ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ଵ୍ଯାଜ୍ ପରିଧାନ

ମୟୂରଭଞ୍ଜ -୨୨/୫ (ମସିହା) ରାଜ୍ୟ ସ୍ତରୀୟ ମିଳିତ ଅମଲା ମଂଚ ନିଷ୍ପତ୍ତି କ୍ରମେ ମୟୂରଭଂଜ ଜିଲ୍ଲାର ମିଳିତ ଅମଲା ମଂଚର ଆବାହକ ଶ୍ରୀ ଅସିତ ମହାକୁଡ଼ଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରେ ଅମଲାମାନେ ନିଜର ଦାବି ପୂରଣ ପାଇଁ ଆଜିଠାରୁ ମଇ ୩୧ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବା ଆରମ୍ଭ କରିଛନ୍ତି ।ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲାମାନଙ୍କର ମୂଳ ଦରମା ୯୩୦୦ ଟଙ୍କା ସହିତ ଗ୍ରେଡ ପରେ ୪୨୦୦ ଟଙ୍କା ଓ ଲେବଲ ୯ ଅନୂଯାୟୀ ଦରମା ନିର୍ଦ୍ଧାରଣ ସମ୍ପର୍କରେ ସରକାର ଯଦି କୌଣସି ସକାରାତ୍ମକ ପଦକ୍ଷେପ ମଇ ୩୧ ସୁଦ୍ଧାଗ୍ରହଣ ନ କରନ୍ତି ତାହାହେଲେ ଆଗାମୀ ଜୁନ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବେ ବୋଲି ଜିଲ୍ଲା ଆବାହକ ଶ୍ରୀ ଅସିତ ମହାକୁଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେଥିପାଇଁ ଯଦି କିଛି ଅସୁବିଧା ଉପୁଜେ ସେଥିପାଇଁ ସରକାର ଦାୟୀ ରହିବେ । ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ରମାକାନ୍ତ ପଣ୍ଡା,ବାଦଲ ମୁର୍ମୁ,ଚାମୁରୁ ଚରଣ ଵେଶ୍ରା,ପ୍ରସାଦ ବେହେରା, ରଣଜିତ ରଜକ,ଗିରିଜା ଶଙ୍କର ମହାନ୍ତ,କେଶବ ନାଏକ, ଗୌରୀ ଶଙ୍କର ସାମନ୍ତରାୟ ଏବଂ ବାମନଘାଟୀ ଉପଖଣ୍ଡର ବହୁ ଅମଲାମାନେ ସାମିଲ ହୋଇଥିଲେ ।ବାମନଘାଟୀ ଉପଖଣ୍ଡୟ ସମସ୍ତ ଅମଲା ମାନେ କଳା ବ୍ୟାଜ ପରିଧାନ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ

ଆଇନଜୀବୀ ଦିବସ ପାଳିତ 

Sunil Chandra Nayak

ବିଂଝାରପୁର ବ୍ଲକ ସିଂହପୁର ଠାରେ ବ୍ରହ୍ମକୁମାରୀଜ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!