ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ 

ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ 

ନବରଙ୍ଗପୁର:(୨୭|୫)(ଧୃତିରଞ୍ଜନମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ଆସନରୁ ନିର୍ବାଚନମଣ୍ଡଳୀ ଲଢ଼ି ନରସିଂହ ଭତରା ବିଧାୟକ ହେବା ପରେ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଲୋକ ପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି |ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି |ଅନେକ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି |ଆଜି ଚିକଲପଦର ପଂଚାୟତର ସମିତି ସଭ୍ୟ ସନତ ହାଲଦାର ଓ ସପନ ମିସ୍ତ୍ରୀ ବରିଷ୍ଠ କର୍ମୀ ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଥିବା ସୂଚନା ମିଳିଛି |ଆଗାମୀ ଦିନରେ ତାଙ୍କର ସମସ୍ତ କର୍ମୀ ଓ ସମର୍ଥକ ମଧ୍ୟ ବିଜେପିରେ ମିଶିବା ନେଇ ସମିତି ସଭ୍ୟ ସନତ ହାଲଦାର ସୂଚନା ଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି |ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମିରଣ ରାୟ, ପାଞ୍ଚନନ ବାବଳୀ, ସାୟାମଲାଲ ବିଶ୍ୱାସ, ସୁଜନ ଭକ୍ତ, ବୋଲରମ ଗଣ୍ଡ,, ମଣ୍ଡଳ ସଭାପତି ଉତ୍ତମ ହରିଜନ, ସନୁ ଗୌଡ଼ ସମେତ ଅନେକ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ଦଳରେ ନୂତନ ଭାବେ ସାମିଲ ହୋଇଥିବା ସମିତି ସଭ୍ୟଙ୍କୁ ସ୍ୱାଗତ ଜଣେଇଛନ୍ତି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୁର୍ନୀତି ଓ ଭ୍ରଷ୍ଟଚାର ବିରୋଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ବିଳନୀ

masiha

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!