ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

ଢେଙ୍କାନାଳ (ମନିସ )19/8/23//ଆଜି ସନ୍ଧ୍ୟାରେ ଢେଙ୍କାନାଳସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ରାଜ୍ୟ ସ୍ତରୀୟ ମେଘ ଉତ୍ସବ 2023 ଉଦଘାଟିତ ହେଇଯାଇଛି l ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ପ୍ରାକୃତିକ ବିପର୍ଯୟ ପ୍ରସମନ, ଜଙ୍ଗଲ ଓ ପରିବେଶ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାର ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ , ବରେଣ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ଶ୍ରୀ ସରୋଜ କୁମାର ସେଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶାର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ,ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହାପରେ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ପରେ ପରେ ହର ପାର୍ବତୀ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଲୋକନାଟ୍ୟ ଏବଂ ଦଣ୍ଡନାଚ ପରିବେଷଣ କରାଯାଇଥିଲା l ଏବଂ ଶେଷରେ ଶଶାଙ୍କ ଶେଖର ଏବଂ ସାଥୀ ମାନଙ୍କ ଦ୍ୱାରା ସୁଗମ ସଂଗୀତ ପରିବେଷଣ କରାଯାଇଥିଲା lଏହି ଉତ୍ସବଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଅନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳର ମିଳିତ ସହଯୋଗରେ ଆୟୋଜିତ ହେଇଛି l ଏହି ଉତ୍ସବ ଟି 19 ଏବଂ 20 ଅଗଷ୍ଠ ଦୁଇଦିନ ଧରି ଗୋପବନ୍ଧୁ ଟାଉନ ହଲ ରେ ଚାଲିବ l କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ଅନେକ କଳାପ୍ରେମୀ ଯୋଗଦେଇ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ତଥା ସଂଗୀତକୁ ଉପଭୋଗ କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉଚ୍ଛେଦ ବିରୁଦ୍ଧରେ ସୀତାବୋର୍ଡି ପଡ଼ାବାସି ଙ୍କ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ବହୁ ପୁରାତନ ଆମ୍ବଗଡିଆ ଘୋଡ଼ା ମେଳଣ

masiha

Leave a Comment

error: Content is protected !!