ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜାରୀଗୁଡା ଠାରେ ବିକଶିତ ଗାଁ ବିକଶିତ ଓଡିଶା ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ପୂଜାରୀଗୁଡା ଠାରେ ବିକଶିତ ଗାଁ ବିକଶିତ ଓଡିଶା ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୧୪/୦୨/୨୫ // ତେନ୍ତୁଳିଖୁଣ୍ଟି ବ୍ଲକ ର ପୂଜାରୀଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଅନାଦି ମାଝୀ ଙ୍କର ଅଧ୍ୟକ୍ଷତାରେ ଆଜି ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ ଯାଇଛି।୨୦୨୪-୨୫ ଠାରୁ ୨୦୨୯-୩୦ ପାଞ୍ଚ ବର୍ଷ ପାଇଁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତକରି ପ୍ରକଳ୍ପ ତାଲିକା ପ୍ରସ୍ତୁତି କରି ଗ୍ରାମସଭା ରେ ଅନୁମୋଦନ ନିମନ୍ତେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା।।ଏହି କାର୍ଯ୍ୟକ୍ରମ ରେ ପୂଜାରୀ ଗୁଡା ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ର ଜନସାଧାରଣ ଉପସ୍ଥିତ ରହି ନିଜ ନିଜ ୱାର୍ଡ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ଆଗାମୀ ପାଞ୍ଚ ବର୍ଷ ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ତାଳିକା ପ୍ରସ୍ତୁତ କରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବି ପି ସି ଉମା ମହେଶ୍ୱରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ପେଶା କୋର୍ଡିନେଟର ବନାନୀ ଦାସ, ଗ୍ରାମପଞ୍ଚାୟତ ର ପି ଓ ସ୍ୱାଗତିକା ସାହୁ,ଏ ସି ଡି ଓ ଅନନ୍ତ ପୂଜାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ପୂର୍ବତନ ସରପଞ୍ଚ କୁମର ପୂଜାରୀ, ୱାର୍ଡ ସଭ୍ୟ ଡମ୍ବରୁ କର୍କରା, ଭୀଷ୍ମ ମାଝୀ ଓ ସମସ୍ତ ୱାଡ଼ ସଭ୍ୟ ଓ ସଭ୍ୟା ଗ୍ରାମ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଝାରକଟା ଶାଖା ଡାକଘର ଭବିଷ୍ୟତ ଅନ୍ଧାରରେ 

masiha

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

Sunil Chandra Nayak

ରାଜନଗର ବ୍ଲକ ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ, ଡିଜିଟାଲ ସମୟରେ ବି ଜନ ସାଧାରଣ ଙ୍କୁ ଠକୁଛନ୍ତି ସ୍କୁଲ ବିଇଓ

masiha

Leave a Comment

error: Content is protected !!