ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ ତମ ଜନ୍ମ ଦିବସ ମହାସମାରୋହରେ ପାଳିତ
ନବରଙ୍ଗପୁର:(୧୬|୯)(ଧୃତିରଞ୍ଜନମହାନ୍ତି)ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ରାଜ୍ୟ ରାଜପଥ-୩୯ ପାର୍ଶ୍ଵରେ ଗଢି ଉଠିଥିବା ସତସଙ୍ଗ ବିହାରରେ ଆଜି ସକାଳ ୭ ଘଣ୍ଟା ୫ ମିନିଟ ସମୟରେ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇ ଥିବା ବେଳେ ଦିନ ୧୧ ଘଣ୍ଟା ୩୦ ମିନିଟ ସମୟରେ ଜନ୍ମ ଦିବସ ଉପଲକ୍ଷେ ଏକ ସତସଙ୍ଗର ଆୟୋଜନ ହୋଇଥିଲା l ଏହି ଅବସରରେ ସହ-ପ୍ରତି-ରିତିକ୍ କମଳାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଯାଜକ ଗୋପିନାଥ ବେହେରା, ପଙ୍କଜ ମହାନ୍ତି ଓ ବିବେକନନ୍ଦ ବାରିକ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ l ପ୍ରାର୍ଥନା, ସଦଗୁରୁ ବନ୍ଦନା ଧ୍ୟାନ, ସଦ୍ଗ୍ରନ୍ଥ ପଠନ, ଭଜନ, କୀର୍ତ୍ତନ, ଯାଜନ ଦ୍ଵାରା ପରିବେଶ ଭକ୍ତିମୟ ହୋଇ ଉଠିଥିଲା l ଠାକୁରଙ୍କ ଜନ୍ମ ଦିବସ ସତସଙ୍ଗ ରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ର ଲୀଳା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା lବନ୍ଦେ ପୁରୁଷୋତ୍ତମ ଧ୍ୱନିରେ ମୁଖରିତ ହୋଇ ଉଠିଥିଲା ସତସଙ୍ଗ ବିହାର ପରିସର l ପ୍ରଣାମ ନିବେଦନ ପରେ ଜୟଗୁରୁ ଧ୍ୱନିରେ ପ୍ରତି ପ୍ରତ୍ୟେକ ଭକ୍ତବୃନ୍ଦ ବିଭୋର ହୋଇଥିଲେ l ସମସ୍ତ ଭକ୍ତବୃନ୍ଦ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ରବି ନାରାୟଣ ମହାନ୍ତି, ଅକ୍ଷୟ କୁମାର ପ୍ରଧାନ, ଲକ୍ଷ୍ମୀ କାନ୍ତ ରଥ, ଅଜୟ ବଲ୍ଳଭ ପଣ୍ଡା ,ନିତ୍ୟାନନ୍ଦ ମହାନ୍ତି, ସରୋଜ ମିଶ୍ର, ଶରତ ଡାକୁଆ, ମୁରଲୀଧର ଡାକୁଆ, ପ୍ରକାଶ ମହାପାତ୍ର, ରବି ରାଉତ,ସୁଶାନ୍ତ ପଣ୍ଡା, ଖଗେଶ୍ଵର ଦାସ ପ୍ରମୁଖ ବହୁ ଭକ୍ତବୃନ୍ଦ ସହଯୋଗ କରିଥିଲେ l ସେହିପରି ରାତ୍ର ୭ ଘଣ୍ଟା ୩୦ ମିନିଟରେ ସତସଙ୍ଗ ବିହାର ପରିସରରେ ସତସଙ୍ଗୀ ମାନଙ୍କ ଦ୍ୱାରା ସତସଙ୍ଗ ଆୟୋଜନ କରାଯାଇ ପ୍ରାର୍ଥନା, ସଦଗୁରୁ ବନ୍ଦନା,ଧ୍ୟାନ, ସଦ୍ଗ୍ରନ୍ଥ ପଠନ, ଭଜନ, କୀର୍ତ୍ତନ, ଠାକୁରଙ୍କ ଦିବ୍ୟ ଲୀଳାର ଯାଜନ ବେଶ ମନ ମୁଗ୍ଧକର ହୋଇଥିଲା l ସତସଙ୍ଗ ପରେ ସମସ୍ତ ଭକ୍ତବୃନ୍ଦଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିବା ବେଳେ ଦିନଟି ଯାକ ସତସଙ୍ଗରେ ସତସଙ୍ଗୀମାନେ ବିଭୁ କୃପା ଲାଭ କରିଥିଲେ l
ଡାବୁଗାଁ ରୁ ଧୃତି ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍

