ୟୁଜିଆଇଇ ଆଲୁମିନୀ ପକ୍ଷରୁ ୩ୟ ରକ୍ତଦାନ ଶିବିର ଆୟୋଜିତ.
ରାଉରକେଲା : ୟୁଜିଆଇଇ ର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ୟୁଜିଆଇଇ ଆଲୁମିନୀ ଆସୋସିଏସନ , ରାଉରକେଲା ପକ୍ଷରୁ ୩ୟ ରକ୍ତଦାନ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଆବଶ୍ୟକ ସମୟରେ ରକ୍ତ ଯୋଗାଣ ମାଧ୍ୟମରେ ମୂଲ୍ୟବାନ ଜୀବନ ବଞ୍ଚାଇବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା। ଶିବିରର ଉଦ୍ଘାଟକ ଭାବେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ,ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ, ରାଉରକେଲା ବିଧାୟକ ତଥା ୟୁଜିଆଇଇ ଆଲୁମିନୀ ଆସୋସିଏସନ ର ପୃଷ୍ଠପୋଷକ ଇଂ ଶାରଦା ପ୍ରସାଦ ନାୟକ,ମୁଖ୍ୟବକ୍ତା ଭାବେ ରାଉରକେଲା ଇସ୍ପାତ କାରଖାନାର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ବିଭାଗର ମୁଖ୍ୟ ଡା. ଜୟନ୍ତ କୁମାର ଆଚାର୍ଯ୍ୟ,
ସମ୍ମାନିତ ଅତିଥି ଭାବେ ଆରଜିଏଚ ର ଚକ୍ଷୁ ବିଶେଷଜ୍ଞ ଡା. ସମୀର ପାତ୍ର, ସର୍ଭେଶ୍ ରିଫ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଅଶୋକ ଅଗ୍ରୱାଲ,ମ୍ୟାକ ପାନୋରାମା ଏକଜିମ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ତାପସ କୁମାର ଆଚାର୍ଯ୍ୟ ଏବଂ ୟୁଜିଆଇଇ ର ଅଧ୍ୟକ୍ଷ ଶରତ କୁମାର ମୁଦୁଲି ଯୋଗଦେଇଥିଲେ। ଏହି ଅବସରରେ ସୁଶ୍ରୀ ଶ୍ରଦ୍ଧା ସାହୁ ଓ ତାଙ୍କ ଟିମ୍ ପକ୍ଷରୁ ରକ୍ତଦାନର ମହତ୍ତ୍ୱ ଉପରେ ଏକ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ଏହି ରକ୍ତଦାନ ଶିବିରରେ ସର୍ବମୋଟ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ୟୁଜିଆଇଇ ର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଏବଂ ଆଲୁମିନୀ ଆଶ୍ସୋସିଏସନ ର ସଦସ୍ୟମାନେ ବହୁ ଉତ୍ସାହର ସହିତ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ରକ୍ତଦାନ କରିଥିଲେ।
ୟୁଜିଆଇଇ ଆଲୁମିନୀ ଆସୋସିଏସନ ର ସଭାପତି ଇଂ ବୈଲୋଚନ ସାମଲ ସ୍ୱାଗତ ଅଭିଭାଷଣ,ସାଧାରଣ ସମ୍ପାଦକ ଇଂ ଶୁଭେନ୍ଦୁ ପଣ୍ଡା ରକ୍ତଦାନ ଶିବିରର ମୂଳ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସାମାଜିକ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକାରୀ ସଭାପତି ଇଂ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ସୁଶ୍ରୀ ସୌମ୍ୟଦର୍ଶିନୀ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ।
ଏହି ଶିବିରକୁ ସଫଳ କରିବାରେ ଆଲୁମିନୀ ଆସୋସିଏସନ ର ପରାମର୍ଶଦାତା ଇଂ ଡା. ସମୀର ଆଚାର୍ଯ୍ୟ , ଇଂ ବସନ୍ତ ସେନାପତି, ଉପସଭାପତି ଇଂ ଅନାଦି ଚରଣ ବିଶ୍ୱାଳ, ଇଂ ସଜଲ ବାନାର୍ଜୀ,ଇଂ ଲଳିତେନ୍ଦୁ ମିଶ୍ର,ସମ୍ପାଦକ ଇଂ ତପସ ଜେନା, ଇଂ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଇଂ ପ୍ରଭାତ ରଞ୍ଜନ ତ୍ରିପାଠୀ, ସହ-କୋଷାଧ୍ୟକ୍ଷ ଇଂ ମନୋଜ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଇଂ ହିମାଂଶୁ ଶେଖର ପ୍ରଧାନ, ଇଂ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଇଂ ପଙ୍କଜ ସାମନ୍ତ ଓ ଇଂ ଶଶିକାନ୍ତ ବେହେରା ପ୍ରମୁଖ ଓ
ବିଶେଷକରି ଇଂ ଅମର ସାହୁଙ୍କ ତତ୍ତ୍ୱାବଧାନରେ ସାଇଚିନ୍ତନ ପରମାନିକ ,ବିଧୁସ୍ମିତା ସାହୁ,ସଂଗୀତା ପ୍ରିୟଦର୍ଶିନୀ ସ୍ୱାଇଁ,ଶୁଚିସ୍ମିତା ସାମଲ,ଶ୍ରୀ ବିଶ୍ୱରାଜ ସାହୁ,ସୁଶାନ୍ତ ବାରିକ,ତନ୍ମୟ ସାହୁ,ଦେବଦତ୍ତ ଦାସ,ଗଙ୍ଗାଧର ମହନ୍ତ,ସ୍ମୁତିରେଖା ତ୍ରିପାଠୀ,ଚିନ୍ମୟ କୁମାର ବାଗସିଂ,ଦେବାପ୍ରିୟ ପଣ୍ଡା ଓ ଜିତେନ୍ଦ୍ର ସାହୁ ଶିବିରର ସୁଚାରୁ ପରିଚାଳନା ଓ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ
“ରକ୍ତଦାନ କରନ୍ତୁ — ଜୀବନ ବଞ୍ଚାନ୍ତୁ
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

