ା ନିରଙ୍କୁଶ ଭାବରେ ଶାସକ କ୍ଷମତାର କେନ୍ଦ୍ର ବିନ୍ଦୁ ହୋଇ ପାରୁଛି l ତାହାକୁ ପାଥେୟ କରି ମାନ୍ୟବର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋହଦୟ ଆମ ପ୍ରିୟ ନେତା ଏନ. ଭାସ୍କର ରାଓ ମୋହଦୟଙ୍କୁ ରାଜ୍ୟ ଉପ ସଭାପତି ବିଜୁ ଜନତା ଦଳ ଓଡ଼ିଶାରେ ସ୍ଥାନ ଦେଇଥିବାରୁ ବିଜୁ ଜନତା ଦଳ ପଦ୍ମପୁର ବ୍ଲକ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଇନ୍ଦୁପୁର ସମିତି ସଭ୍ୟ ଗୋଦାବରୀ ରାଉତ ,ଗୁଣପୁର ଏନଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ,ଦେବେନ୍ଦ୍ର ପାଢ଼ୀ ,ରାମାନନ୍ଦ ସାହୁ ,ଟୁକୁନା ପଣ୍ଡା ,ବାଲାଜି ପାଢ଼ୀ ,ଟୁକୁଲୁ ପାଣିଗ୍ରାହୀ ,ପ୍ରଳୟ ବେହେରା ,କୈଳାଶ କ୍ରାସ୍କା,କୁନା ସାହୁ ,ନାଗା ,ସଂଗ୍ରାମ ସାହୁ ,ଗୁଡାରୀର ରାମକିଷ୍ଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

ବିଶାଳ ଜନସମାବେଶ କରି ବିଜେଡି ରୁ ପ୍ରାର୍ଥୀପତ୍ର ଦାଖଲ କଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 

masiha

ରାଇରଙ୍ଗପୁରରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

masiha

Leave a Comment

error: Content is protected !!