ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ – ବିଧାୟକ ଶ୍ରୀ ତନ୍ତୀ

ବିକଶିତ ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ – ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା : ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ମ୍ୟୁନିସିପାଲ କଲେଜରେ ଚଳିତବର୍ଷ ନୂତନ ଭାବରେ ନାମ ଲେଖାଇଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଆଜି ଏକ ଫ୍ରେସର୍ସ ଡେ( ନବାଗତା ଦିବସ) ପାଳନ ହୋଇଯାଇଛି । ସେକ୍ଟର-୫ ସ୍ଥିତ ଭଞ୍ଜ ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି ନବାଗତା ସ୍ୱାଗତ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ବିଶ୍ୱ ଦିନକୁ ଦିନ ଯେପରି ଭାବରେ ଆଧୁନିକ ଜ୍ଞାନ କୌଶଳ ମାନ ଆବିଷ୍କାର କରି ଚାଲିଛି, ଆମ ଦେଶ ଭାରତ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ କରି ଆଧୁନିକ ଜ୍ଞାନ କୌଶଳର ସଦୁପଯୋଗ କରି ନିଜକୁ ବିଶ୍ୱ ଦରବାରରେ ଏକ ପ୍ରତିଷ୍ଠିତ ରାଷ୍ଟ୍ର ଭାବରେ ଉପସ୍ଥାପନ କରିବା ସହ ଆଗାମୀ ୨୦୪୭ ମଧ୍ୟରେ ସମଗ୍ର ବିଶ୍ୱରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢି ତୋଳିବାର ଲକ୍ଷ୍ୟ ରଖିଛି । ତେବେ ଏହା ଆଗାମୀ କାଲିର ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜର ସହଯୋଗ ବିନା ଅସମ୍ଭବ ବୋଲି ବିଧାୟକ ଶ୍ରୀ ତନ୍ତୀ ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ନିଜ ବକ୍ତବ୍ୟ ମାଧ୍ୟମରେ ରାଷ୍ଟ୍ର ଗଠନରେ ସମସ୍ତ ଯୁବ ଛାତ୍ରଛାତ୍ରୀ ମାନେ ସକ୍ରିୟତାର ସହ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲ କଲେଜର ପୂର୍ବତନ ଏନ ସି ସି କ୍ୟାପଟେନ ଶ୍ରୀ ରାଉତ, ଧରତି ଆବା ବିର୍ ବିର୍ସା ମୁଣ୍ଡା ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ମହେଶ ନାଗ,ସଭାପତି ବାସୁ ସରଘରିଆ, କୋଷାଧ୍ୟକ୍ଷ ଅଶୋକ ଖାଲକୋ,ସରୋଜ କୁଜୁରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ନିଜର ପାରମ୍ପରିକ ବେଶଭୁଷାରେ ସୁସଜ୍ଜିତ ହୋଇ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ଵାରା କାରଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

ବହିରାରେ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!