ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବମକ ପଞ୍ଚାୟତ ର ପୂର୍ବତନ ତଥା ପ୍ରଥମ ସରପଞ୍ଚ କିଆ ସାହୁ ଙ୍କ ପରଲୋକ

ମ,ରାମପୁର, ୨୫/୪( ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ୍ ବମକ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କିଆ ସାହୁ (୭୨)ଙ୍କ ଗତ କାଲି ରାତି ୮ ଘଣ୍ଟା ୩୩ ମିନିଟ ସମୟ ରେ ପରଲୋକ ହେଇଯାଇଛି । ସେ ଉକ୍ତ ପଞ୍ଚାୟତ ରେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ଵ ଗ୍ରହଣ କରି ପଞ୍ଚାୟତ ର ବିକାଶ ରେ ନିଜର କାର୍ଯ୍ୟ ଦକ୍ଷତା ପ୍ରତି ପାଦନ କରିଥିଲେ । କେବଳ ସେତିକି ନୁହେଁ ପଞ୍ଚାୟତ ର ବିକାଶ ଦିଗ ରେ ଏହି ପରିବାର ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସବୁବେଳେ ରହି ଆସିଥିବା ବେଳେ ସମ୍ପ୍ରତି ତାଙ୍କର ସାନ ପୁଅ ରୋମାଞ୍ଚ ସାହୁ( ରାଷ୍ଟ୍ର) ଉକ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଛନ୍ତି l ଏଥି ପୂର୍ବରୁ ତାଙ୍କରି ସାନ ବୋହୁ ପ୍ରତିମା ସାହୁ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜୟଦେବ ସାହୁ ଙ୍କ ଧର୍ମ ପତ୍ନୀ ଥିଲେ ସ୍ବର୍ଗତ କିଆ ସାହୁ । ମୃତ୍ୟୁ ଖବର ପ୍ରଚାର ହେବା ପରେ ଆଜି ସକାଳୁ ତାଙ୍କରି ଶେଷ ଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୀର୍ତ୍ତନ ସାହୁ, ଗଙ୍ଗାଧର ମହାନ୍ତି, ସମାଜ ସେବୀ ବିକାଶ ରଞ୍ଜନ ସିଂହଦେଓ, ବିଡ଼ିଓ ବିନୟ କୁମାର ଭୋଇ,ମ.ରାମପୁର ବ୍ଲକ୍ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ସାହୁ, ବିଭୂତି ଭୂଷଣ ମହାଖୁଡ, ନବୀନ କୁମାର ସାହୁ, ବିଭୁ ପ୍ରସାଦ ସାହୁ, ପ୍ରଶାନ୍ତ ସାମନ୍ତରା, ରାକେଶ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ପ୍ରବୀଣ କୁମାର ପାଣି ପ୍ରମୁଖ ଶେଷ ଦର୍ଶନ ପାଇଁ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଗାଆଁ ରେ ଆଜି ସକାଳେ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ବଡ଼ ପୁଅ ଝସ କେତନ ସାହୁ ଓ ସାନ ପୁଅ ରୋମାଞ୍ଚ ସାହୁ ମୁଖାଗ୍ନୀ ଦେଇଥିଲେ । ଶତାଧିକ ଗ୍ରାମବାସୀ ଏବଂ ସମ୍ପର୍କୀୟ ଶବ ଶୋଭାଯାତ୍ରା ରେ ସାମିଲ ଥିଲେ । ତେବେ ଗତ କାଲି ରାତି ରେ ଖାଇବା ସମୟ ରେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଶେଷ ନିଃଶ୍ୱାସ ତ୍ୟାଗ କଲେ । ମୃତ୍ୟୁ ଶଯ୍ୟା ନିକଟ ରେ ଦୁଇ ବୋହୂ, ନାତି ନାତୁଣୀ, ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କରି ବିୟୋଗ ରେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂହ, ମ,ରାମପୁର ସରପଞ୍ଚ ତଥା ବ୍ଲକ୍ ସରପଞ୍ଚ ସଂଘ ସମ୍ପାଦିକା ବୀଣାପାଣି ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରି ଥିବା ବେଳେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଭୁର୍ଟିଗଡ଼ ଓ ବନ୍ଧପାରିରେ ଆମ ବ୍ୟାଙ୍କ ଲୋକାର୍ପିତ

masiha

କୁସୁମି ବ୍ଳକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ କଳିଙ୍ଗ ନେଟ ଓ୍ବାର୍କ ଫର୍ ପିପୁଲ୍ ୟୁଥ୍ ଏଚ୍ ଆଇ ସି ଏଡ୍ସ ସ୍ବେଛାସେବୀ ସଂଗଠନ ତରଫରୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ପାତ୍ରପୁଟ ଏସଏସଡ଼ି ଉଚ୍ଚ ବିଦ୍ୟାଳୟ ବାର୍ଷିକୋତ୍ସବ

masiha

Leave a Comment

error: Content is protected !!