ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ଉପରେ ସଚେତନତା ଶିବିର ଅନୁଷ୍ଠିତ

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ଉପରେ ସଚେତନତା ଶିବିର ଅନୁଷ୍ଠିତ

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତାର କମିଟି ଦ୍ଵାରା ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତାର କମିଟିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡା ଅଧିକାରୀ ଶ୍ରୀଯୁକ୍ତ ସୁରୋକ୍ଷୀତ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ତାଲୁକା ଆଇନ୍ ସହାୟତା କମିଟିର ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ଖରା, ସରକାରୀ ଆଇନଜୀବୀ ତପନ କୁମାର ପାଲ୍ , ମୁଖ୍ୟ କିରାଣୀ ଉତ୍ତମ ପ୍ରଧାନ, କିରାଣୀ ପ୍ରଫୁଲ୍ଲ କୁମାର ମନ୍ତ୍ରୀ ଓ ଅନ୍ୟ କର୍ମଚାରୀ ଓ ଆଇନଜୀବୀ କମଳ ବିଷୋୟୀ, ଗଲସି କୁଳଦୀପ ପ୍ରମୁଖ ଉପସ୍ଥିତ ଥିବା ବେଳେ ଲକ୍ଷ୍ମୀପୁର ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ। ଏହି ବୈଠକରେ ତାଲୁକା ଆଇନ୍ ସହାୟତା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରୋକ୍ଷୀତ ମିଶ୍ର ଉପସ୍ଥିତ ଲୋକଙ୍କୁ ଆଇନ୍ ସହାୟତା ଓ ତୃତୀୟ ଲିଙ୍ଗ ଉପରେ ବୁଝାଇବା ସହ ଯେଉଁ ଦଳିତ ବର୍ଗର ଲୋକମାନେ ଓ ଆର୍ଥିକ ଅନଗ୍ରତ ଲୋକଙ୍କୁ ବିନା ମୂଲ୍ୟରେ ଆଇନ୍ ଯୋଗାଇ ଦେବା ପାଇଁ ପ୍ରକାଶ କରିଥିଲେ। ସେହି ପରି ବୈଠକ ତୋୟାପୁଟ ଗ୍ରାମର ଶକ୍ତି ମାନ ହିକକା, ବୁକୁଲୁ ହିକକା,ଅଭୀ ହିକକା,ସୁବାଇ ହିକକା, ରୂପଣୀ ହିକକା ଓ ଅନ୍ୟ ୧୦ ରୁ ୧୫ ଜଣ ଦୀର୍ଘ ୩୦ ବର୍ଷ ଉର୍ଦ୍ଧ୍ବ ସମୟ ଧରି ଅକ୍ତିଆର କରି ସରକାର ନିୟମ ମୁତାବକ ବର୍ଷ ବର୍ଷ ଧରି ଫାଇନ୍ ବାନ୍ଧି ଆସୁଥିବା ଜମି କାକିରିଗୁମ୍ମା ଆର୍.ଆଇ ଏବଂ ଲକ୍ଷ୍ମୀପୁର ତହସିଲ ହଡ଼ପ କରି ଅନ୍ୟ ମାନଙ୍କୁ ଜମି ଦେଇଦେବା ନିମନ୍ତେ ସ୍ଥିର କରିଥିବା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ପକ୍ଷ ରୁ ରକ୍ତ ଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଅନ୍ତୋଦୟ ଗୃହ ଯାଜନରେ 320 ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା 

masiha

ମହନୀୟ କଳା ଓ ସଂସ୍କୃତିର ଅପୂର୍ବ ଭଣ୍ଡାର କଳାହାଣ୍ଡି ୬୧ତମ ମହାବୀର ମହୋତ୍ସବ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!