ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି :କର୍ତ୍ତ୍ରୁପକ୍ଷଙ୍କୁ ଭେଟି ଆଲୋଚନା କଲେ ସରପଞ୍ଚ ସଂଘର କର୍ମକର୍ତ୍ତା

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ବ୍ଲକର ସବୁ ପଞ୍ଚାୟତକୁ ସାମିଲ ଦାବି :କର୍ତ୍ତ୍ରୁପକ୍ଷଙ୍କୁ ଭେଟି ଆଲୋଚନା କଲେ ସରପଞ୍ଚ ସଂଘର କର୍ମକର୍ତ୍ତା

ଲାଞ୍ଜିଗଡ଼,୦୮/୦୯(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା କୁଟିଆ କନ୍ଧ ଆଦିବାସୀ ସମୁହ ତଥା ସେମାନଙ୍କ ବସତି ଅଞ୍ଚଳ ସମେତ ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳକୁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ଅନ୍ତର୍ଭୁକ୍ତ କରିବା ସହିତ ସେଇସବୁ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଦାବିରେ ଆଜି ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତାମାନେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କର୍ତ୍ତ୍ରୁପକ୍ଷଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ! ଏଇ ଅବସରରେ ସଂଘର କର୍ମକର୍ତ୍ତା କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିଥିଲେ ! ଏଇ ସମୟରେ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ! ସରପଞ୍ଚ ସଂଘର କର୍ମକର୍ତ୍ତା ତଥା ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ଲାଖବାହାଲି ସରପଞ୍ଚ ପଦ୍ମିନୀ ମାଝୀଙ୍କ ସମେତ ଅନ୍ୟ ସରପଞ୍ଚମାନେ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ ! ସେହିପରି ସରପଞ୍ଚ ସଂଘର କର୍ମକର୍ତ୍ତା ଲାଞ୍ଜିଗଡ଼ ଗସ୍ତରେ ଆସିଥିବା ପିଏ ଆଇଟିଡିଏ ଟୁନୁ ମେହେରଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତରେ ନାଚିଲେ ବିଧାୟକ, ବିଡ଼ିଓ ଓ ସରପଞ୍ଚ

masiha

ଜୁନାଗଡ଼ ରେ ମା ଗଜଲଷ୍ମୀ ପୂଜା ଆରମ୍ଭ

Sunil Chandra Nayak

ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣର ୫ ମ ବାର୍ଷିକ ୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ 

masiha

Leave a Comment

error: Content is protected !!