ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ

ବାଣପୁର:- ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାରେ ୩୨୩ ସ୍କୁଲକୁ ରୂପାନ୍ତରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲାରେ ୬୨ଟି ସ୍କୁଲକୁ ରୂପାନ୍ତରଣ କରିଥିବା ସମୟରେ ବାଣପୁରର ୪ଟି ସ୍କୁଲକୁ ସାମିଲ କରାଯାଇଛି। ବାଣପୁର ଏନଏସି ନୋଡାଲ ସ୍କୁଲ, ବିଷ୍ଣୁଡିହ ପଞ୍ଚାୟତର ଖଣତ ୟୁଜି ହାଇସ୍କୁଲ, ଦାମିଆ ବରବରା ପଂଚାୟତର ବାଙ୍କିଆପଲ୍ଲୀ ୟୁଜି ହାଇସ୍କୁଲ ଓ ନରେନ୍ଦ୍ରପୁର ପଂଚାୟତର ବଡସିରେଇପୁର ୟୁଜି ହାଇସ୍କୁଲର ଆଜି 5T ସ୍କୁଲରେ ରୂପାନ୍ତକରଣ କରାଗଲା। ଏହାଥିଲା ତୃତୀୟ ପର୍ଯ୍ୟୟ 5T ସ୍କୁଲର ରୂପାନ୍ତିକରଣ, ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ 5T ସଚିବ ଭି କେ ପାଣ୍ଡିଆନଙ୍କ ସମେତ ଜିଲ୍ଲା ପଦାଧିକାରୀ ଅଧିକାରୀ ସାମିଲ ଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବ ବାକି ରହିଯାଇଥିବା ସ୍କୁଲ ଗୁଡିକର ନିଆଯାଇଥିବା ପଦକ୍ଷପ ତ୍ବରାନ୍ନିତ ଭାବେ ଆଗାମୀ ଡିସେମ୍ବର ମାସ ଶେଷ ସୁଦ୍ଧା ସମାପନ କରିବାର ପ୍ରତିଶୃତି ଦେଇଥିଲେ । ବାଣପୁର ନୋଡାଲ ହାଇସ୍କୁଲ ପରିସରରେ ଭିିଡିଓ କନଫରେନ୍ସିର ସମସ୍ତ ଆୟୋଜନ କରାଯାଇଥିଲା। ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଆନୁଷ୍ଠାନିକ ଭାବେ ଆୟୋଜନ କରିଥିବା ସମୟରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଅନ୍ୟାନ୍ୟ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ବାଣପୁର ବିଡିଓ ଶ୍ରୀମତି ଶୀତଲ ଅଗ୍ରଓ୍ବାଲ, ଇଓ ଶ୍ରୀ ଅବିନାଶ ମହାନ୍ତି, ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମା ଭଗବତୀ ଏଣ୍ଡାଓମେଣ୍ଟ ଶ୍ରୀ ବାଳମୁକୁନ୍ଦ ଦାସ ଓ ଏନଏସିର ସମସ୍ତ ପରିଷଦ ଓ ଉପାଧ୍ୟକ୍ଷା ଶ୍ରୀମତି ପ୍ରାଚୀପ୍ରଭା ସ୍ୱାଇଁ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଏସ କେ ଷ୍ଟିଲ ଫର୍ଣିଚର ସୋ ରୁମ୍ ଉଦଘାଟିତ

Sunil Chandra Nayak

ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଅନୁଷ୍ଠିତ ହେଲା ବିଶାଳ ସାଇ ଭଜନ ସନ୍ଧ୍ୟା

Sunil Chandra Nayak

ରୂପସା ମହୋତ୍ସବ ଉଦଘାଟିତ

masiha

Leave a Comment

error: Content is protected !!