ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟର ସ୍ବର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଶୋକ ସଭା

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟର ସ୍ବର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଶୋକ ସଭା

ରାଉରକେଲା:ବିଶିଷ୍ଟ ବାଗ୍ମୀ,ସାହିତ୍ୟିକ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ, ଇସ୍ପାତ୍ ସାହିତ୍ୟ ସଂସଦର ପ୍ରାକ୍ତନ ସାଧାରଣ ସମ୍ପାଦକ ସ୍ବର୍ଗତ ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବ ,ସାଧାରଣ ସଂପାଦକ ମନୋଜ କୁମାର ନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ‘ସ୍ମୃତିରେ ସ୍ମୃତିରେ ସଦାନନ୍ଦ ତ୍ରିପାଠୀ ‘ ଶୀର୍ଷକ ଶୋକ ଓ ସ୍ମୁତି ସଭାରେ ବହୁ ସଦାନନ୍ଦ ପ୍ରେମୀ ଓ ପାଠକ ଯୋଗଦେଇଥିଲେ। ସର୍ବ ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଉପସ୍ଥିତ ସମସ୍ତେ ସଦାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ପୁର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରିଥଲେ। ସଦାନନ୍ଦଙ୍କ ସ୍ମୃତି ଓ ସାହିତ୍ୟ କୃତି ବାବଦରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ପ୍ରତାପ କୁମାର ପଣ୍ଡା, ବ୍ରଜେନ୍ଦ୍ର ଦାଶ, ଉମେଶ ଚନ୍ଦ୍ର ନାୟକ, ଉପେନ୍ଦ୍ର ବସ୍ତିଆ, ଆର୍ତ୍ତତ୍ରାଣ ମହାପାତ୍ର, ବଳରାମ ଦାଶ, ମୀନକେତନ ପଶାୟତ, ମଞ୍ଜୁଳା କୁମାରୀ ରଥ, ଗଙ୍ଗାଧର ପୁହାଣ, ଶୈଳବାଳା ଷଡ଼ଙ୍ଗୀ, ବିଜୟିନୀ ଜେନା, ସବିତା ବସ୍ତିଆ, ଦିବାକର ଦାସ,ଡ ଅନଙ୍ଗ କୁମାର ପ୍ରହରାଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରଘୁବର ଧଳ, ବିଷ୍ଣୁପ୍ରିୟା ମହାପାତ୍ର, ହରମୋହନ ମିଶ୍ର, ବେଣୁଧର ନାୟକ, ତ୍ରିଲୋଚନ ମଥାନ, ମନୋଜ ବାରିକ ପ୍ରମୁଖ ପଠାଇଥିବା ଶୋକ ବାର୍ତ୍ତା ପାଠ କରାଯାଇଥିଲା। ଲକ୍ଷ୍ମୀକାନ୍ତ ମହାପାତ୍ର, ଏସ୍. କେ.ପଣ୍ଡା, ଗୌତମ ସିଂ, ପ୍ରୀତମ ମହାନ୍ତି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୋହନ ପଟ୍ଟନାୟକ, ଶ୍ରଦ୍ଧାଶ୍ରୀ ବସ୍ତିଆ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ମାତୃ ଓ ଶିଶୁ ମୃତ୍ୟୁ ଶୂନ୍ୟ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ 

Sunil Chandra Nayak

ଛାତ୍ରଙ୍କ ହଷ୍ଟେଲ ଛାଡିବା ଘଟଣା ନେଇ ସାନଟେମରା ବିଦ୍ୟାଳୟରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଜିଲାପାଳ, ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷାଅଧିକାରୀ

Sunil Chandra Nayak

ଗ୍ରାମରେ ବୁଲି ଭୋଗ ଗ୍ରହଣ କରୁଛନ୍ତି ମାଁ ଠାକୁରାଣୀ 

masiha

Leave a Comment

error: Content is protected !!