ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଅନୁଷ୍ଠାନର ଉତ୍କଳ ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା 

ପ୍ରଗତି ଅନୁଷ୍ଠାନର ଉତ୍କଳ ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା 

ରାଉରକେଲା: ବରସୁଆଁ ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ତରଫରୁ ଅଷ୍ଟମ ବାର୍ଷିକୋତ୍ସବ ଓ ୯୧ ତମ ଉତ୍କଳ ଦିବସ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରସୁଆଁ ଲୈ।ହଖଣି ର ମାନବସମ୍ବଳ ବିଭାଗର ମହାପ୍ରବନ୍ଧକ ମୁକେଶ କିଶୋର କରଣ ଉଦଘାଟକ, ବିଦ୍ୟୁତ ବିଭାଗର ମହାପ୍ରବନ୍ଧକ ଉତ୍କର୍ଷ ଗୈ।ରବ ମୁଖ୍ୟଅତିଥି, ରାଉରକେଲା କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟବକ୍ତା, ସମାଜସେବୀ ଡ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସମ୍ମାନିତ ବକ୍ତା ଓ ସ୍ବତନ୍ତ୍ର ଅତିଥି ତଥା ମଞ୍ଚ ସଂଯୋଜକ ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥି ଓ ବକ୍ତାମାନେ ଏଭଳି ଉପାନ୍ତ ଅଞ୍ଚଳରେ ପ୍ରଗତି ଅନୁଷ୍ଠାନ ଅଷ୍ଟମ ବାର୍ଷିକୋତ୍ସବ ତଥା ଉତ୍କଳ ଦିବସ ପାଳନ କରୁଥିବାରୁ ସାଧୁବାଦ ଦେବାସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ସେହିପରି ୯୧ ତମ ଉତ୍କଳ ଦିବସ ଉପଲକ୍ଷେ ମହାମନିଷୀ ଙ୍କ ଅବଦାନ, ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓ ଆମ ସମ୍ମୁଖରେ ଥିବା ଆହ୍ବାନ, ଓଡ଼ିଆ ଭାଷାର ସରକାରୀ ଓ ବେସରକାରୀ ସ୍ତରରେ ବ୍ୟବହାର, ବ୍ୟବସାୟ ଓ ବିଭିନ୍ନ ଅନୁଷ୍ଠାନରେ ନାମଫଳକ ଗୁଡ଼ିକ ରେ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ଶ୍ରୀ ବେହେରା ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀ ନାୟକ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଉରକେଲା,ବରସୁଆଁ ସରସ୍ଵତୀ ଶିଶୁ ମନ୍ଦିର,ବିଏଚ ମିଶନ ସ୍କୁଲ, ସେଲ୍ ଇସ୍ପାତ ହାଇସ୍କୁଲର ଛାତ୍ରୀ ମାନେ ଗଣେଶ ବନ୍ଦନା ସହ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି, ନୃତ୍ୟ ଗୁରୁ ରଶ୍ମିତା ଜେନା, ସାମ୍ବାଦିକ ବିପ୍ଳବ ରଞ୍ଜନ ଦାଶ ତଥା ବହୁ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିକ୍ରମ ସିଂହ, ପ୍ରଫୁଲ୍ଲ ପ୍ରଧାନ, ପ୍ରଫୁଲ୍ଲ ପାତ୍ର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵରେ ଥିବା ଫୁଲେଶ୍ବରୀ ପାତ୍ର ତଥା ସମସ୍ତ ଗୁରୁଜୀ ଗୁରମା, ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

masiha

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

Sunil Chandra Nayak

Leave a Comment

error: Content is protected !!