ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମା କୁମାରୀ ଆଶ୍ରମରେ ମାତୃ ଦିବସ ପାଳନ

ନବରଙ୍ଗପୁର,(ମ ନି ସ)ନବରଙ୍ଗପୁର ବ୍ରହ୍ମାକୁମାରୀ ଆଶ୍ରମର ସଦଭାବନା ହଲ ରେ ମାତୃ ଦିବସ ପାଳନ ହୋଇ ଯାଇଛି । ଏହି ଅବସର ରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଧର୍ମପତ୍ନୀ ଶ୍ରୀମତୀ ବବିତା ସର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ମାନ୍ୟବର ବିଧୟକଙ୍କ ଧର୍ମପତ୍ନୀ ଶ୍ରୀମତୀ କୌଶଲ୍ୟା ଦେବୀ, ସମାଜସେବୀ ସୁଷମା ଜୈନ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରିତା ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଆଶ୍ରମର ନବରଙ୍ଗପୁର ସବ୍ ଜୋନ୍ ନିର୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ନୀଲମ ଦିଦି ଜି ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ମାତୃ ଜାତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ଉତ୍ତମ ନାଗରିକ ଗଠନ କରିବା ପାଇଁ ମାଆ ମାନେ ସକାରାତ୍ମକ ଚିନ୍ତନଙ୍କୁ ଧାରଣ କରି ପିଲା ମାନଙ୍କୁ ଛୋଟ ସମୟ ରୁ ହିଁ ଭୌତିକ ଶିକ୍ଷା ସହ ଆଧ୍ୟାତ୍ମିକ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ନିଜ ବ୍ୟକ୍ତରେ କେବଳ ଗୋଟେ ଦିନ ମାତୃ ଦିବସ ପାଳନ ନ କରି ବର୍ଷ ସାରା ମାତୃ ଦିବସ ତଥା ମାତା ଙ୍କ ପ୍ରତି ସନ୍ତାନ ର ଯେଉଁ କର୍ତ୍ତବ୍ୟ ସଂପାଦନ କରିବା ହିଁ ଉପଯୁକ୍ତ ମାତୃ ଦିବସ ପାଳନ କରିବା ସହ ସମାନ ଅଟେ। ଅଧିକାଂଶ କ୍ଷେତ୍ର ରେ ଦେଖାଯାଏ ପିତା ମାନେ ଭି ମାତାଙ୍କ ଭୂମିକା ଅତ୍ୟନ୍ତ ସୂଚାରୁ ରୂପେ ସଂପାଦନ କରିଥାନ୍ତି। ତେଣୁ ମାତା ପିତା ଉଭୟେ ନମସ୍ୟ ଓ ପୂଜନୀୟ ଅଟନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।ଏତଦ୍ ବ୍ୟତିତ ବିଧାୟକ ଙ୍କ ଧର୍ମପତ୍ନୀ କୌଶଲ୍ୟା ଦେବୀ ମାତୃ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସୁସ୍ଥ ସମାଜ ଗଠନ ରେ ପିଲା ମାନଙ୍କୁ ସ୍ନେହଶ୍ରଦ୍ଧା ଓ ଉଚିତ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ମାତା ମାନଙ୍କୁ ପ୍ରେରଣା ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରିତା ମହାନ୍ତି ନିଜ ବକ୍ତବ୍ୟରେ ବଲବ ର ଉଦ୍ଭାବକ ଥାମସ ଏଲ୍ବା ଏଡିସନ୍ ଙ୍କ ଜୀବନୀ କାହାଣୀ ଉପରେ ଆଲୋକପାତ କରି ମାଁ ମାନଙ୍କୁ ମଧ୍ୟ ପିଲା ମାନଙ୍କ ଦୁର୍ବଳତା କୁ ପ୍ରକାଶ କରି ଅସନ୍ତୁଷ୍ଟ ହେବା ପରିବର୍ତେ ସକାରାତ୍ମକ ଚିନ୍ତନ ମାଧ୍ୟମରେ ପିଲମାନଙ୍କର ଜୀବନକୁ ପରିବର୍ତ୍ତନ କରାଯାଇ ପାରିବ। ସେଥି ପାଇଁ ରାଜଯୋଗ ର ୭ ଦିନିଆ କୋର୍ସ ସମସ୍ତେ ନିଶ୍ଚୟ କରିବା ଦରକାର ବୋଲି କହି ଥିଲେ। ଏହି ଅବସରରେ କୁନି ଶିଶୁ କଳାକାର ସୁମିରନ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମା କୁମାରୀ ଗୀତା ଭଉଣୀ ମଞ୍ଚ ପରିଚାଳନା କରିବା ସ୍ଥଳେ ବ୍ରହ୍ମା କୁମାରୀ ନମିତା, ରାକ୍ଷୀ, ମୀରା, ସୁଷମା, ବିଦ୍ୟାଧର,ଗିରିଶ, କପିଲ, ଗୋପାସିସ, ବିଜୟ, ପ୍ରବୀଣ,ରଞ୍ଜିତ ଭାଇ ଅନ୍ୟ ବ୍ରହ୍ମା କୁମାର କୁମାରୀ ଭାଇ ଭଉଣୀ ଙ୍କ ସହଯୋଗ ରେ ସଭା କାର୍ଯ୍ୟ ସୂଚାରୁ ରୁପେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସହରର ବହୁ ମାନ୍ୟ ଗଣ୍ୟ ମହିଳା ମାନେ ଯୋଗ ଦେଇ ଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Sunil Chandra Nayak

ଏକ୍ସଆରଏଫ’ରେ ପାଞ୍ଚକୋଟି ପି:ସି ସ୍କାମ ପୁଣି ପି:ସି ଖାଇବା ନିମନ୍ତେ ଦୁଇ’କୋଟିର ପ୍ଲାଟିନିୟମ ପ୍ଲାନ

masiha

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!