ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦ ରେ ଆଜି ବିଶୋଇ ବ୍ଲକ୍ ବିଜେପି ପକ୍ଷରୁ ବିଶୋଇ ବ୍ଲକ ଘେରାଉ

 ମୟୂରଭଞ୍ଜ ୧୪/୨/୨୩ (ମସିହା) ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦ ରେ ଆଜି ବିଶୋଇ ବ୍ଲକ୍ ବିଜେପି ପକ୍ଷରୁ ଆଜି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଘେରାଉ କରାଯାଇଥିଲା l କେନ୍ଦ୍ର ସରକାର ଦେଉଥିବା ଆବାସ ଯୋଜନା ଠାରୁ, ଅଧିକାଂଶ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହୁଛନ୍ତି l ସ୍ଥାନୀୟ ପ୍ରଶାସନ ଦ୍ଵାରା ପକ୍ଷପାତିତା କରି ଧନୀ ଶ୍ରେଣି ର ଲୋକଙ୍କୁ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉଛି l ନିମ୍ନ ସ୍ତରରେ ପିସି କାରବାର ଯୋଗୁ ଗରିବ ଲୋକ ଶୋଷିତ ହେଉଛନ୍ତି l ଏହି ସବୁ ଘଟଣା ସତ୍ତେ ରାଜ୍ଯ ସରକାର ଓ ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି l ତେବେ ଦୁର୍ନତୀ ଓ ପକ୍ଷପାତିତାର ବିରୋଧ କରି ଆଜି ବିଶୋଇ ବ୍ଲକର ୧୩ଗୋଟି ପଂଚାୟତରୁ ଘର ପାଇ ନଥିବା ହିତାଧିକାରୀମାନେ ରୁଣ୍ଡ ହୋଇ ପ୍ରତିବାଦ କରିଥିଲେ ।ଶହ ଶହ ଯୋଗ୍ୟ ହିତାଧିକାରୀ ବିଶୋଇ ଡ଼ାକ ବଙ୍ଗଳା ଠାରୁ ବିଶୋଇ ବ୍ଲକ ପର୍ଯ୍ୟନ୍ତ ଏକ ବିଶାଳ ଶଭାଯାତ୍ରା କରି ବ୍ଲକର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସି ଆବାସ ଦୁର୍ନୀତିର ପ୍ରତିବାଦ କରି ଶ୍ଵର ଉତ୍ତୋଳନ କରିବା ସହିତ ରାଜ୍ୟ ସରକାରଙ୍କ ଅପାରଗତା ର ବୋଲି ବର୍ଣ୍ଣନା କରିଥିଲେ।ଏହି ପ୍ରତିବାଦ ସଭା ରେ ଆଜି ଭାଜପା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିବ ମହାନ୍ତି, ବିଜେପି ଜିଲ୍ଳା ଉପସଭାପତି ଜୁରୀଲାଲ ମହାନ୍ତ, ସାଂସଦ ପ୍ରତିନିଧି ଗଜେନ୍ଦ୍ର ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବଂଶୀଧର ଦାସ, କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସୁନୀତୀ ଲତା ମାଝୀ, ରାଜ୍ୟ ଯୁବମୋର୍ଚ୍ଚା ର ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଆନନ୍ଦ କୁମାର ରାମ,ମଣ୍ଡଳ ସଭାପତି ଶିବ ପ୍ରସାଦ ଗିରି ଓ ରମାକାନ୍ତ ନନ୍ଦ, ପଶ୍ଚିମ ଜିଲ୍ଲା ସମ୍ପାଦକ ସରୋଜ ମହାନ୍ତ, ସଂଖ୍ୟା ଲଘୁ ସଦସ୍ୟ ଏସ୍ କେ ହାସେନ୍, ଆଲୋକ ରଂଜନ ମହାନ୍ତ ଏବଂ ବିଜେପି ର ଅନ୍ୟାନ୍ୟ ବହୁ ନେତୃବୃନ୍ଦ ସହ, ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇନଥିବା ସତାଧିକା ହିତାଧିକାରୀ ଉପସ୍ଥିତ ଥିଲେ ।ପରେ ବ୍ଲକ୍ ମଣ୍ଡଳର ସଭାପତି ଶିବ ପ୍ରସାଦ ଗିରି ଓ ରମାକାନ୍ତ ନନ୍ଦ ବିଶୋଇ ବ୍ଲକ୍ ବିଡ଼ିଓଙ୍କୁ ଆବାସ ଦୁର୍ନୀତିର ପ୍ରତିବାଦ ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ବିଜେପି ଛାଡ଼ିଲେ ନବୀନ କିଶୋର ସାହୁ 

masiha

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା କରାଯାଇଥିବା ପ୍ରତିବାଦରେ ବିଜେପିର ବ୍ଲକ ଘେରାଉ

Sunil Chandra Nayak

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

Leave a Comment

error: Content is protected !!