ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଳକ ଟପ୍ପର ଅନିଲ ଭତ୍ରl 

ଡାବୁଗାଁ ବ୍ଳକ ଟପ୍ପର ଅନିଲ ଭତ୍ରl 

ନବରଙ୍ଗପୁର:(୨|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରେ ମାଟ୍ରିକ ପରୀକ୍ଷା ଫଳ ଆଶାନୁରୂପ ହୋଇଛି l ଡାବୁଗାଁ ସରକାରୀ ନୁତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷା ଦେଇଥିବା ୧୭୯ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୬୦ ଜଣ ପାସ ହୋଇଛନ୍ତି l ସେଥିମଧ୍ୟରୁ ଏ-୨ ଗ୍ରେଡ ରେ ୨ ଜଣ, ବି-୧ ରେ ୧୬ ଜଣ,ବି- ଗ୍ରେଡ ରେ ୩୨ ଜଣ, ସି ଗ୍ରେଡ଼ରେ ୬୫ ଜଣ, ଡି ଗ୍ରେଡ଼ରେ ୩୩ ଜଣ, ଇ ଗ୍ରେଡ଼ରେ ୧୨ ଜଣ, ଏଫ ଗ୍ରେଡ଼ରେ ୧୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି l ଉକ୍ତ ବିଦ୍ୟାଳୟ ର ଛାତ୍ର ଅନିଲ ଭତ୍ରl ୫୨୫ ନମ୍ବର ରଖି ଏ-୨ ଗ୍ରେଡ଼ରେ ପାସ ହୋଇ ବ୍ଳକ ଟପ୍ପର ହୋଇଛନ୍ତି l ସେହିପରି ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ)ର ପରୀକ୍ଷା ଦେଇଥିବା ୮୯ ଜଣ ଛାତ୍ରୀ ପାସ କରିଛନ୍ତି l ସେଥିମଧ୍ୟରୁ ଏ -୨ ଗ୍ରେଡ଼ରେ ୨ ଜଣ, ବି-୧ ଗ୍ରେଡ଼ରେ ୨୪ ଜଣ, ବି-୨ ଗ୍ରେଡ଼ରେ ୪୮ ଜଣ, ସି ଗ୍ରେଡ଼ରେ ୧୩ ଜଣ, ଡି ଗ୍ରେଡ଼ରେ ୨ ଜଣ, ପାସ କରିଛନ୍ତି l ବଡ ଓଲମା ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୦୨ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଏ-୨ ଗ୍ରେଡ଼ରେ ୬ ଜଣ, ବି-୧ ଗ୍ରେଡ଼ରେ ୨୩,ବି-୨ ଗ୍ରେଡ଼ରେ ୪୯,ସି ଗ୍ରେଡ଼ରେ ୧୪ ଜଣ, ଡି ଗ୍ରେଡ଼ରେ ୯ ଜଣ ଓ ଇ ଗ୍ରେଡ଼ରେ ଜଣେ ଛାତ୍ରଛାତ୍ରୀ ପାସ କରିଛନ୍ତି l ଅନିଲ ଭତ୍ରl ଡାବୁଗାଁ ବ୍ଳକ ଟପ୍ପର ହୋଇ ଡାବୁଗାଁ ବ୍ଳକ ଶିକ୍ଷା କ୍ଷେତ୍ରରେ ଏକ ଗୌରବ ଆଣି ଥିବାରୁ ବୁଦ୍ଧିଜିବୀ ମହଲରେ ତାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

Sunil Chandra Nayak

ଚିତି ସାପ କାମୁଡାରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!