ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ଚନ୍ଦାହାଣ୍ଡି- (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଚକାମାଲ ଗାଁରେ ଆଜି ବଜ୍ରାଘାତରେ ଜଣେ ଯୁବକ ଙ୍କ ଜୀବନ ଚାଲିଯାଇଛି l ମୃତକ ହେଲେ ଖଗେରାମ ପଟେଲ୍ l ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ 3 ଟା ସମୟରେ ନିଜ ଚାଷ ଜମିରେ ହଳ କରିବା ଉଦ୍ଦେଶ୍ଯରେ ଟ୍ରାକଟର ଖୋଜିବାକୁ ଯାଇ ଫେରୁଥିବାବେଳେ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ସ୍ଥିତ ଏକ ଚାଷ ଜମିର ହୁଡାରେ ଚାଲି ଚାଲି ଆସୁଥିବା ବେଳେ ପବନ ବହି ଅଳ୍ପ ଝିପିଝିପି ବର୍ଷା ହେଇ ହଠାତ୍ ପ୍ରଚଣ୍ଡ ବଜ୍ରାଘାତ ସହିତ ଘଡ଼ଘଡ଼ି ହୋଇଥିଲା l ତେବେ ତାଙ୍କ ପାଖରେ ଥିବା ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁସାରେ ବଜ୍ରାଘାତ ସହିତ ଘଡ଼ଘଡ଼ି ହେବା ବେଳକୁ ଖଗେରାମ ପଟେଲ ହୁଡ଼ାରୁ ତଳେ ପଡ଼ିଯାଇଥିଲେ l ଏହାପରେ ପରିବାର ଲୋକେ ତାଙ୍କୁ ତାଙ୍କ ନିଜ ଘରକୁ ବୋହି ଆଣିଥିଲେ l ସମାଜସେବୀ ପୀତାମ୍ବର ସୋରୀ ଚିକିତ୍ସା ପାଇଁ 108 କୁ ଫୋନ୍ କରି ପରିବାର ସହ ପ୍ରେରଣ କରିଥିଲେ, ତେବେ ଡାକ୍ତର ତାଙ୍କୁ ସେଠାରେ  ମୃତ ଘୋଷଣା କରିଥିଲେ l ଏହାପରେ ମୃତକର ବଡ ପୁଅ ହେମରାଜ ପଟେଲ୍ ଥାନରେ ଏକ ଏତଲା ଦାଏର କରିଥିବା ବେଳେ ଥାନାଧିକାରୀ ଉମେଶ ଚନ୍ଦ୍ର ନାୟକ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ l ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ମୃତକ ଖଗେରାମ ପଟେଲ୍ ଙ୍କ ବର୍ତ୍ତମାନ ଗୋଟିଏ ପୁଅ ଓ ଦୁଇଟି ଝିଅ ରହିଥିବା ବେଳେ ବଡ଼ ଝିଅ ବନିତା ପଟେଲ ଙ୍କୁ ଗତ ମାର୍ଚ୍ଚ ମାସରେ ବିବାହ କରି ବିଦାୟ ଦେଇଥିବା ବେଳେ ବର୍ତ୍ତମାନ ପୁଅ ହେମରାଜ ପଟେଲ୍ (16) ଓ ଝିଅ ହୀରାଦି ପଟେଲ ( 13) ଏବେ ବାପା ମାଆ ଛେଉଣ୍ଡ ହୋଇ ପଡ଼ିଛନ୍ତି l ପ୍ରକାଶ ଥାଉକି ମୃତକ ଖଗେରାମ ପଟେଲ୍ ଙ୍କ ସ୍ତ୍ରୀ କୈକେୟୀ ପଟେଲ ପ୍ରାୟ 10 ବର୍ଷ ପୂର୍ବରୁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ l ବର୍ତ୍ତମାନ ମୃତକ ଖଗେରାମ ପଟେଲ ଙ୍କ ଦୁଇ ପୁଅ ଝିଅ ଅସହାୟ ହୋଇ ପଡ଼ିଛନ୍ତି l ତେବେ ମୃତକ ଖଗେରାମ ପଟେଲ୍ ଜଣେ ମେଳାପି ଓ ସ୍ପଷ୍ଟବାଦୀ ହୋଇଥିବା ବେଳେ ସେ ସ୍ଥାନୀୟ ମହାଶକ୍ତି ଯୋଗମାୟା କଳା ଓ ସାଂସ୍କୃତିକ ଯୁବ ପରିଷଦର ଚକାମାଲ ର ଜଣେ ସକ୍ରୀୟ ସଦସ୍ଯ ଥିଲେ l ସେ ଗାଁରେ ହେଉଥିବା ଯେକୌଣସି ସାମୁହିକ କାର୍ଯ୍ୟକ୍ରମ ରେ ସକ୍ରିୟ ରୂପେ ଭାଗନେଇ କାର୍ଯ୍ୟକ୍ରମ ସମ୍ପାଦନ କରିବାରେ ନିସ୍ୱାର୍ଥପର ଭାବେ କାମ କରୁଥିଲେ l ତାଙ୍କର ବିୟୋଗରେ ଅନୁଷ୍ଠାନର ସଭାପତି ପୀତାମ୍ବର ସୋରୀ ଙ୍କ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି l ତେବେ ତାଙ୍କର ମୃତ୍ୟୁ ପରେ ପରିବାର ଶେଷ ଦୁଇ ସନ୍ତତି ଙ୍କୁ ସରକାରଙ୍କ ପକ୍ଷରୁ ସରକାରୀ ସହାୟତା ରାଶି ଯୋଗାଇଦେବା କୁ ଗାଁ ଲୋକ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଗୁହାରୀ ଜଣାଇଛନ୍ତି l ମୃତ୍ୟୁ ବେଳକୁ ପରିବାରର ଅନ୍ୟନ୍ୟ ସଦସ୍ୟ ତଥା ମୃତକ ଙ୍କ ଭାଉଜ ଲକ୍ଷ୍ମୀ ପଟେଲ, ପୁତୁରା ଭୀମ ପଟେଲ, ପଡୁ ପଟେଲ, ମଦନା ପଟେଲ୍ ସମେତ ଗାଁ ପରିଜନ ଇନ୍ଦ୍ର ହଂସ , ନାରାୟଣ ହଂସ, ଅନ୍ତ ହଂସ, ଗୋବିନ୍ଦ ହଂସ, ଧନଧର ନାଗ, ରଏତୁ ନାଗ, ଜିତେନ୍ଦ୍ର ହଂସ, ସମାଜ ସେବୀ ଦୀନବନ୍ଧୁ ମାଝୀ , ୱାର୍ଡମେମ୍ବର ହେମନ୍ତ ସୋରୀ, ଚରଣ ସିଂହ, ରବି ସିଂହ, ସମେତ ଅନେକ ଲୋକ ଉପସ୍ଥିତ ଥିଲେ l ତାଙ୍କର ବିୟୋଗରେ ଗାଁର ଧନସିଂ ହଂସ, ଲକ୍ଷ୍ମଣ ମାଝୀ, ପଦୁ ସୁନା, ରଏତୁ ନାଗ, ଟିକେ ହଂସ, ନଳ ନାଗ, ବନ୍ଧର କେତକୀ , ଗାଁର ଗଣ୍ଡା ଖଗପତି ସୋରୀ, ସମାଜସେବୀ ହୁମେଶ୍ୱର ହଂସ, ମହେଶ୍ୱର ଛତ୍ରୀଆ , ପବିତ୍ର ମାଝୀ, ଡିବିଚନ ମାଝୀ, ସିନ୍ଦୂରଲାଲ ମାଝୀ , ଗଗନେ କେତକୀ, ଖଗେଶ୍ୱର କେତକୀ, ସୁଗ୍ରୀ ନାଗ, ମଧୁରାମ ପୂଜାରୀ, ଡମ୍ବରୁଧର ନାଗ , ପ୍ରତିମା ସୋରୀ, ଡମତି ସୋରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କେନ୍ଦ୍ର ସରକାର ଙ୍କ ଚାଉଳ ମାରଣ ନୀତି ବିରୁଦ୍ଧ ରେ ବିଜେଡ଼ି ର ପ୍ରତିବାଦ

Sunil Chandra Nayak

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ

masiha

ଜିଲ୍ଲାପାଳ ଙ୍କ ପି ଇ ଓ ତଥା ଏମ ଆଇ ଙ୍କ ଠୁଁ ଭରଣା କରିବା ନିର୍ଦେଶ ପରେ କଣ୍ଟାଗାଁ ପଞ୍ଚାୟତ ବାସୀ ପାଇଲେ ଜୁନ ମାସର ଚାଉଳ

Sunil Chandra Nayak

Leave a Comment

error: Content is protected !!