ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

ରାୟଗଡ଼ା , ୧୨/୧୦/୨୬ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରର୍ସ ଆସୋସିଏସନର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିକୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ସମ୍ପାଦିକା ଉଷାରାଣୀ ଦାଶଙ୍କ ନେତୃତ୍ବରେ ରାୟଗଡ଼ା ରେଳଷ୍ଟେସନ ଛକ ନିକଟରେ ସକାଳ ୧୧ ଘଣ୍ଟା ସମୟରେ ଏକତ୍ରିତ ହୋଇ ସେଠାରୁ ଏକ ବିରାଟ ପଦଯାତ୍ରା ରେ ବାହାରି ସହର ମଧ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ, ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ 

 ଜିଲ୍ଲାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସଭାପତି ମୋହନ ରାଓ ମାଝି ,

କାର୍ଯକାରୀ ସଭାପତି ଧର୍ମ ସିଂ ନାଗ୍ , ଉପସଭାପତି ଦୁର୍ଗା ମାଧବ ଘୋଷ  ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବି ଏବଂ ସେମାନଙ୍କୁ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇଦେବା ।

ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସଂଯୁକ୍ତା ହେରପାଲ , ମମତା କୁମାରୀ ବିରିଦଳାଇ, ମୋହିନୀ ପାଲାକା, ବିଷ୍ଠୁ ପ୍ରିୟା ଦଳେଇ, ସଂଯୁକ୍ତା ରଥ, ମୁଞ୍ଜୁଳା ମଣ୍ଡଳ, ଯୋତ୍ସନା ସାହୁ, ଶାନ୍ତି କାଡରକା, ହେମଲତା ଚୌଧୁରୀ, ବାସନ୍ତୀ ଜିଲାକାରା, ସଞ୍ଜୁକ୍ତା ହରପାଲ, ରୀତା ରାଣୀ ପଣ୍ଡା ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବ୍ଳକରୁ ୫ ହଜାରରୁ ଉର୍ଦ୍ଧ୍ବ କର୍ମୀ ଏବଂ ସହାୟିକା ଯୋଗଦେଇଥିଲେ 

ଦାବି ଗୁଡିକ ମଧ୍ୟରେ

୧ – ପୋଷଣ ଟ୍ରାକରରେ FRS ସମୟରେ ହେଉଥିବା (କ) Network Problem (ଖ୍) Highscale Verson କାର୍ଯ୍ୟ କରିବାକୁ ଉନ୍ନତମାନର ମୋବାଇଲ ଅଭାବ (ଗ) ଆଧାର ସହିତ ମୋବାଇଲ ଲିଙ୍କ ନଥିବା (ଘ) Network problem ଯୋଗୁଁ ହିତାଧିକାରୀ ମକନ୍ଦ୍ରରୁବାରମ୍ୱାର ଫେରିବା (ଙ) Photo Mismatch ହେବା ଇତ୍ୟାଦି | ଏଣୁ ଉନ୍ନତମାନର mobile ସହିତ ଉନ୍ନତମାନର Network ଏବଂ Wifi ର ବ୍ୟସ୍ଥା କରିବା, ତିନିମାସମର Recharge ବାବଦକୁ ନଅ ଶହ ଟଙ୍କା ଯୋଗାଇବା ସହିତ ଛଅ ମାସକୁ ଥରେ Face Capture କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁମରାଧ।

୨- ମୋବାଇଲ ଦ୍ବାରା ଅନଲାଇନ କରାଯାଉଥିବା କାର୍ଯ୍ୟକୁ ପୁଣି ଥରେ ଅପଲାଇନରେ ଭିନ୍ନ ଭିନ୍ନ ରେକଡ୍ ରେଜିଷ୍ଟର ପୂରଣ କରିବା ଯୋଗୁଁ ଅଙ୍ଗନୱାଡି କର୍ମୀଙ୍କୁ ଅଯଥା ଦୁଇ ଗଣିତ କାର୍ଯ୍ୟରେ ଚାପଗ୍ରସ୍ଥ ହେବାକୁ ପଡୁଛି ।

ଏଣୁ ଅନଲାଇନରେ ହେଉଥିବା କାର୍ଯ୍ୟକୁ ପୁନର୍ବାର ଅପଲାଇନରେ କରିବା ବନ୍ଦ କରାଯାଉ।

୩ – ପ୍ରତି ଶନିବାର କିଶୋରୀ ବାଳିକା ମାନଙ୍କ ନିମନ୍ତେ MSPY ଯୋଜନାରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ କିନ୍ତୁ ଏହି ଯୋଜନାରେ ଆସୁଥିବା ଅର୍ଥରାଶି Joint A/C ରେ ପୂର୍ବରୁ ଜମା କରାଯାଉ ।ସିଝା ଅଣ୍ଡା ନିମନ୍ତେ ଜାଳେଣି କେଉଁ ଅର୍ଥ ରୁ ଖର୍ଚ ହେବ ତାହା ସ୍ପଷ୍ଟ କରିବା ପାଇଁ ବିଭାଗ କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ 

୪ . ପ୍ତତି ବ୍ଳକ ଏବଂ ଜିଲାରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ 

୫. ହିତାଧିକାରୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀ ଉନ୍ନତ ମାନର ଯୋଗାଇ ଦେବାକୁ ଅନୁରୋଧ 

୬. ଅଙ୍ଗନୱାଡି ନିଜସ୍ଵ ଗୃହ ନିର୍ମାଣ ରେ ପୂର୍ବଭଳି ନିର୍ମାଣ ନକରି ଉନ୍ନତ ମାନର କେନ୍ଦ୍ର ତିଆରି କରିବା ସହିତ ପ୍ରତି କେନ୍ଦ୍ରକୁ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ।

୭. କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ସହିତ ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ସେହି ସ୍ଥାନରେ ନିଯୁକ୍ତି ସୂଯୋଗ ଦିଆଯାଉ

8. ଅବସରପ୍ରାପ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନିମନ୍ତେ Disengage Word କୁ ଉଛେଦ କରି Retirement Word ବ୍ୟବହାର କରାଯାଉ ଏବଂ ଅବସରକାଳୀନ ସହାୟତା ରାଶି ୨ ମାସ ମଧ୍ୟରେ ପ୍ରଦାନ କରାଯାଉ 

9. ନିର୍ବାଚନ ଇସ୍ତାହାରକୁ ତୁରନ୍ତ ଲାଗୁ କରି କର୍ମୀ ଓ ସହାୟିକାଙ୍କ ମନୋବଳ ବଢ଼ାଇବା ସହିତ କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଉ ତଥା New Education Policy ରେ ଯୋଗ୍ୟତା ଭିତ୍ତିରେ ଅଙ୍ଗନୱାଡି କର୍ମୀଙ୍କୁ ସୂଯୋଗ ଦେ ବାକୁ ଅନୁରୋଧ

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇଜିଂ କ୍ଲବ ପକ୍ଷରୁ ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ ରୁ…..

Sunil Chandra Nayak

ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଓଶ୍ରାବଣ ସାହିତ୍ୟ ଆସର 

Sunil Chandra Nayak

ଜୟ ମା ସୁରେଶ୍ୱରୀ: ସୋନପୁରିଆ ମନୋଜ କ୍ରିଏସନ ତରଫରୁ କୋଶଲୀ ଟେଲି ଫିଲ୍ମ (ନୁଆଁଖାଇ ଦିନେ ଭେଟ୍ ହେମା )ର ଶୁଭମହୁରତ ହେଇଯାଇଛି

masiha

Leave a Comment

error: Content is protected !!