ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ଠାରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ଠାରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭବାନୀପାଟଣା, କଳାହାଣ୍ଡି ର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ “ଜାତୀୟ ଶିକ୍ଷା ନୀତି – 2020 ଆଧାରିତ ଶିକ୍ଷାର୍ଥୀ ଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଖେଳଣା ଭିତ୍ତିକ ଶିକ୍ଷାଶାସ୍ତ୍ର ର ଭୂମିକା” ଶୀର୍ଷକରେ ଏକ ଜାତୀୟ ସ୍ତରୀୟ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ NCERT ଭୋପାଳର ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ଶିକ୍ଷାନୀତି- ୨୦୨୦ ର SCF ଷ୍ଟିଅରିଙ୍ଗ କମିଟି ଚେୟାରମ୍ୟାନ ପ୍ରଫେସର ଡ଼. ନିତ୍ଯାନନ୍ଦ ପ୍ରଧାନ ଯୋଗ ଦେଇଥିଲେ । ଶିକ୍ଷାଦାନକୁ ଆନନ୍ଦଦାୟୀ ତଥା ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ କରିବା ପାଇଁ ଶିକ୍ଷାଦାନରେ ଖେଳଣାର ଉପଯୋଗ ଅପରିହାର୍ଯ୍ଯ ବୋଲି ସେ ବାର୍ତ୍ତାପ୍ରଦାନ କରିଥିଲେ । ଶିକ୍ଷାର୍ଥୀର ଶାରୀରିକ ଓ ସାମାଜିକ ବିକାଶ ପାଇଁ ଖେଳଣା ଅତ୍ୟନ୍ତ ଉପାଦେୟ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ IGNOU କୋରାପୁଟର ଆଞ୍ଚଳିକ ନିର୍ଦ୍ଦେଶିକା ଡ଼. ଲଲିତା କୁମାରୀ ମିଶ୍ର ଏବଂ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼. ସଂଯୁକ୍ତା ପଣ୍ଡା ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ନୀହାରିକା ଦେବୀ ଓ ପ୍ରଶିକ୍ଷକ ଡ଼. ଦିଗାମ୍ବର ନାଏକ ସଂଯୋଜନା କରିଥିଲେ । ସଭା ଉଦ୍ଘାଟନ ସମୟରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖେଳନା ଭିତ୍ତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ଏହି ଆଲୋଚନା ଚକ୍ରରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରି ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏତଦବ୍ୟତୀତ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ମଲ୍ଲିକ ଓ ଶିକ୍ଷକ ପ୍ରଶିକ୍ଷିକା ସୁଶ୍ରୀ ସୁନିତା ଦୁର୍ଗା, ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଭୋଇ , ଶ୍ରୀଯୁକ୍ତ ସଞ୍ଜୟ ଶବର, ଓ ଶ୍ରୀଯୁକ୍ତ ରାଜୀବ ଲୋଚନ ପଣ୍ଡା ତଥା ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯକ୍ରମରେ ସହଯୋଗ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ସନ୍ଦର୍ଭ ଉପସ୍ଥାପନ କରିଥିବା ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଡ. ଦିଗାମ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ପଞ୍ଚାୟତ ତରଫରୁ ଧୁମଧାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

masiha

ଗୌଡ଼ଛେଣ୍ଡିଆ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

Leave a Comment

error: Content is protected !!