ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜର ସାମୁହିକ ଉନ୍ନତି ହେବ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମୂଳ ଲକ୍ଷ୍ୟ ,ଗଣତାନ୍ତ୍ରିକ ପଦ୍ଧତିରେ ସରିଲା ଜିଲ୍ଲା କର୍ମକର୍ତା ନିର୍ବାଚନ

ଶ୍ରୀବତ୍ସ ତାଣ୍ଡି ସଭାପତି, ସୂର୍ଯ୍ୟନାରାୟଣ କୁମାର ସାଧାରଣ ସଂପାଦକ

ଭବାନୀପାଟଣା,୨୧/୦୫( ମ ନି ସ)-ସମାଜରେ ଅବହେଳିତ ହୋଇ ରହି ଆସିଥିବା ଅନୁସୂଚିତ ଜାତିର ସାମଗ୍ରିକ ବିକାଶ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସର୍ବଦା ପ୍ରୟାସ କରାଯିବ । ନ୍ୟାୟସଙ୍ଗତ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ରହି ହକ୍ ଓ ଅଧିକାରର ଲଢେଇରେ ସଂଗଠନ ସବୁବେଳେ ଜଡିତ ରହିବ । ସାରା ଓଡିଶାର ଅନୁସୂଚିତ ଜାତିର ପ୍ରତିଟି ପରିବାରକୁ ହକ୍ ଓ ଅଧିକାର ମିଳିପାରିଲେ ଫେଡେରେସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଫଳ ହେବ । ସାରା ଓଡିଶାର ଅନୁସୂଚିତ ଜାତି ସମାଜରେ ଏକତା ଓ ଭାଇଚାରାର ବୀଜ ବୁଣିବା ସହିତ ସମାଜର ସାମୁହିକ ଉନ୍ନତି କରିବା ହେବ ସଂଗଠନର ମୂଳ ଲକ୍ଷ୍ୟ ବୋଲି ଆଜି ଭବାନୀପାଟଣା ରିଷିଗାଁ ଛକ ନିକଟସ୍ଥ ଏସ୍‌ଏନ୍ କନଫରେନ୍ସ ହଲଠାରେ ଆୟୋଜିତ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌, କଳାହାଣ୍ଡିର ଜିଲ୍ଲାସ୍ତରୀୟ ସାଧାରଣସଭା ଓ କର୍ମକର୍ତା ଚୟନ ବୈଠକରେ ମତପ୍ରକାଶ ପାଇଛି । ଗତ ୧୩ ତାରିଖ ଦିନ ସଫଳତାର ସହିତ ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବାପରେ ଆଜି କର୍ମକର୍ତା ଚୟନ ପାଇଁ ଏକ ଜିଲ୍ଲାସ୍ତରୀୟ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ୧୩ଟି ବ୍ଲକ, ଦୁଇଟି ଏନ୍‌ଏସି ଓ ଗୋଟିଏ ମ୍ୟୁନସିପାଲିଟି ଅଂଚଳରୁ ଚାରିଶହରୁ ଉର୍ଦ୍ଧ୍ୱ କର୍ମକର୍ତା ଯୋଗଦେଇ ଚୟନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଥିଲେ । କର୍ମକର୍ତା ଚୟନରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶ୍ରୀବତ୍ସ ତାଣ୍ଡି, ସାଧାରଣ ସଂପାଦକ ଭାବେ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର ନାଏକ, କାର୍ଯ୍ୟକାରୀ ସଭାପତି ଭାବେ ଋଷିସୂଦନ ଛତ୍ରପାଲ, ଆଶିଷରଞ୍ଜନ ନାଏକ, ସୁନୀଲ ଚନ୍ଦ୍ର ଦୁରିଆ, ଉପ ସଭାପତି ଭାବେ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ମୁନିଆ ସିପକା, ଟୁକୁମଣି ସୁନା, ଡୋଲେଶ୍ୱର ନାଏକ, ବିରଂଚି ନାରାୟଣ ଖମାରୀ, ଅଞ୍ଜୁ କୁମାର, ଓମପ୍ରକାଶ ଛତ୍ରିଆ, ଲକ୍ଷ୍ମଣ ମେହେର, କ୍ଷେତ୍ରମୋହନ ସେନାପତି, ଲମ୍ବୋଦର ନାଏକ, ସଂପାଦକ ଭାବେ ମୂରଲୀଧର ନାଏକ, ଭୁବନେଶ୍ୱର ଦୁର୍ଗା, ପ୍ରକାଶ ମଙ୍ଗରାଜ, ଆଇନ ବିଭାଗ ମୁଖ୍ୟ ଭାବେ ଚିତରଞ୍ଜନ ନିଆଲ, କୁମୁଦଚନ୍ଦ୍ର ନାଏକ, ଯୁବ ବିଭାଗର ମୁଖ୍ୟ ଭାବେ ଚନ୍ଦନ ନାଏକ, ନଗର ଯୁବ ସଭାପତି ସଞ୍ଜୟ ସୁନାନୀ,ଯୁବ ବିଭାଗ ସଂପାଦକ ନିଖିଲ ନାଏକ, ବିପିନ ଭରତିଆ, କୈଳାସ ସୁନା, ସାଂସ୍କୃତିକ ବିଭାଗର ମୁଖ୍ୟ ଭାବେ ମଧୁସୂଦନ ବାଗ, ଗଜେନ୍ଦ୍ର ନାଗ, ଯୋଗୀନ୍ଦ୍ର ମହାନନ୍ଦ, ଚାକିରିଆ ବିଭାଗର ମୁଖ୍ୟ ଭାବେ ବୈକୁଣ୍ଠ ବେମାଲ, ଛାତ୍ର ବିଭାଗ ମୁଖ୍ୟ ଭାବେ ନିରଞ୍ଜନ ନାଏକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । କର୍ମକର୍ତା ମନୋନୟନ ପରେ ଉପଦେଷ୍ଟା ଓ ନିର୍ବାଚନ ପରିଚାଳନା କମିଟି ଦ୍ୱାରା ନବ ମନୋନୀତ କର୍ମକର୍ତାଙ୍କୁ ଶପଥପାଠ କରାଯାଇଥିଲା । ଏହି ଅବସରରେ ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ଗୋବର୍ଦ୍ଧନ ବାଗ, ବିଶ୍ୱନାଥ କର, ଯୋଗେଶ୍ୱର ସାଗର, ଋଷିସୂଦନ ଛତ୍ରପାଲ, ଆଶିଷ ରଞ୍ଜନ ନାଏକ, ଅଞ୍ଜୁ କୁମାର, ଜ୍ୟୋତ୍ସ୍ନା କୁମାର ପ୍ରମୁଖ ଦାୟିତ୍ୱ ସଂପାଦନ କରିଥିଲେ ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କଳସି ଦେଖିବା ହେଲା କାଳ

Sunil Chandra Nayak

460 ଜଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଲାଗି ଗଲେ

masiha

ଧର୍ମପ୍ରାଣ ବ୍ୟକ୍ତିତ୍ୱ ମଧୁସୂଦନ ବେହେରାଙ୍କ ବିୟୋଗ 

Sunil Chandra Nayak

Leave a Comment

error: Content is protected !!