ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ମ,ରାମପୁର,୨୮/୨,(ମସୀହା):- ମ. ରାମପୁର ବ୍ଲକ୍ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ୍ ନିର୍ବାହୀ ଅଧିକାରୀ ଶୁକ୍ରୁ ରଣା ଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଚି । ବମକ ସରପଞ୍ଚ ରୋମାଞ୍ଚ ସାହୁ ଙ୍କ ସଭାପତିତ୍ବ ରେ ଗ୍ରାମୀଣ ପାର୍କ ଠାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ସମାଜ ସେବୀ ଦଳଜିତ୍ ସିଂହ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା, ଯୁବ ଶିଳ୍ପପତି ବିଭୁ ପ୍ରସାଦ ସାହୁ, ସମିତି ସଭ୍ୟା ସଙ୍ଗୀତା ମାଝୀ, ନାଏବ ସର ପଞ୍ଚ ଯୁବ ରାଣୀ ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ । ଅତିଥି ମାନେ ଶୁକ୍ରୁ ରଣା ଙ୍କ ବିଷୟରେ ନିଜ ନିଜ ଅନୁଭବ ପ୍ରକାଶ କରିଥିଲେ । ଏହି ଅବସର ରେ ନୂତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସାମଲ ଙ୍କୁ ସ୍ଵାଗତ କରିବା ପରେ ଅବସର ପ୍ରାପ୍ତ ଶ୍ରୀ ରଣା ଙ୍କୁ ମାନପତ୍ର,ଉପାୟନ, ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଏଇ ଇ ବଳବିନ୍ଦର୍ ସିଂହ ଯାଦବ, ଜେଇ ପ୍ରବୀଣ ପାଣି, ଭବାନୀ ଶଙ୍କର ସାହୁ, ପ୍ରେମ୍ ସାଗର ନାଏକ, ଗୋଲକ ରଣା, କାହ୍ନୁ ଚରଣ ସାହୁ, ଡ୍ଡିଙ୍ଗର କିଶୋର ସାହୁ, ପ୍ରଶାନ୍ତ ସାହୁ, ପବିତ୍ର ସାହୁ ଙ୍କ ସମେତ ଅନେକ ଶୁଭେଚ୍ଛୁ ଉପ ସ୍ଥିତ ରହିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅବସର ଦିନ ରେ ହିଁ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

ଇଟିଆଇ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଢେଙ୍କାନାଳ ପୋଲିସ୍ ଲାଇନ୍ କ୍ଳଷ୍ଟରର ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ

Leave a Comment

error: Content is protected !!