ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା:୩ ଗୁରୁତର ଆହତ ମାନଙ୍କୁ ଗୋଷ୍ଟି ସ୍ଵାସ୍ଥ୍ୟ୍ କେନ୍ଦ୍ରରେ ଭର୍ତ୍ତି

ନବରଙ୍ଗପୁର—(ମାସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନିକଟ ମାନିଗାଁ ଆଡୁ ଡାବୁଗାଁ ଆଡକୁ ଏକ ଅଟୋ ଯାତ୍ରୀମାନଙ୍କୁ ଆଣି ଆସୁଥିବା ବେଳେ ଭାରସାମ୍ୟ ହରାଇ ଅଙ୍ଗୀ ନଦୀ ବ୍ରିଜ ବାଡାରେ ବାଡେଇ ଅଟୋଟି ପୋଲିଆ ଉପରେ ଓଲଟି ଦୁର୍ଘଟଣା ଘଟିଥିଲା।ଫଳରେ କୁସୁମା ମାଝୀ(୩୨),କୁନ୍ତି ମାଝୀ(୩୨),କମଳା ମାଝୀ(୫୫),ମଙ୍ଗାଭତ୍ରା(୩୬), ବୈଦି ମାଝୀ(୫୫) ଓ ସୁରେନ୍ଦ୍ରି ମାଝୀ(୧୧) ପ୍ରମୁଖଦୁର୍ଘଟଣାର ଶିକାର ହୋଇଥିଲେ । ଏମାନଙ୍କ ମଧ୍ୟରୁ କୁସୁମା, କମଳା ଓ ସୁରେନ୍ଦ୍ରି ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁରଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।ଘଟଣାଟି ଗତ ବିଳମ୍ବିତ ରାତ୍ରୀରେ ଘଟିଥିବାବେଳେ ଦୁଇ ପାର୍ଶ୍ଵରେ ବହୁ ମକା ଗାଡି,ଅଟୋ,ବୋଲେରୋ ଅଟକିଥିବା ଗାଡି ଗୁଡିକୁ ନିଜେ ଥାନା ଅଧିକାରୀ ସୁନିଲ୍ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସହ ଉପ ନିରିକ୍ଷକ ଶିଶିର କୁମାର ଘୋଷଙ୍କ ସହ ହୋମଗାର୍ଡ ପ୍ରମୁଖଙ୍କସହଯୋଗରେ ରାସ୍ତା ଖାଲି କରାଯାଇଥିଲା।ଅଟୋଟି କେରଣ୍ଡି ଗ୍ରାମରୁ ମୁସାପଲା ଗ୍ରାମ ପାଖ କୁମୁଡା ମାଝିଗୁଡା ନାମଧରାଣୀକୁ ଯାଇ ଥିଲେ,ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା।ପ୍ରାଥମିକ ଚିକିତ୍ସା ଡ.ପ୍ରଣବ ଶ୍ଵର୍ଣକାରଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରାଯାଇ ଥିବା ବେଳେ ଥାନାରେ ଅଟୋ ନମ୍ବର ଓଡି୨୪ଡି ୮୧୭୦କୁ ଜବତ କରାଯାଇ ଅନୁସନ୍ଧାନ ଜାରୀ ରଖି ମାମଲା ଋଜୁ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପୋଲିଓ ସଚେତନତା କାର୍ଯ୍ୟକ୍ରମ 

masiha

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

masiha

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

Leave a Comment

error: Content is protected !!