ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା୬/୧୨/୨୪ :ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପ ନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ଶ୍ରୀ ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅବସରରେ ଅନୁଷ୍ଠିତ ପରେଡ‌ର ଅଭିବାଦନ ଗ୍ରହଣ କରିଥିଲେ ।  ଏହି ଅବସରରେ ସେକହିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଦଙ୍ଗା ମୁକାବିଲା ପାଇଁ ୧୯୪୬ ମସିହାରେ ଆମ ଦେଶର ମୁମ୍ବାଇରେ ପ୍ରଥମ ଥର ପାଇଁ  ଗୃହରକ୍ଷୀ ବାହିନୀର ଗଠନ କରାଯାଇଥିଲା ।  ଗୃହରକ୍ଷୀ ବାହିନୀର ଗଠନ  ହେବା ଦିନ ଠାରୁ  ସମ୍ପୂର୍ଣ୍ଣ ଉତ୍ସଗ୍ରୀକୃତ ମନୋଭାବ ସହ ପୋଲିସର କାନ୍ଧରେ କାନ୍ଧ ମିଶାଇ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଗଳା ରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି । ଶ୍ରୀ ରାୟ  ଆଇନ ଶୃଙ୍ଖଳା ବଜାୟ ରଖିବାରେ ତଥା ପ୍ରାକୃତିକ ଦୁବିର୍ପାକ ସମୟରେ ଗୃହରକ୍ଷୀ ବାହିନୀର ଭୂମିକା ପୋଲିସଠାରୁ କୌଣସି ପକ୍ଷେ କମ୍‌ ନୁହେଁ ବୋଲି କହିଛନ୍ତି l ଏହାସହିତ ଡିଆଇଜି ଶ୍ରୀ ରାୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦ୍ବାରା ପ୍ରେରିତ ବାର୍ତ୍ତା ମଧ୍ଯ ପାଠ କରିଥିଲେ । 

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିୟନ୍ତ୍ରକ ବେସାମରିକ ବାହିନୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ,  ରାଉରକେଲା ଏସ୍‌ପି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ଶ୍ରୀ ନିତେଶ ୱାଧୱାନି ,ଅତିରିକ୍ତ ଏସପି  ରାଜକିଶୋର ମିଶ୍ର ସମେତ ସମସ୍ତ ଥାନା ଅଧିକାରୀ, ଗୃହରକ୍ଷୀ ବାହିନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଜିଲ୍ଲାରେ ଅତି ଉତ୍କର୍ଷ ଓ ଉତ୍ତମ ସେବା  ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ବେସାମରିକ ପ୍ରତିରକ୍ଷା ବାହିନୀ ର ଭୋଲେଣ୍ଟିୟର ଓ ଗୃହରକ୍ଷୀ ଙ୍କୁ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ରାଷ୍ଟ୍ରପତି ପଦକ ପୁରସ୍କାର ପ୍ରାପ୍ତ ଗାୟତ୍ରୀ ସିଂହ  ସହିତ ଗୃହରକ୍ଷୀ ଦୀପକ ରାଉତ, ସପନ ରାଉତରାୟ , ହିଂମାଶୁ ଶେଖର ନାୟକ, ଶାନ୍ତିଲତା ସାହୁ , ଶରତ ବେହେରା , ସଚିନ କୁମାର ସାହୁ ଙ୍କୁ ଶ୍ରେଷ୍ଠ ପ୍ରର୍ଦଶନ ପାଇଁ ପଶ୍ଚିମାଞ୍ଚଳ ଡିଆଇଜି  ପୁରସ୍କୃତ କରିଥିଲେ। 

ସେହିପରି ବେସାମରିକ ପ୍ରତିରକ୍ଷା ବାହିନୀର ସୁକଦେବ କୁମ୍ଭାର ଓ କୁମାରୀ ସୁନିତା ବାଘ ଙ୍କୁ ମଧ୍ୟ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ଏହା ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଓଡ଼ିଆ ଓ ଇଂରାଜୀ ରଚନା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। 

ଶେଷରେ ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟର ଅଗ୍ନିଶମ ବାହିନୀ ଘର ପୋଡ଼ି, ତରଳ ଇନ୍ଧନ ଓ ଗ୍ୟାସ୍‌ ଜନିତ ଅଗ୍ନିକାଣ୍ଡର ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କିଭଳି ମୁକାବିଲା କରାଯାଏ ତାହାର  ଡେମୋ ପ୍ରଦର୍ଶନ କରିଥିଲେ। ଏବଂ  ବେସାମରିକ ପ୍ରତିରକ୍ଷା ବାହିନୀ ଆକସ୍ମିକ ବିସ୍ଫୋରଣ , ଗ୍ୟାସ ଲିକ ହେଲେ  କିପରି ଉଦ୍ଗାର କାର୍ଯ୍ୟ  କରା ଯାଇ ଲୋକ ଙ୍କୁ ସୁରକ୍ଷିତ ପହଞ୍ଚିବା ଏହାର ପ୍ରଦର୍ଶନ କରିଥିଲେ l  ଅତିରିକ୍ତ ଏସପି ରାଉରକେଲା ପ୍ରଭାଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଶ୍ରୀକାନ୍ତ ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାରାୟଣ ରାଉତ ଙ୍କ ସ୍ମୃତି ଚାରଣ ସଭା 

masiha

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ 

masiha

Leave a Comment

error: Content is protected !!